Latest Odisha News

BREAKING NEWS

ଏସିଆ କପ୍ ପୂର୍ବରୁ ଭାରତକୁ ଝଟକା, ରାହୁଲ୍ ଦ୍ରାବିଡ଼ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ସେ ଏସିଆ କପ୍ ପାଇଁ ଯିବେ କି ନାହିଁ ତାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଦଳ ଆଜି ୟୁଏଇ ଅଭିମୁଖେ ବାହାରିବ । ଏସିଆ କପ୍ ଅଗଷ୍ଟ ୨୭ରୁ ଆରମ୍ଭ ହେଉଥିବା ବେଳେ ୨୮ ତାରିଖରେ ଭାରତର ପ୍ରଥମ ମ୍ୟାଚ୍ ରହିଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ଼ ଛୁଟିରେ ଥିଲେ । ଏସିଆ କପରେ ଅଗଷ୍ଟରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ଏବେ ଏସିଆ କପ୍ ପୂର୍ବରୁ ରାହୁଲ୍ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ରାବିଡ଼ଙ୍କ ସ୍ଥାନରେ ଏସିଆ କପ୍ ପାଇଁ ଦଳ ସହ ଭିଭିଏସ୍ ଲକ୍ଷ୍ମଣ ଯିବେ । ଏସିଆ କପରେ ଦଳର ନେତୃତ୍ୱ ରୋହିତ ଶର୍ମା ନେଉଥିବା ବେଳେ କେଏଲ୍ ରାହୁଲ ଉପଅଧିନାୟକ ଅଛନ୍ତି ।

Leave A Reply

Your email address will not be published.