ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ – ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଦେଶର ‘ଆୟରନ ଲେଡି’ ଭାବେ ପରିଚିତ। କିନ୍ତୁ ତାଙ୍କର ପ୍ରେମ କାହାଣୀ ମଧ୍ୟ ସେତିକି ହିଁ ଶକ୍ତିଶାଳୀ ଓ ବିବାଦୀୟ ଥିଲା। ପିତା ଜବାହରଲାଲ ନେହେରୁ ଏବଂ ମା’ କମଲା ନେହେରୁ ଉଭୟ ଏହି ସମ୍ପର୍କର ବିରୋଧୀ ଥିଲେ, କିନ୍ତୁ ଇନ୍ଦିରା ଟସ୍ରୁ ମସ୍ ହେଲେ ନାହିଁ। ସେ ଫିରୋଜ ଗାନ୍ଧୀଙ୍କୁ ଭଲ ପାଇଲେ ଏବଂ ପିତାଙ୍କ ବିରୋଧ ସତ୍ତ୍ୱେ ତାଙ୍କୁ ବିବାହ କରିଥିଲେ। ଆହ୍ଲାବାଦର ଆନନ୍ଦ ଭବନରେ ସେହି ବିବାହ ହୋଇଥିଲା। କିନ୍ତୁ ପରେ ଏହି ସମ୍ପର୍କରେ ଅନେକ ଦୁଃଖ ଓ ବିଶ୍ୱାସଘାତକତାର କଥା ସାମନାକୁ ଆସିଥିଲା।
ଫିରୋଜଙ୍କ ପ୍ରେମରେ ପଡ଼ିଲେ ଇନ୍ଦିରା, କିନ୍ତୁ ମିଳିଲା ଧୋଖା
ଇନ୍ଦିରା ଫିରୋଜଙ୍କୁ ପୂରା ଦିଲରୁ ଭଲ ପାଇଥିଲେ। ସେ ଏକ ସୁଖୀ ପାରିବାରିକ ଜୀବନ ଚାହୁଁଥିଲେ। କିନ୍ତୁ ବିବାହ ପରେ ଫିରୋଜଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କର ଖବର ଇନ୍ଦିରାଙ୍କୁ ମିଳିବାକୁ ଲାଗିଲା। ଏହା ଉଭୟଙ୍କ ମଧ୍ୟରେ ଦୂରତା ବଢ଼ାଇ ଦେଲା। ପୁପୁଲ ଜୟକର ନିଜର ପୁସ୍ତକରେ ଲେଖିଛନ୍ତି, “ଯଦି ଫିରୋଜ ଧୋକା ଦେଇନଥାନ୍ତେ, ତେବେ ଇନ୍ଦିରା ହୁଏତ ରାଜନୀତି ଆଡ଼କୁ ଆସି ନ ଥାନ୍ତେ।”
ଆନନ୍ଦ ଭବନରେ ହିଁ ଆରମ୍ଭ ହୋଇଥିଲା ପ୍ରେମ
ଫିରୋଜ ଗାନ୍ଧୀ ଆନନ୍ଦ ଭବନକୁ ପ୍ରଥମେ କମଲା ନେହେରୁଙ୍କ ସେବା କରିବାକୁ ଏକ ସ୍ୱେଚ୍ଛାସେବୀ ଭାବେ ଆସିଥିଲେ। ଇନ୍ଦିରା ମା’ଙ୍କ ସେବା ଯେଉଁ ନିଷ୍ଠାରେ କରୁଥିଲେ, ତାହା ଦେଖି ଫିରୋଜ ବହୁତ ପ୍ରଭାବିତ ହୋଇଥିଲେ। ପୁପୁଲ ଜୟକର ଲେଖିଛନ୍ତି, “ଫିରୋଜ ଇନ୍ଦିରାଙ୍କ ଆଗରେ-ପଛରେ ଘୁରିବାକୁ ଲାଗିଲେ। ସେ ସୁଯୋଗ ଖୋଜୁଥିଲେ ଇନ୍ଦିରାଙ୍କ ନିକଟତର ହେବାକୁ।”
୧୬ ବର୍ଷରେ ହିଁ ପ୍ରେମ ପ୍ରସ୍ତାବ !
