ନୂଆଦିଲ୍ଲୀ: ରିଲାଇନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ଆଣିଛି। ଏଥିରେ ଗ୍ରାହକମାନଙ୍କୁ କେବଳ ଲମ୍ବା ଭ୍ୟାଲିଡିଟି ନୁହେଁ, ଅନଲିମିଟେଡ୍ କଲିଂ ଏବଂ ଅନଲିମିଟେଡ୍ 5G ଡାଟା ମଧ୍ୟ ମିଳୁଛି। ଏହି ପରିସ୍ଥିତିରେ ଯଦି ଆପଣ ନୂଆ ବର୍ଷ ଅବସରରେ ରିଚାର୍ଜ କରି ଭ୍ୟାଲିଡିଟିର ଚିନ୍ତାରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ତେବେ ଏହି ପ୍ଲାନ୍ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଆସନ୍ତୁ ଜାଣିବା ଜିଓର ଏହି ପ୍ଲାନ୍ରେ କ’ଣ କ’ଣ ମିଳୁଛି ଏବଂ ଅନ୍ୟ କମ୍ପାନୀଗୁଡ଼ିକର ପ୍ଲାନ୍ କିପରି ଅଛି।
ଜିଓର ଏହି ରିଚାର୍ଜରେ ୨୦୦ ଦିନର ଭ୍ୟାଲିଡିଟି ଅଫର୍ କରାଯାଉଛି। ଏହା ସହିତ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ, ଦୈନିକ ୧୦୦ SMS, ଦୈନିକ ୨.୫GB ହିସାବରେ ମୋଟ ୫୦୦GB ଡାଟା ଏବଂ ଅନଲିମିଟେଡ୍ 5G ଡାଟା ମିଳୁଛି। ସବସ୍କ୍ରିପସନ୍ କଥା କହିବାକୁ ଗଲେ ଜିଓ ଏହି ପ୍ଲାନ୍ ସହିତ ଗୁଗଲ୍ ଜେମିନି ପ୍ରୋ AI ଏବଂ ଜିଓହଟଷ୍ଟାରର ସବସ୍କ୍ରିପସନ୍ ମାଗଣାରେ ଦେଉଛି। ସହିତ ଗ୍ରାହକମାନଙ୍କୁ ଜିଓଟିଭି ଏବଂ ଜିଓ AI କ୍ଲାଉଡ୍ ସର୍ଭିସ୍ ମଧ୍ୟ ମାଗଣାରେ ମିଳିବ।
ଭୋଡାଫୋନ୍ ଆଇଡିଆ ନିଜର ୧୭୪୯ ଟଙ୍କାରେ ୧୮୦ ଦିନର ଭ୍ୟାଲିଡିଟି ଦେଉଛି। ଏଥିରେ ଅନଲିମିଟେଡ୍ କଲ୍ସ ସହିତ ଦୈନିକ ୧୦୦ SMS, ଦୈନିକ ୧.୫GB ଡାଟା ଏବଂ ପ୍ରତି ମାସରେ ୨GB ଅଧିକ ଡାଟା ଅଫର୍ କରାଯାଉଛି। ଏହା ଛଡ଼ା ଗ୍ରାହକ ରାତି ୧୨ଟାରୁ ସକାଳ ୬ଟା ଯାଏଁ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ। ଏଥିରେ ଉଇକେଣ୍ଡରେ ଡାଟା ରୋଲଓଭରର ସୁବିଧା ମଧ୍ୟ ଅଛି।
ଏୟାରଟେଲ ପାଖରେ ବର୍ତ୍ତମାନ ୧୮୦ କିମ୍ବା ୨୦୦ ଦିନର ଭ୍ୟାଲିଡିଟି ବିଶିଷ୍ଟ ପ୍ଲାନ୍ ନାହିଁ। କମ୍ପାନୀ ୩୫୯୯ ଟଙ୍କାରେ ବାର୍ଷିକ ପ୍ଲାନ୍ ପ୍ରଦାନ କରୁଛି, ଯେଉଁଥିରେ ୩୬୫ ଦିନର ଭ୍ୟାଲିଡିଟି ସହିତ ଅନଲିମିଟେଡ୍ କଲ୍, ଦୈନିକ ୧୦୦ SMS, ଦୈନିକ ୨GB + ଅନଲିମିଟେଡ୍ 5G ଡାଟା ମିଳୁଛି। ଏହା ଛଡ଼ା ରିଚାର୍ଜ ପ୍ଲାନ୍ରେ ଗ୍ରାହକମାନଙ୍କୁ ମାଗଣା ସ୍ପାମ୍ ଆଲର୍ଟ, ପରପ୍ଲେକ୍ସିଟି ପ୍ରୋ AIର ସବସ୍କ୍ରିପସନ୍ ମାଗଣାରେ ମିଳୁଛି।