Latest Odisha News

BREAKING NEWS

ଜନ୍ମଦିବସରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ । ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ଯୋଗଦେଇଥିଲେ । ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ନେବାପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକଭାବେ କାର୍ଯ୍ୟାରମ୍ଭ କରିଥିଲେ ।

୧୯୪୨ରେ ଭାରତ ଛାଡ ଆନେ୍ଦାଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡଭାଇ ପ୍ରେମ କୁମାରଙ୍କ ସହିତ ସ୍ୱାଧୀନତା ଆନେ୍ଦାଳନରେ ଯୋଗଦେଇ କାରାବରଣ କରିଥିଲେ । ୧୯୫୧ରେ ଭାରତୀୟ ଜନସଂଘର ପ୍ରତିÂାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିଦେ୍ର୍ଧଶକ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲେ । ତାଙ୍କୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା । ୧୯୫୭ରେ ୩୩ବର୍ଷ ବୟସରେ ବଳରାମପୁର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସେ ନିର୍ବାଚିତ ହୋଇଥିଲେ । ଦୀର୍ଘ ୫୦ ବର୍ଷ ଧରି ସେ ସଂସଦର ସଦସ୍ୟ ଥିଲେ ।
ଏପରିକି ୧୯୯୮ରେ ମଧ୍ୟ ଶ୍ରୀ ବାଜପେୟୀ ଲୋକସଭାକୁ ୯ଥର ଓ ରାଜ୍ୟସଭାକୁ ୨ଥର ନିର୍ବାଚିତ ହୋଇ ସଂସଦରେ ସର୍ବ ବୃହତ୍ତମ ଦଳରୂପେ ଉଭା ହୋଇ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏଆଇଡିଏମ୍କେ ସମର୍ଥନ ପ୍ରତ୍ୟାହାର କରିବାରୁ ତାଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଲା ଓ ସେ ପ୍ରଧାନମନ୍ତ୍ରୀ ପଦରୁ ଇସପ୍ତା ଦେଲେ । ଏହି ସମୟରେ କାରଗିଲ୍ ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧପରେ ୨୦୦୦ ମସିହାର ସାଧାରଣ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ବହୁମତ ପାଇଁ ବାଜପେୟୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ପଦରେ ସମୁଦାୟ ୬ବର୍ଷ ୬୪ ଦିନ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ ।

ବାଜପେୟୀ ପ୍ରଧାନମନ୍ତ୍ରୀ ହେବାବେଳେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଥିଲା ଅର୍ଥନୈତିକ ବିକାଶ । ତେଣୁ ନରସିଂହ ରାଓ ଆରମ୍ଭ କରିଥିବା ଅର୍ଥନୈତିକ ସଂସ୍କାରକୁ ସେ ସଂପ୍ରାସାରିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଥିଲେ । ଜାତୀୟ ରାଜପଥ ଉନ୍ନୟନ ପ୍ରକି୍ରୟା, ସୂର୍ଣ୍ଣିମ ଚର୍ତୁଭୁଜ ଓ ପ୍ରଧାନମନ୍ତ୍ରୀ ସଡକ ଯୋଜନା ତାଙ୍କର ଭାରତକୁ ସବୁଠାରୁ ବଡ ଅବଦାନ । ଭାରତର ପ୍ରମୁଖ ଚାରୋଟି ମହାନଗରୀ-ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇକୁ ପରସ୍ପର ସହିତ ଚାରି ଲେନ୍ ବିଶିଷ୍ଟ ରାଜପଥ ଦ୍ୱାରା ଯୋଡି ସେ ଏକ ଇତିହାସ ସୃଷ୍ଟି କରିଥିଲେ । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଭାରତର ସବୁ ଗ୍ରାମକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଏକ ଅବିଶ୍ୱାସ୍ୟ ଓ ଅକଳ୍ପନୀୟ ସ୍ୱପ୍ନ ଦେଖିଥିଲେ ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି ଏବଂ ଭାରତବର୍ଷର ସବୁ ଗ୍ରାମ ପଞ୍ଚାୟତରେ ପକ୍କା ରାସ୍ତା ନିର୍ମିତ ହୋଇପାରିଛି ତଥା ମଣ୍ଡଳ ମୁଖ୍ୟାଳୟ ସହ ସଂଯୋଗ ସମ୍ଭବ ହୋଇଛି । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସ୍ୱାଧୀନତା ଠାରୁ ୧୯୯୮ ଭିତରେ ନିର୍ମାଣ ହୋଇଥିବା ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇପାରିଥିଲା ।

ବାଜପେୟୀ ‘ଶକ୍ତି ସେ ଶାନ୍ତି’ ନୀତିରେ ବିଶ୍ୱାସ କରୁଥିଲେ । ଆମେରିକା ଓ ରୁଷ ଭଳି ବୃହତ୍ତମ ଦେଶମାନେ ନିଜର ସାମରିକ ଶକ୍ତି ଦ୍ୱାରା ଆର୍ନ୍ତଜାତିକ କ୍ଷେତ୍ରରେ ଶାନ୍ତି ପ୍ରତିÂା ନୀତି ଗ୍ରହଣ କରିଥିଲେ । ସେହିଭଳି ଭାରତ ଶକ୍ତିଶାଳୀ ହେବା ଦ୍ୱାରାହିଁ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ଶାନ୍ତି ପ୍ରତିÂା କରିବାକୁ ସକ୍ଷମ ହେବ ବୋଲି ସେ ବିଶ୍ୱାସ କରୁଥିଲେ । ତେଣୁ ୧୯୯୮ ମେ ମାସରେ ରାଜସ୍ଥାନର ପୋଖରାନ୍ଠାରେ ସେ ପରମାଣୁ ପରୀକ୍ଷଣ କରିଥିଲେ ।