ନେହେରୁଙ୍କ ବିଶେଷ ସଚିବ ଏମ୍.ଓ. ମଥାଇ ନିଜର ପୁସ୍ତକ ‘ରିମିନିସେନ୍ସେଜ୍ ଅଫ୍ ଦି ନେହେରୁ ଏଜ୍’ରେ ଲେଖିଛନ୍ତି, “ଇନ୍ଦିରାଙ୍କୁ ୧୬ ବର୍ଷ ହେବାର ଗୋଟିଏ ଦିନ ପୂର୍ବେ ଫିରୋଜ ପ୍ରେମ ଓ ବିବାହର ପ୍ରସ୍ତାବ ରଖିଥିଲେ। ଇନ୍ଦିରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ମା’ଙ୍କୁ କହିଦେଇଥିଲେ।”
ଲଣ୍ଡନରେ ଜିତିଲେ ଦିଲ୍
ପାଠ ପଢ଼ିବା ପାଇଁ ଇନ୍ଦିରାଙ୍କୁ ଲଣ୍ଡନ ପଠାଯାଇଥିଲା। ସେ ଏକୁଟିଆ ଥିଲେ। ଫିରୋଜ ମଧ୍ୟ ଲଣ୍ଡନ ଯାଇ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ନାମ ଲେଖାଇଲେ। କେବଳ ଇନ୍ଦିରାଙ୍କ ନିକଟତର ହେବା ପାଇଁ ! ଅବଶେଷରେ ସେ ଇନ୍ଦିରାଙ୍କ ଦିଲ ଜିତି ନେଇଥିଲେ। ସାମ୍ୱାଦିକ ନିଖିଲ ଚକ୍ରବର୍ତ୍ତୀ ଲେଖିଛନ୍ତି, “ଲଣ୍ଡନରେ ଫିରୋଜଙ୍କର ଅନ୍ୟ ମହିଳାଙ୍କ ସହ ମଧ୍ୟ ସମ୍ପର୍କ ଥିଲା, କିନ୍ତୁ ଇନ୍ଦିରାଙ୍କୁ ଏହା ଭଲ ଲାଗିନଥିଲା।”
ନେହେରୁଙ୍କ କଡ଼ା ବିରୋଧ
କେଥରିନ ଫ୍ରାଙ୍କଙ୍କ ପୁସ୍ତକ ‘ଇନ୍ଦିରା : ଦି ଲାଇଫ୍ ଅଫ୍ ଇନ୍ଦିରା ନେହରୁ ଗାନ୍ଧୀ’ରେ ଲେଖାଅଛି, “ଇନ୍ଦିରା ଓ ଫିରୋଜ ଗୋପନରେ ବିବାହ କରି ସ୍ୱାମୀ-ସ୍ତ୍ରୀ ଭାବେ ରହିବା ଆରମ୍ଭ କରିଦେଇଥିଲେ। ନେହରୁ ଏହି ବିବାହକୁ ବିରୋଧ କରିଥିଲେ।” ଶେଷରେ ପଦ୍ମଜା ନାୟଡୁଙ୍କ ପରାମର୍ଶରେ ନେହରୁ ଅନିଚ୍ଛାରେ ଅନୁମତି ଦେଇଥିଲେ।
ବିବାହ ପରେ ବଢ଼ିଲା ଦୂରତା, ଫିରୋଜଙ୍କ ପରକିୟାପ୍ରିତିର ଖବର
ବିବାହ ପରେ ଦୁଇହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା। ରାଜୀବ ଗାନ୍ଧୀଙ୍କ ଜନ୍ମ ପୂର୍ବରୁ ହିଁ ଇନ୍ଦିରାଙ୍କୁ ଫିରୋଜଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କର ଖବର ମିଳିଲା। ମହମୁନା ସୁଲତାନ, ତାରକେଶ୍ୱରୀ ସିନ୍ହା, ସୁଭଦ୍ରା ଯୋଶୀ ଏବଂ ଜଣେ ନେପାଳୀ ମହିଳାଙ୍କ ସହ ଫିରୋଜଙ୍କ ନାମ ଜଡ଼ିତ ହୋଇଥିଲା।
ଇନ୍ଦିରାଙ୍କ ଜୀବନରେ ମଧ୍ୟ ଆସିଥିଲେ ଅନ୍ୟ ପୁରୁଷ
ଶାନ୍ତିନିକେତନରେ ପଢ଼ୁଥିବା ସମୟରେ ଜର୍ମାନ ଶିକ୍ଷକ ଫ୍ରାଙ୍କ ଓବରଡର୍ଫ ଇନ୍ଦିରାଙ୍କ ପ୍ରେମରେ ପଡ଼ିଥିଲେ। ପରେ ପ୍ରଧାନମନ୍ତ୍ରୀ ଥାଇ ଇନ୍ଦିରାଙ୍କ ଜୀବନରେ ଧୀରେନ୍ଦ୍ର ବ୍ରହ୍ମଚାରୀ ଓ ଦିନେଶ ସିଂହଙ୍କ ନାମ ମଧ୍ୟ ଜଡ଼ିତ ହୋଇଥିଲା।
ଛାଡ଼ପତ୍ର ଦେବାକୁ ଭାବୁଥିଲେ ଇନ୍ଦିରା, କିନ୍ତୁ…
ଫିରୋଜଙ୍କ ଅଫେୟାରର ଖବରରୁ ଇନ୍ଦିରା ବହୁତ ଆଘାତ ପାଇଥିଲେ। ସେ ତଲାକ୍ ନେବାକୁ ମଧ୍ୟ ଭାବିଥିଲେ। କିନ୍ତୁ ତା’ ପୂର୍ବରୁ ୧୯୬୦ ମସିହାରେ ଫିରୋଜଙ୍କର ହୃଦଘାତରେ ମୃତ୍ୟୁ ହୋଇଗଲା। ଏହି ଦୁଃଖଦ ବ୍ୟକ୍ତିଗତ ଜୀବନ ହିଁ ଇନ୍ଦିରାଙ୍କୁ ରାଜନୀତିରେ ଆହୁରି ଦୃଢ଼ କରିଥିଲା ବୋଲି ଅନେକ ଜୀବନୀକାର ମତ ଦେଇଛନ୍ତି।
Comments are closed.