ବ୍ରହ୍ମପୁର: ବ୍ରହ୍ମପୁର ସହରର ଅନେକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି। ଏହାକୁ ନେଇ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ପୂର୍ତ ବିଭାଗ ତରଫରୁ ସହରର ଦୁଇଟି ପ୍ରମୁଖ ରାସ୍ତାର ମରାମତି ମଙ୍ଗଳବାର ରାତି ଠାରୁ ଆରମ୍ଭ ହୋଇଛି। ସେହି ରାସ୍ତାଗୁଡ଼ିକ ହେଲା ବିଜିପୁର ଛକ ଠାରୁ ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ବିଜିପୁର ଛକ ନିକଟସ୍ଥ ସନ୍ତୋଷୀ ମାଁ ମନ୍ଦିର ଠାରୁ ଉତ୍ତରେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା। ଯଥା ଶୀଘ୍ର ଉଭୟ ରାସ୍ତାର ନିର୍ମାଣ ଶେଷ ହୋଇଯିବ ବୋଲି ପୂର୍ତ ବିଭାଗ ତରଫରୁ କୁହାଯାଇଛି।
ସୂଚନା ଯୋଗ୍ୟ ଯେ, ସହରରେ ଥିବା ପୂର୍ତ ବିଭାଗର ରାସ୍ତାଗୁଡ଼ିକର କଦର୍ଯ୍ୟ ଅବସ୍ଥାକୁ ନେଇ କେତେକ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ୧୭ ତାରିଖରେ ଏନେଇ ୨୬ ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତ, ୨୭ ନମ୍ବର ନିଳକଣ୍ଠ ସାହୁଙ୍କ ସମେତ ଅନ୍ୟ କର୍ପୋରେଟର, ଆଇନ୍ଜୀବୀ ଏବଂ ବୁଦ୍ଧିଜୀବୀମାନେ ଏନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣ କରିବା ପରେ ରାସ୍ତା ମରାମତି ପାଇଁ ବିଭାଗକୁ ନିର୍ଦେଶ ଦିଆଯିବ ବୋଲି ଆର୍ଡିସି ଆଓ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ରାସ୍ତା କାମ ଆରମ୍ଭ ହୋଇଥିବା ଯୋଗୁ ଆର୍ଡିସି ଏବଂ ପୂର୍ତ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି କର୍ପୋରେଟର ଧିରେଶ ସାବତ। ଖୁବ୍ ଶୀଘ୍ର ସହରର ଅନ୍ୟାନ୍ୟ ରାସ୍ତାଗୁଡ଼ିକର କାମ ତୁରନ୍ତ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ଅଧିନରେ ଥିବା ରାସ୍ତାଗୁଡ଼ିକର ମଧ୍ୟ ମରାମତି କରିବାକୁ ସେ ଦାବି ରଖିଛନ୍ତି।
BREAKING NEWS
- india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ
- Gold Rate: ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା ହୋଇଛି ହଳଦିଆ ଧାତୁ?
- ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…
- ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍: ମନ୍ତ୍ରୀ
- Rule Change For Lok Sabha MPs: ଏଣିକି ସଂସଦରେ ବିଳମ୍ବରେ ପହଞ୍ଚିବା ପଡ଼ିବ ମହଙ୍ଗା, ସିଧା କଟିବ ଦରମା…
- Williams said ‘My Husband Will Kill Me’: ‘ମୋ ସ୍ୱାମୀ ମୋତେ ମାରିଦେବେ…’, କାହିଁକି ଏମିତି କହିଲେ ଭାରତର ଝିଅ ସୁନୀତା ୱିଲିୟମ୍ସ?
- ୧୦୦ କୁକୁରଙ୍କୁ ହତ୍ୟା କରି ସରପଞ୍ଚ ସମେତ ୩ଗିରଫ
- Flight Services: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ
- ଜୁନ୍ ସୁଦ୍ଧା ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି
- ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…
Comments are closed.