ଭୁବନେଶ୍ୱର: ଓଡ଼ିଶା ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଯିଏ ମଧ୍ୟ ଓଡ଼ିଶା ଫେରିବେ ତାଙ୍କୁ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୋର୍ଟାଲରେ ମୋବାଇଲ ଦ୍ୱାରା ମଧ୍ୟ ନାମ ପଞ୍ଜୀକରଣ କରାଯାଇ ପାରିବ । ତେବେ ଏହି ପଂଜୀକରଣ ପାଇଁ ଆଧାର ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ ଓଡିଶା ଫେରି ପାରିବେନି ବାହାରେ ଫସିଥିବା ଓଡିଆ ।
ଯଦି ନିଜେ ପଞ୍ଜୀକରଣ କରୁଛନ୍ତି ତେବେ ଆପଣ ନିଜ ନମ୍ବର ଦେବେ । ଆଉ ଯଦି ଆପଣଙ୍କ ପାଇଁ ଅନ୍ୟ କେହି ପଞ୍ଜୀକରଣ କଲେ ତେବେ ତାଙ୍କ ନମ୍ବର କିମ୍ବା ପରିବାର ଲୋକଙ୍କ ନମ୍ବର ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ।
ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ବାହାରୁ ଆସିବାକୁ ଥିବା ପ୍ରାୟ ୫ ଲକ୍ଷ ଓଡିଆଙ୍କ ପାଇଁ ସରକାର ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି। ତେବେ ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ପ୍ରଥମ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ତା’ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସୁସ୍ଥ ଥିଲେ ଘରକୁ ଯାଇପାରିବେ ।
କିଭଳି କରିବେ ପଞ୍ଜୀକରଣ:
ପଞ୍ଜୀକରଣ ପାଇଁ ମୋବାଇଲ ଓ ଆଧାର ନମ୍ବର ଜରୁରୀ । ବାହାରେ ରହୁଥିବା ବ୍ୟକ୍ତି ନାମ ପଂଜିକରଣ ବେଳେ ନିଜ ମୋବାଇଲ ନମ୍ବର ଓ ଆଧାର ନମ୍ବର ଦେବା ବାଧ୍ୟତାମୁଳକ । covid19.odisha.gov.in ପୋର୍ଟାଲକୁ ଯାଆନ୍ତୁ । ସେଠାରେ ଫିଲଅଫ୍ ରେଜିଷ୍ଟ୍ରେସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ ନିଜ ବିସ୍ତୃତ ବିବରଣୀ ଦିଅନ୍ତୁ । କେଉଁଠୁ ଓଡ଼ିଶାକୁ ଫେରିବେ ସେ ଅଂଚଳ ବାବଦରେ ଆପଣଙ୍କୁ ତଥ୍ୟ ଦେବାକୁ ପଡିବ । ଫର୍ମକୁ ଆପଣ ନିଜେ ପୁରଣ କରିପାରିବେ କିମ୍ବା ଆପଣଙ୍କ ପାଇଁ ଅନ୍ୟ କେହି ଏହାକୁ ପୁରଣ କରିପାରିବେ । ଆପଣଙ୍କ ସଂପର୍କୀୟ ମଧ୍ୟ ଆପଣଙ୍କ ପାଇଁ ଫର୍ମ ପୁରଣ କରିପାରିବେ । କିମ୍ବା ଆପଣଙ୍କ ପରିବାର ଲୋକ ଚାହିଁଲେ ଫର୍ମ ପୁରଣ କରି ଗ୍ରାମପଂଚାୟତର ନୋଡାଲ ଅଫିସରଙ୍କୁ ଦେଇପାରିବେ । ନୋଡାଲ ଅଫିସର ଆପଣଙ୍କ ପଂଜୀକରଣ କରିବେ ।
BREAKING NEWS
- ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ, ଫେରିଗଲେ ଜେଡି ଭାନ୍ସ
- ଦେଶର ଦ୍ୱିତୀୟ “ବନ୍ଦେ ଭାରତ ସ୍ଲିପର” ଟ୍ରେନ ଘୋଷଣା!
- Weather Update: ରାଜ୍ୟରେ ଅସମ୍ଭାଳ ତାତି, ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ୧୪ ଘଣ୍ଟା ଚାଲିଲା ଆମେରିକା-ଇରାନ ମଧ୍ୟରେ ଆଲୋଚନା, ବାହାରିଲାନି ନିଷ୍କର୍ଷ
- Operation Nanhe Farishte:୧୨ ନାବାଳକ ରେଳ ଷ୍ଟେସନରୁ ଉଦ୍ଧାର… ମାଗଣା ମଦ୍ରାସା ଶିକ୍ଷା ନାଁରେ ଆସିଥିଲେ ଓଡ଼ିଶା
- Asha Bhosle Hospitalised:ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ;ହସ୍ପିଟାଲରେ ଭର୍ତ୍ତି…
- କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଭୟଭୀତ ଲୋକେ;ଇଞ୍ଜେକ୍ସନ ପାଇଁ ଲମ୍ବା ଲାଇନ…
- ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ; ବିଦ୍ୟାଳୟ ସମୟରେ ବାହାରେ ବୁଲୁଥିଲେ…
- Bus- Pickup vehicle collide: ବସ୍-ପିକଅପ୍ ମୁହାଁମୁହିଁ ଧକ୍କା;ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ,୨୫ରୁ ଅଧିକ ଆହତ
- କୋହଲି, ରୋହିତଙ୍କ ଗ୍ରୁପରେ ସାମିଲ ହେଲେ ସାମସନ
Comments are closed.