Latest Odisha News

BREAKING NEWS

ନବ ବର୍ଷ ପାଳନ କରିବେନି ମୁସଲମାନ ? ଜାରି ହେଲା ଫତୱା

ନୂଆଦିଲ୍ଲୀ: ନୂଆ ବର୍ଷକୁ ସ୍ୱାଗତ ପାଇଁ ପୂରା ବିଶ୍ୱ ଏବେଠୁ ସେଲିବ୍ରେସନ ମୋଡ଼ରେ ରହିଛି। ସବୁଠି ଭୋଜିର ଆସର ବି ଜମିଲାଣି। ହେଲେ ଏ ସବୁ ସେଲିବ୍ରେସନରୁ ଦୂରେଇ ରହିବେ ମସ୍ଲିମ ସମାଜ। ଆଉ ଏଥିପାଇଁ  ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ଫତୱା ଜାରି କରିଛନ୍ତି। ଯେଇଁ ସିଧା ସିଧା କୁହାଯାଇଛି ଯେ ମୁସ୍ଲିମ ସମାଜ ଇଂରାଜୀ ନବବର୍ଷ ପାଳନ କରିପାରିବେନି। ଏମିତି ଏନେଇ କଡ଼ା ଚେତାବନୀ ମଧ୍ୟ ଦିଆଯାଇଛି । ଯାହାକୁ ନେଇ ଏବେ ମିସ୍ଲିମ ଯୁବକ-ଯୁବତୀଙ୍କୁ ମଧ୍ୟରେ ଅସୋନ୍ତଷ ଦେଖିବାକୁ ମିଳିଛି।

 

#WATCH | Bareilly | National President of All India Muslim Jamaat, Maulana Shahabuddin Razvi Barelvi says, "Chashme Darfta Bareilly has issued a fatwa regarding the celebration of New Year… The young men and women who celebrate New Year have been instructed in this fatwa that… pic.twitter.com/jAiDdD4w6r

— ANI (@ANI) December 29, 2024

 

ଇଂରାଜୀ ନବ ବର୍ଷ ହୋଇଥିବାରୁ ଏହାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତ ବିରୋଧ କରୁଛି। ବିରୋଧର ଅର୍ଥ ନୂଆ ବର୍ଷରେ ମୁସ୍ଲିମ ଯୁବକ-ଯୁବତୀଙ୍କୁ ସେଲିବ୍ରେସନ କରିବାକୁ ମନାକରାଯାଉଛି। ଫତୱାରେ କୁହାଯାଇଛି ଇସ୍ଲାମ ଧର୍ମାବଲମ୍ବୀଙ୍କ ପାଇଁ ଏହି ଉତ୍ସବ ପାଳନର କୌଣସି ଆବଶ୍ୟକତା ନାହିଁ । ଏଥି ପାଇଁ କାହାରିକୁ ବଧେଇ ବା ଶୁଭେଚ୍ଛା ଜଣାଇବାକୁ ମଧ୍ୟ ମନାକରାଯାଇଛି। କାରଣ ନୂଆ ବର୍ଷରେ ଇସାୟୀ ନବବର୍ଷ ଅର୍ଥାତ ଇଂରାଜୀ ନବବର୍ଷ ଆରମ୍ଭ ହେଉଛି। ଏହି ଦିନରେ ଇଂରାଜୀ କ୍ୟାଲେଣ୍ଡର ପ୍ରଚଳନ ହୁଏ। ତେଣୁ ଏହା ସହ ଇସ୍ଲାମର କୌଣସି ସମ୍ପର୍କ ନାହିଁ ବୋଲି ଫତୱାରେ କୁହାଯାଇଛି।

ମୌଲାନା ଶହାବୁଦ୍ଦିନ କହିଛନ୍ତି, ଅନ୍ୟ ଧର୍ମର ଉତ୍ସବ ପାଳନ କରିବା ମୁସଲମାନରେ ମାନ୍ୟତା ନାହିଁ। ତେଣୁ ଏହା ଇସାୟୀ ନବବର୍ଷ ହେଉଥିବା  ମୁସଲମାନମାନେ ପାଳନ କରିବାର ଆବଶ୍ୟକତା ନାହିଁ। ସେ ବିଶେଷ ଭାବେ  ନୂଆ ପିଢିର ଯୁବକ ଯୁବତୀଙ୍କୁ ଅଧିକ ତାଗିଦ କରିଛନ୍ତି। ସେମାନଙ୍କୁ ନବବର୍ଷ ଉତ୍ସବ ପାଳନ ନ କରିବାକୁ କଡାକଡି ଚେତାବନୀ ଦେଇଛନ୍ତି ମୌଲାନା ଶହାବୁଦ୍ଦିନ ।

Comments are closed.