ନୂଆଦିଲ୍ଲୀ: ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିଗୁଡ଼ିକ ଗ୍ୟାସ୍ ଓ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରୁଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଆମଦାନି କମ୍ ହୋଇଥିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ଆଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ୍) ଦାମ୍ ବଢ଼ିବା ଆଶଙ୍କା କରାଯାଉଛି। ତାହା ହେଲେ ଏପ୍ରିଲ୍ରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି।
ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ସଙ୍କଟ ଲାଗି ରହିଲେ ତାହା ବିମାନ ଚଳାଚଳ କମ୍ପାନି ଓ ସେମାନଙ୍କ ପରିଚାଳନାକୁ ପ୍ରଭାବିତ କରିବ ଆମେ କମ୍ପାନିମାନଙ୍କ ମତାମତ ସଂଗ୍ରହ କରୁଛୁ। ବର୍ତ୍ତମାନ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନକୁ ସୁରକ୍ଷିତ ବିମାନ ଚଳାଚଳକୁ ସରକାର ପ୍ରାଥମିକତା ଦେଉଛନ୍ତି ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିମାନ ଶିଳ୍ପ ଉପରେ ଯୁଦ୍ଧ ପ୍ରଭାବକୁ ଯଥା ସମ୍ଭବ କମ୍ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ସମନ୍ଵୟ ରକ୍ଷା କରି କାମ କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକତ୍ର କାମ କରୁଥିବା ସେ କହିଛନ୍ତି। ବିମାନ କମ୍ପାନିର ୪୦ ପ୍ରତିଶତ ଖର୍ଚ୍ଚ ଇନ୍ଧନ କିଣିବାରେ ହୋଇଥାଏ। ସେଥିରେ କୌଣସି ପ୍ରକାର ବୃଦ୍ଧି ଘଟିଲେ ତାହା ସିଧାସଳଖ ସେମାନଙ୍କ ପରିଚାଳନା ଖର୍ଚ୍ଚକୁ ବଢ଼ାଇଥାଏ। ସାରା ବିଶ୍ବରେ ଅଶୋଧିତ ତେଲ ଓ ବିମାନ ଇନ୍ଧନ ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ନିଶ୍ଚିତ ଭାବେ ବିମାନ ଟିକଟରେ ପ୍ରତିଫଳିତ ହେବା ତେବେ ଯାତ୍ରୀମାନଙ୍କ ସ୍ବାର୍ଥକୁ ଯଥାସମ୍ଭବ ସୁରକ୍ଷିତ ରଖିବାକୁ ସରକାର ପ୍ରୟାସ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି।
ତେଲ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ନିକଟରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ପକ୍ଷରୁ ଫୁଏଲ୍ ସରଚାର୍ଜ ଲାଗୁ କରାଯାଇଛି। ଗତକାଲି କେନ୍ଦ୍ର ସରକାର ଘରୋଇ ଏୟାରଲାଇନ୍ସର ଟିକଟ ମୂଲ୍ୟର ଯେଉଁ ସୀମା ଧାର୍ଯ୍ୟ କରିଥିଲେ ତାହାକୁ ପ୍ରତ୍ୟାହାର କରିନେଇଛନ୍ତି।
BREAKING NEWS
- CJP Demand: ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ? କାଲି ସୁଦ୍ଧା ସମୟ ମାଗିଲେ ସରକାର…ବୖେଠକରୁ ବାହାରି CJPର ଦାବି…
- ଛାତ୍ରଛାତ୍ରୀଙ୍କୁ ଦେଶର ଶତ୍ରୁ ଭଳି ବ୍ୟବହାର କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ
- Kendrapada RI:୫୫୦୦ ଲାଞ୍ଚ ନେଇ ଧରା ପଡ଼ିଲେ ମହିଳା RI ସାଇଦର୍ଶିନୀ
- ଅନୁଗୋଳ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
- Paper Leak Punishments: ପେପର ଲିକ୍ ବିରୋଧରେ କଠୋର ହେଲେ ମୋଦି ସରକାର; ସଂଶୋଧିତ ବିଲ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି, ୧୦ ବର୍ଷ ଜେଲ୍ ଓ ୧୦ କୋଟି ଟଙ୍କା ଜରିମାନା ପ୍ରସ୍ତାବ
- Three Sisters, One Husband: ୩ ଭଉଣୀଙ୍କ ଗୋଟିଏ ସ୍ବାମୀ, ଟ୍ରୋଲ ହେଲା ପରେ କହିଲେ, “ଆମେ ଖୁସି ଅଛୁ…”
- ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡ: ଲକ୍ଷାଧିକ ଭକ୍ତଙ୍କ ଗହଣରେ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ
- Puri Bahuda Yatra 2026:ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ;ରଥରେ ବିଜେ ଚତୁର୍ଦ୍ଧାମୂର୍ତ୍ତି
- ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI ପାର୍କ’: ସିଧାସଳଖ ନିଯୁକ୍ତି ପାଇବେ ଯୁବକ-ଯୁବତୀ
- Trump’s Tariff: ଭାରତ ସମେତ ୬୦ ଦେଶ ଉପରେ ଟ୍ରମ୍ପଙ୍କ ଟାରିଫ୍ ବୋମା, ଆଣିଲେ ‘ବଳପୂର୍ବକ ଶ୍ରମ’ ଅଭିଯୋଗ, ଜାଣନ୍ତୁ ଏବେ କେତେ ଦେବାକୁ ପଡିବ ଶୁଳ୍କ?
Comments are closed.