Latest Odisha News

କାଷ୍ଟିଙ୍ଗ କାଉଚକୁ ଅସ୍ତ୍ର କରି ସଫଳତା ହାତେଇଛନ୍ତି ବଲିଉଡର ବହୁ ଅଭିନେତ୍ରୀ !

ମୁମ୍ବାଇ: ଅଭିନେତ୍ରୀ ଇଶା କପିକର, ଯିଏକି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ଆଗାମୀ ୱେବ୍ ସିରିଜରେ ନଜର ଆସିବେ।

ବଲିଉଡର ହିରୋଇନ ମାନଙ୍କ ଉପରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଇଶା। ଅଭିନେତ୍ରୀ ଇଶା ଦେଇଥିବା ସୁଚନା ଅନୁସାରେ,, କାଷ୍ଟିଂ କାଉଚ୍ କୁ ଅସ୍ତ୍ର କରି ଅନେକ ହିରୋଇନ୍ ଶୀର୍ଷରେ ପହଞ୍ଚିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସକୁ ଇଶା କହିଛନ୍ତି ଯେ, ଯଦି ଆପଣଙ୍କୁ କାଷ୍ଟିଙ୍ଗ କାଉଚ୍ ସାହାରାରେ ଆପଣଙ୍କୁ କାମ କରିବାରେ ଅଛି ତେବେ କରନ୍ତୁ। ବହୁତ ହିରୋଇନ ଏହା ସାହାରାରେ ଶୀର୍ଷରେ ପହଞ୍ଚିଛନ୍ତି । କିନ୍ତୁ ଯଦି ଆପଣ ଚାହୁଁ ନାହାଁନ୍ତି, ତେବେ ତାହା କରନ୍ତୁ ନାହିଁ । ସମସ୍ତଙ୍କର ନିଜସ୍ଵ ପସନ୍ଦ ରହିଛି” ।

ଆହୁରି ମଧ୍ୟ ସେ କହିଛନ୍ତି ଯେ,ସେ ବଲିଉଡରେ ପରିବାରବାଦ୍, ପକ୍ଷପାତିତା ଏବଂ ଗୋଷ୍ଠୀବାଦିତାକୁ ଅସ୍ୱୀକାର କରାଯାଇ ନାହିଁ । ଏହାକୁ ଅସ୍ବୀକାର କରାଯାଇ ପାରିବ ନାହିଁ । ମାତ୍ର ଶେଷରେ କଠିନ ପରିଶ୍ରମ ହିଁ ଯାଦୁ ଦେଖାଇଥାଏ”।

“ଆମ ପରି ଆଉଟ ସାଇଡରଙ୍କ ପାଇଁ ପ୍ରତ୍ୟେକ ମୋଦ ଏକ ପରୀକ୍ଷା ଅଟେ । ଏବଂ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ମାଧୁରୀ (ଦୀକ୍ଷିତ), ଦୀପିକା (ପାଦୁକୋନ୍), ପ୍ରିୟଙ୍କା (ଚୋପ୍ରା ଜୋନାସ୍), ଅନୁଷ୍କା (ଶର୍ମା)… ସେମାନେ ସମସ୍ତେ ବଲିଉଡ ବାହାରୁ ଆସି ନିଜ ପୋଜିସନ ଦେଖାଇ ଦେଇଛନ୍ତି” ବୋଲି ଇଶା କହିଛନ୍ତି।

ତେବେ ବଲିଉଡରେ ସହ ଡ୍ରଗ୍ ଲିଙ୍କ ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

Comments are closed.