ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ପାଇଁ ଆହୁରି ବଢ଼ିଲା ଅଡୁଆ । ନିର୍ବାଚନ ତାରିଖ ପୂର୍ବରୁ ମହିଳା ସମ୍ମାନ ଏବଂ ସଞ୍ଜୀବନୀ ଯୋଜନାକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଉପରାଜ୍ୟପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଉପରେ କେଜ୍ରିୱାଲ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି । ଆଉ ମିଳିମିଶି ଆପ୍କୁ ଘେରିଛନ୍ତି ବିଜେପି ଓ କଂଗ୍ରେସ । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ଅଭିଯୋଗ ଆଧାରରେ ମହିଳା ସମ୍ମାନ ଯୋଜନା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ସନ୍ଦୀପ ଦୀକ୍ଷିତ । ତଦନ୍ତ ପାଇଁ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ କମିଶନରଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ଭି. କେ. ସକ୍ସେନା ।
ଉପରାଜ୍ୟପାଳଙ୍କ ନିକଟରେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସରକାର ବିରୋଧରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ଏପରି ଅଭିଯୋଗ ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ଉପରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଯୋଜନା ଉପରେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଅନ୍ୟପଟେ ଉପରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ବିଜେପିକୁ କାଠଗଡ଼ାରେ ଛିଡ଼ା କରାଇ ଦେଇଛନ୍ତି କେଜ୍ରିୱାଲ।
ନିର୍ବାଚନୀ ବିଗୁଲ୍ ବାଜିନି ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ତ୍ରିମୁଖୀ ଲଢ଼େଇ । ବିଜେପି ଓ ଆପ୍ ମଧ୍ୟରେ ଲଢ଼େଇ ସ୍ବାଭାବିକ ଥିବା ବେଳେ ସଫ୍ଟ ଲାଇନ୍ରେ ଥିଲା କଂଗ୍ରେସ । କିନ୍ତୁ ଆପ୍ ଓ ବିଜେପି ବିରୋଧରେ ହାର୍ଡ ଲାଇନକୁ ଆସିଯାଇଛି କଂଗ୍ରେସ । କେଜ୍ରିୱାଲ କହିଛନ୍ତି, ବିଜେପିର ସାହସ ନାହିଁ ଏଥିପାଇଁ କଂଗ୍ରେସ ନେତାଙ୍କ ଦ୍ୱାରା ଏପରି ଏପରି ଅଭିଯୋଗ ଆଣୁଛନ୍ତି । ସେ ଆହୁରି କହିଛନ୍ତି ବିଜେପି ଓ କଂଗ୍ରେସ ଉବୟ ମିଶି ଆପକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି । ହେଲେ ସେମାନେ ସଫଳ ହେବେ ନାହିଁ ।