Latest Odisha News

ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ

ନୂଆଦିଲ୍ଲୀ:ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ। ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ। ଆଉ କିଛି ରେଷ୍ଟୁରାଣ୍ଟରେ ନର୍ସ ପୋଷାକ ପିନ୍ଧି ଓ୍ବେଟର ଖାଦ୍ୟ ପରଷୁଛନ୍ତି ତ ଆଉ କେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି। ଆସନ୍ତୁ ଜାଣିବା ଏପରି ରେଷ୍ଟୁରାଣ୍ଟ ସମ୍ପର୍କରେ…

ନ୍ୟୁୟର୍କ ,ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଗ୍ରାହକଙ୍କୁ ଦେହରୁ କପଡ଼ା ଖୋଲି ଖାଦ୍ୟ ଖାଇବାକୁ ପଡ଼ିଥାଏ। ସେହିପରି ତାଇପେଇର ଏକ ରେଷ୍ଟୁରାଣ୍ଟରେ ମହିଳା ଓ୍ବେଟରଙ୍କୁ ନର୍ସ ପୋଷାକ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷିବାକୁ ପଡ଼ିଥାଏ।
ମସ୍କୋରେ ମଧ୍ୟ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି।

ଅନ୍ୟପଟେ ଟୋକିଓରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ପୁରୁଷ ଓ୍ବେଟରଙ୍କୁ ମହିଳାଙ୍କ ପୋଷାକ ପିନ୍ଧି ଖାଦ୍ୟ ପରଷିବାକୁ ପଡ଼ିଥାଏ।ସେହିଭଳି ଚାଇନାର ଶେନ୍‌ଜେନ୍‌ସ୍ଥିତ ଏକ ହୋଟେଲରେ ଟେବୁଲ ଏବଂ ସିଟ୍‌ ଟଏଲେଟ୍‌ ପରି। ଏହି ସିଟ୍‌ରେ ବସି ଗ୍ରାହକ ତାସ୍‌ ଖେଳିବା ସହ କୋଲ୍ଡଡ୍ରିଙ୍କ୍‌ସ ପିଇଥାନ୍ତି। ଏଠାରେ ଆଉ ଏକ ରେଷ୍ଟୁରାଣ୍ଟ ରହିଛି ଯାହା ଦେଖିବାକୁ ଜେଲ୍‌ ପରି।

Leave A Reply

Your email address will not be published.