ନୂଆଦିଲ୍ଲୀ: ଆସିଗଲା ଆମାଜନ୍ ପ୍ରାଇମ୍ ଡେ ସେଲ୍ । ଜୁଲାଇ ୧୨ ରାତି ୧୨ଟାରୁ ଆରମ୍ଭ ହୋଇଛି ଆମାଜନ୍ ପ୍ରାଇମ୍ ଡେ ସେଲ୍ ! ଏହା ୧୨ରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍ରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଏୟାର କଣ୍ଡିସନର (ଏସି), ଫ୍ରିଜ୍, ଲାପଟପ୍, ଟାବଲେଟ୍ ଆଦି ଇଲେକ୍ଟ୍ରୋନିକ୍ ଜିନିଷ ଅଧା ମୂଲ୍ୟରେ ମିଳିବ। ଏହି ଇ-କମର୍ସ ଓ୍ଵେବସାଇଟ୍ ସେଲ୍ରେ ମିଳୁଥିବା ଅଫରଗୁଡ଼ିକୁ ଘୋଷଣା କରିଛି। ନିକଟରେ ଲଞ୍ଚ ହୋଇଥିବା OnePlus, Samsung, iQOO, Apple ଭଳି ବ୍ରାଣ୍ଡର ଫୋନ୍ଗୁଡ଼ିକୁ ଶସ୍ତାରେ କିଣିହେବ। ଆସନ୍ତୁ, ଏହି ସେଲ୍ରେ ମିଳୁଥିବା ଅଫରଗୁଡ଼ିକ ବିଷୟରେ ଜାଣିବା…
ସ୍ମାର୍ଟଫୋନ୍ରେ ଅଫର
ଏହି ସେଲ୍ରେ OnePlus 13s, OnePlus 13, OnePlus 13R, OnePlus Nord 5, OnePlus Nord 5 CE, Samsung Galaxy M36, Samsung Galaxy S24, Galaxy S24 Plus, Galaxy S24 Ultra, iQOO 13, iQOO Z10, iQOO Z10 Lite, Redmi Note 14, Redmi Note 14 Pro ଭଳି ଏହା ବର୍ଷ ଓ ଗତ ବର୍ଷ ଲଞ୍ଚ ହୋଇଥିବା ଫୋନ୍ଗୁଡ଼ିକୁ କିଣି ହଜାର ହଜାର ଟଙ୍କା ବଞ୍ଚାଇ ହେବ। ଆମାଜନ୍ ପ୍ରାଇମ୍ ଡେ ସେଲ୍ରେ ସ୍ମାର୍ଟଫୋନ୍ ଛଡ଼ା ଟାବଲେଟ୍ ଓ ଲାପଟପ୍ ମଧ୍ୟ ଶସ୍ତାରେ କିଣି ପାରିବେ । Lenovo, Dell, HP, Acer ଭଳି ବ୍ରାଣ୍ଡର ଲାପଟପ୍ରେ ଭଲ ଡିସକାଉଣ୍ଟ ମିଳିବ।
ଏସି ଓ ଫ୍ରିଜ୍ ଶସ୍ତାରେ
ଆମାଜନ୍ ପ୍ରାଇମ୍ ଡେ ସେଲ୍ରେ Samsung, LG, Daikin, Voltas, Bluestar ଭଳି ବ୍ରାଣ୍ଡର ଓ୍ଵିଣ୍ଡୋ ଓ ସ୍ପ୍ଲିଟ୍ ଏସି କିଣିବାରେ ଭଲ ଅଫର ମିଳିପାରେ। ୧ ଟନ୍, ୧.୫ ଟନ୍ କିମ୍ବା ୨ ଟନ୍ କ୍ଷମତାର ଏସି ଅଧା ମୂଲ୍ୟରେ ମିଳିପାରିବ। ଏହା ସହିତ ଫ୍ରିଜ୍, ଓ୍ଵାଶିଂ ମେସିନ୍ ଆଦି ମଧ୍ୟ ଏହି ସେଲ୍ରେ ୭୦ରୁ ୮୦ ପ୍ରତିଶତ ଡିସକାଉଣ୍ଟରେ କିଣିହେବ।
ଅମେଜନ୍ ପ୍ରାଇମ୍ ମେମ୍ବରସିପ୍
ଏହି ସେଲ୍ କେବଳ ଆମାଜନ୍ ପ୍ରାଇମ୍ ଗ୍ରାହକଙ୍କ ପାଇଁ। ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ର ଶପିଂ ଏଡିସନ୍ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ। ଏହି ପ୍ଲାନ୍ରେ ଗ୍ରାହକମାନେ ପୂରା ଏକ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ ପାଇବେ। ଆମାଜନ୍ ପ୍ରାଇମ୍ ଲାଇଟ୍ ପାଇଁ ବାର୍ଷିକ ୭୯୯ ଟଙ୍କା ଦେବାକୁ ହେବ। ଷ୍ଟାଣ୍ଡାର୍ଡ ପ୍ରାଇମ୍ ମେମ୍ବରସିପ୍ର ବାର୍ଷିକ ପ୍ଲାନ୍ ୧,୪୯୯ ଟଙ୍କାରେ ଉପଲବ୍ଧ। ମାସିକ ପ୍ଲାନ୍ କହିବାକୁ ଗଲେ, ଷ୍ଟାଣ୍ଡାର୍ଡ ପ୍ଲାନ୍ ୨୯୯ ଟଙ୍କା ପ୍ରତି ମାସରୁ ଆରମ୍ଭ। ଏହି ସୁଯୋଗର ଲାଭ ଉଠାଇ ଶସ୍ତାରେ ଆପଣଙ୍କ ପସନ୍ଦର ଇଲେକ୍ଟ୍ରୋନିକ୍ ଜିନିଷ କିଣନ୍ତୁ!
Comments are closed.