ନୂଆଦିଲ୍ଲୀ : ନୂଆବର୍ଷ ଆରମ୍ଭରୁ ଆସିଲା ଲୋମଟାଙ୍କୁରା ଖବର । ଯାହା ଉତ୍ତର ପ୍ରଦେଶରେ ଚହଳ ପକାଇ ଦେଇଛି । ଲକ୍ଷ୍ମୌର ଏକ ହୋଟେଲରୁ ୫ ମୃତଦେହ ମିଳିବା ପରେ ପୂରା ଲକ୍ଷ୍ନୌ ସ୍ତବ୍ଧ ହୋଇଯାଇଛି । ଏହି ୫ ମୃତ ଦେହ ନାକା ଥାନ ଅନ୍ତର୍ଗତ ସରନଜିତ ହୋଟେଲରୁମିଳିଛି । ମୃତକଙ୍କ ମଧ୍ୟରେ ଥିଲେ ୪ ଝିଅ ଓ ମା’ । ଆଉ ହତ୍ୟାକାରୀ ନିଜେ ଭାଇ । ହୋଟେଲ ଭିତରୁ ମା’ଓ ୪ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଥିବା ବେଳେ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଛି ।
ସୂଚନା ଅନୁସାରେ ହତ୍ୟାକାରୀ ଅରସଦକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କାହିଁକି ଓ କେଉଁ ପରିସ୍ଥିତିରେ ୪ ଭଉଣୀ ଓ ମାଙ୍କୁ ହତ୍ୟା କଲା ପୁଅ, ସେ ନେଇ ପୋଲିସ ଛାନଭିନ ଜାରି ରଖିଛି । ପୋଲିସ କହିବା ଅନୁସାରେ, ସମସ୍ତ ପରିବାର ୩୦ ତାରିଖରୁ ହୋଟେଲରେ ରହିଥିଲେ । ୪ ଝିଅ, ମାଙ୍କ ସହ ଥିଲେ ବାପା ଓ ପୁଅ । ଘଟଣା ପରେ ବାପାଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳେ ସେ ଫେରାର ଅଛନ୍ତି । ମୃତକଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।
ସବୁଠାରୁ ବଡ଼ କଥା ହେଉଛି ହତ୍ୟା କରିଥିବା ନେଇ ନିଜେ ଅରସଦ ସତ ମାନିଛି । ସେ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିବାବେଳେ ଏହା ପୋଲିସ ପାଖରେ ପହଞ୍ଚିଛି । ଅରସଦ ଆଗ୍ରାବାସୀ ହୋଇଥିବାବେଳେ ସେ କହିଛି ସ୍ଥାନୀୟ ଅଞ୍ଚଳର ବସ୍ତି ବାସିନ୍ଦା ତାଙ୍କୁ ହଇରାଣ କରୁଥିଲେ । ବସ୍ତି ବାସିନ୍ଦାଙ୍କ ଅତ୍ୟାଚାର ସହି ନପାରି ସେ ଆଜି ଏଭଳି ଚରମ ନିଷ୍ପତ୍ତି ନେଇଛି । ନିଜ ହାଜରେ ଉଭଣୀ ଓ ମାକୁ ହତ୍ୟା କରିଛି । ଆମର ଘର ଛଡ଼ାଇ ନିଆଗଲା । ଆମେ ଯେତେବେଳେ ପ୍ରତିବାଦ କଲେ ମଧ୍ୟ କେହି ଶୁଣିଲେ ନାହିଁ । ୧୦ ଦିନ ଥରି ରାତି, ଦିନ ବାହାରେ ରହିଲୁ । ଆଜିର ଏହି ସ୍ଥିତି ପାଇଁ ବସ୍ତି ଲୋକ ହିଁ ଦାୟୀ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଅଭିଯୁକ୍ତ ଅରସଦ । କିଛି ମୁସଲମାନ ଲୋକେ ବସ୍ତି କବଜା କରିବା ସହ ହଇରାଣ କରୁଛନ୍ତି ବୋଲି ସେ କହିଛି । ଆମ ପାଖରେ କାଗଜପତ୍ର ଥିଲେ ମଧ୍ୟ ଆମକୁ ଆମ ଘର ଦିଆଯାଉ ନାହିଁ । ଏଭଳି କିଛି କହି ନ୍ୟାୟ ଦାବି କରିଛି ଅଭିଯୁକ୍ତ ଅରସଦ ।
Comments are closed.