Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଆସିଲା ବସ

ଭୁବନେଶ୍ୱର: କଟକ ରୁ ଭୁବନେଶ୍ୱର ଗଡ଼ିଲା ସରକାରୀ ବସ।ଆଜି ସରକାରୀ କର୍ମକର୍ମଚାରୀଙ୍କୁ ନେଇ ସିଡିଏ ରୁ ବାଦାମବଡି ଦେଇ ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ଏହି ବସରେ ୨୦ ଜଣ ଯାତ୍ରୀ ଥିବା ଜଣାପଡିଛି ।

ତେବେ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିବା ପାଇଁ ଟ୍ଵିନ ସିଟି ମଧ୍ୟରେ ସରକାରୀ ବସ ଚାଲିବା ନେଇ ମଙ୍ଗଳବାର ଦିନ ପତିବହନ ମନ୍ତ୍ରୀ ସୂଚନା ଦେଇଥିଲେ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପ୍ରତ୍ୟେକ ବସରେ ଯାତ୍ରା କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଭଡା ୩୦ ଟଙ୍କା ରହିଛି ।

Comments are closed.