Latest Odisha News

BREAKING NEWS

ଜିଲ୍ଲାପାଳ ଓ କମିଶନର୍‌ଙ୍କ ମଧ୍ୟରେ କିଏ ଅଧିକ ପାୱରଫୁଲ ? ଜାଣନ୍ତୁ ଅନେତ କୋଚକ କଥା

ନୂଆଦିଲ୍ଲୀ: ଦେଶରେ ପ୍ରଶାସନିକ ପଦବୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଦେଖାଦେଇଥାଏ। ବିଶେଷକରି ଡିଏମ୍‌ (ଜିଲ୍ଲାପାଳ) ଓ ପୁଲିସ୍‌ କମିଶନର୍‌ ଭଳି ବଡ଼ ପଦବୀକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଲୋକେ ଜାଣିବାକୁ ଚାହାନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ, କାହାର ଦାୟିତ୍ଵ କ’ଣ ଏବଂ ସେମାନଙ୍କର ଦରମା ଓ ସୁବିଧା କେତେ? ଆସନ୍ତୁ ସରଳ ଭାଷାରେ ବୁଝିବା ଏହି ଦୁଇ ପଦବୀର କାମ, ଅଧିକାର ଓ ବେତନ।
ଡିଏମ୍‌ (ଜିଲ୍ଲାପାଳ)
ଡିଏମ୍‌ ଅର୍ଥାତ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍‌ ହେଉଛନ୍ତି ଆଇଏଏସ୍‌ ଅଧିକାରୀ ଏବଂ ସେ ଜିଲ୍ଲାର ମୁଖ୍ୟ ହୋଇଥାନ୍ତି। ଏହାକୁ ଜିଲ୍ଲାର ‘ସୁପରଭାଇଜର୍‌ ଆସନ’ ବୋଲି କହିହେବ। ଡିଏମ୍‌ ଜିଲ୍ଲାରେ ଆଇନ୍‌ ଶୃଙ୍ଖଳା, ରାଜସ୍ଵ ପ୍ରଶାସନ, ସରକାରୀ ଯୋଜନାର କାର୍ଯ୍ୟକାରିତା, ବିକାଶ କାର୍ଯ୍ୟର ତଦାରଖ ଏବଂ ବିପଦ ପରିଚାଳନା ଭଳି ଦାୟିତ୍ଵ ସମ୍ଭାଳନ୍ତି।

ଡିଏମ୍‌ ହେବା ପାଇଁ ଆଇଏଏସ୍‌ ଅଧିକାରୀ ଭାବେ ସାଧାରଣତଃ ୫ରୁ ୬ ବର୍ଷର ଅଭିଜ୍ଞତା ଆବଶ୍ୟକ। ଜିଲ୍ଲାରେ ଅନ୍ତିମ ନିଷ୍ପତ୍ତି ନେବାର ଅଧିକାର ଡିଏମ୍‌ଙ୍କର ଥାଏ। ଯେକୌଣସି ଜିଲ୍ଲାରେ ଧାରା ୧୪୪ ଲାଗୁ କରିବା, ସରକାରୀ ନୀତିକୁ କାର୍ଯ୍ୟକାରୀ କରାଇବା ଏବଂ ବିକାଶ କାର୍ଯ୍ୟର ତଦାରଖ କରିବା ଡିଏମ୍‌ଙ୍କ ଦାୟିତ୍ଵ। ପ୍ରଶାସନିକ ଶକ୍ତି ଯୋଗୁ ଡିଏମ୍‌ଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ମାନାଯାଏ। ସେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ମଧ୍ୟ କାର୍ଯ୍ୟ କରନ୍ତି।
ପୁଲିସ୍‌ କମିଶନର୍‌
ପୁଲିସ୍‌ କମିଶନର୍‌ ପଦବୀ ମହାନଗରଗୁଡ଼ିକରେ ଲାଗୁ ହୋଇଥାଏ, ଯେଉଁଠାରେ ଜନସଂଖ୍ୟା ଓ ଅପରାଧ ସଂଖ୍ୟା ଅଧିକ ରହିଥାଏ। ଯେମିତି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା। କମିଶନରେଟ୍‌ ସିଷ୍ଟମ୍‌ରେ ପୁଲିସ୍‌ କମିଶନର୍‌ଙ୍କୁ ସବୁଠାରୁ ବଡ଼ ଅଧିକାରୀ ବୋଲି ମାନାଯାଏ।
ପୁଲିସ୍‌ କମିଶନର୍‌ ହେଉଛନ୍ତି ଆଇପିଏସ୍‌ ଅଧିକାରୀ। ସେମାନଙ୍କ ପାଖରେ ଏଗ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ର ଅଧିକାର ରହିଥାଏ। ଆଇନ୍‌ ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ସିଧାସଳଖ ନିଷ୍ପତ୍ତି ନେଇପାରନ୍ତି। କମିଶନର୍‌ ସିଷ୍ଟମ୍‌ ଥିବା ସହରଗୁଡ଼ିକରେ ଏସ୍‌ପି ଓ ଅନ୍ୟ ପୁଲିସ୍‌ ଅଧିକାରୀମାନେ କମିଶନର୍‌ଙ୍କୁ ରିପୋର୍ଟ୍‌ କରନ୍ତି। କମିଶନର୍‌ଙ୍କ ରାଜ୍ୟର ନିୟମ ଉପରେ ନିର୍ଭର କରେ। ଯେମିତି ଦିଲ୍ଲୀରେ କମିଶନର୍‌ ଡିଜିପି ରାଙ୍କ୍‌ର ଅଧିକାରୀ ହୋଇଥା’ନ୍ତି, ଅନ୍ୟ ସହରଗୁଡ଼ିକରେ ଆଇଜିପି ରାଙ୍କର ଅଧିକାରୀ ମଧ୍ୟ କମିଶନର୍‌ ହୋଇପାରନ୍ତି।
ଡିଏମ୍‌ ଓ ପୁଲିସ୍‌ କମିଶନର୍‌ କିପରି ହୁଅନ୍ତି?
ଡିଏମ୍‌ ହେବା ପାଇଁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାସ୍‌ କରିବାକୁ ହୁଏ। ଆଇଏଏସ୍‌ ଅଧିକାରୀ ହେବା ପରେ ଅନେକ ବର୍ଷର ଅଭିଜ୍ଞତା ପରେ ତାଙ୍କୁ ଜିଲ୍ଲାର ଡିଏମ୍‌ ଭାବେ ନିଯୁକ୍ତ କରାଯାଏ। ପୁଲିସ୍‌ କମିଶନର୍‌ ହେବା ପାଇଁ ପ୍ରଥମେ ଆଇପିଏସ୍‌ ଅଧିକାରୀ ହେବା ଆବଶ୍ୟକ। ଏଥି ପଇଁ ମଧ୍ୟ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ପ୍ରିଲିମ୍ସ, ମେନ୍ସ ଓ ଇଣ୍ଟରଭ୍ୟୁ ପାସ୍‌ କରିବାକୁ ହୁଏ। ଆଇପିଏସ୍‌ ଅଧିକାରୀ ଭାବେ ଏଏସ୍‌ପି, ଡିଏସ୍‌ପି କିମ୍ବା ଏସ୍‌ପି ରାଙ୍କରେ କାମ କରିବା ପରେ ଅଭିଜ୍ଞତା ଅନୁଯାୟୀ କମିଶନର୍‌ ପଦବୀ ଦିଆଯାଏ।

Comments are closed.