ବୈଦେଶିକ ନୀତିରେ ଯଥା ସମ୍ଭବ ଉନ୍ନତି ଘଟାଇ ସେ ଚୀନ୍ ସହିତ କୁଟନୈତିକ ବୁଝାମଣା କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ଦୃଢ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହୋଇଛନ୍ତି । ଚୀନ ସିକିମ୍କୁ ଭାରତର ଅଙ୍ଗ-ରାଜ୍ୟରୂପେ ସ୍ୱୀକୃତି ଦେଇଛି । ସେହିପରି ଇସ୍ରାଏଲ୍ ସହିତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜିନାମା କରିବାକୁ ସେ ସମର୍ଥ ହୋଇଥିଲେ । ଏହାଦ୍ୱାରା ଆତଙ୍କବାଦ ବିରୁଦ୍ଧରେ ଲଢିବା ପାଇଁ ପାରସ୍ପରିକ ସହଯୋଗ ଓ ବିଭିନ୍ନ ଜ୍ଞାନ କୈାଶଳରେ ହସ୍ତାନ୍ତର ସମ୍ଭବ ହୋଇପାରିଥିଲା । ପୋଖରାନ୍ ଠାରେ ପରମାଣୁ ପରୀକ୍ଷଣ କରିବାରୁ ଆମେରିକା ଓ ତାହାର ସହଯୋଗୀ ରାଷ୍ଟ୍ରମାନେ ଭାରତ ଭାରତ ବିରୁଦ୍ଧରେ ଅର୍ଥନୈତିକ ବାସନ୍ଦ ଜାରି କରିଥିଲେ ମଧ୍ୟ ତାଙ୍କରି କାର୍ଯ୍ୟକାଳ ଭିତରେ ଦୀର୍ଘ ୧୪ ମାସ ପରେ ଆମେରିକା ସମ୍ପର୍କରେ ଉନ୍ନତି ଘଟିଥିଲା । ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ତାଲିବାନ ଓ ଅଲକାଇଦା ବିରୁଦ୍ଧରେ ଭାରତ ଆମେରିକାର ଏକ ବଡ ସହଯୋଗୀ ରାଷ୍ଟ୍ରରୂପେ ଆମେରିକାକୁ ବିଭିନ୍ନ ଲକ୍ଷ୍ୟ ସାଧନ ଦିଗରେ ସହାୟତା ପ୍ରଦାନ କରିବାକୁ ସମର୍ଥ ହୋଇଥିଲା ।

୧୯୯୯ରେ ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସମ୍ପକେ ଉଲଂଘନ କରି ମୁସାରଫ୍ଙ୍କ ନିଦେ୍ର୍ଧଶକ୍ରମେ କାରଗିଲ୍ କ୍ଷେତ୍ରରେ ପାକିସ୍ଥାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତର ଅଞ୍ଚଳକୁ ଦଖଲକୁ ନେଇଥିଲେ । ଶାନ୍ତିପି୍ରୟ ବାଜପେୟୀ ଏହାର କଠୋର ଜବାବ୍ ଦେଇ ଅପେରେସନ୍ ବିଜୟ ଆରମ୍ଭ କରି ପାକିସ୍ଥାନର ସୈନ୍ୟମାନଙ୍କୁ ପୁଣି ପଛକୁ ହଟାଇ ନିୟନ୍ତ୍ରଣ ରେଖାଠାରେ ଭାରତର ବିଜୟ ପତାକା ଉଡାଇଥିଲେ ।

ବିଜେପି ନେତୃତ୍ୱରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଦେଶର ତଫସିଲ୍ ଭୁକ୍ତ ଜାତି ଓ ଉପଜାତି ମାନଙ୍କ ଉନ୍ନତି ପାଇଁ ଯାହା କରିଛନ୍ତି ତାହା ଅନନ୍ୟ ଓ ଅଭୂତପୂର୍ବ ତାର ସବୁଠାରୁ ବଡ ଉଦାହରଣ ହେଲା । ୧୯୯୯ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପୁର୍ନଗଠନ କରି ଦେଶରେ ସ୍ୱତନ୍ତ୍ରଭାବେ ଏକ ‘ଆଦିବାସୀ ଉନ୍ନୟନ ମନ୍ତ୍ରଣାଳୟ’ ଗଠନ ।

ବାଜପେୟୀଙ୍କ ଆଦର୍ଶ ଓ ଗଣତନ୍ତ୍ର ପ୍ରତି ନିÂା ସବୁକାଳ ଲାଗି ତାଙ୍କ ଶାସନ କାଳକୁ ଭାରତବର୍ଷ ଇତିହାସରେ ଏକ ସୂର୍ଣ୍ଣିମ ଅଧ୍ୟାୟ ରୂପେ ଲିପିବଦ୍ଧ କରି ରଖିବ ଏଥିରେ ସନେ୍ଦହ ନାହିଁ । ୨୪ଟି ରାଜନୈତିକ ଦଳକୁ ନେଇ ଭାରତଭଳି ବହୁ ଭାଷିକ ଓ ବହୁମତବାଦୀ ଦେଶରେ ସେ ସ୍ୱଚ୍ଛ ଶାସନ ଦେବା ସହିତ କେତେ ଗୁଡିଏ ଐତିହାସିକ ପଦକ୍ଷେପ ନେଇ ଭାରତର ସର୍ବକାଳୀନ ଶ୍ରେÂ ପ୍ରଧାନମନ୍ତ୍ରୀ ରୂପେ ନିଜକୁ ପ୍ରତିÂା କରିପାରିଥିଲେ ।

Leave A Reply

Your email address will not be published.