Latest Odisha News

BREAKING NEWS

ଆମାଜନ ବ୍ୟବହାର କରିଥିଲେ ସାବଧାନ ! ଆପଣଙ୍କ ଗୋପନୀୟତା ହୋଇପାରେ ଲିକ୍

ନୂଆଦିଲ୍ଲୀ : ଫେସବୁକ ଓ ଗୁଗଲ ପରି ବଡ଼ ଟେକ୍‌ କମ୍ପାନୀମାନେ ଉପଭୋକ୍ତାଙ୍କ ଗୋପନୀୟତା ନେଇ ବାରମ୍ବାର ଅଭିଯୋଗର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହି ତାଲିକାରେ ଯୋଗ ହୋଇଛି ଆମାଜନର ନାଁ । ଆମେରିକାର ଏକ ଫେଡେରାଲ କୋର୍ଟରେ ଆମାଜନର କ୍ଲାଉଡ୍‌ ଭିତ୍ତିକ ଭଏସ୍‌ ସର୍ଭିସ ଅଲେକ୍ସା ମାଧ୍ୟମରେ ଲକ୍ଷ ୟୁଜର୍ସଙ୍କ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଏକ କ୍ଲାସ୍‌ ଆକ୍ସନ ମାମଲା ଦାୟର କରାଯାଇଛି। ଜୁଲାଇ ୭, ୨୦୨୫ରେ ଆମେରିକୀୟ ଡିଷ୍ଟ୍ରିକ୍ଟ ଜଜ୍‌ ରବର୍ଟ ଲାସନିକ୍‌ ଏହି ମାମଲାକୁ ଆଗେଇ ନେବାକୁ ଅନୁମତି ଦେଇଛନ୍ତି।

ଜଜ୍‌ ରବର୍ଟ ଲାସନିକ୍‌ କହିଛନ୍ତି ଯେ, ଅଲେକ୍ସା ଉପଭୋକ୍ତାମାନେ ଆର୍ଥିକ କ୍ଷତି ଓ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଦେଶବ୍ୟାପୀ କ୍ଲାସ୍‌ ଆକ୍ସନ ମାମଲା ଦାୟର କରିବାର ଆଇନଗତ ସୀମା ପୂରଣ କରିଛନ୍ତି। ଏହି ମାମଲା ଏକ ବା ଏକାଧିକ ଅଲେକ୍ସା ଡିଭାଇସ୍‌ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ଅଧିକାର ସୁରକ୍ଷା ପାଇଁ କରାଯାଇଛି। ଅଭିଯୋଗ ଅନୁସାରେ, ଆମାଜନ ଓ୍ୱାଶିଂଟନର କନଜ୍ୟୁମର ପ୍ରୋଟେକ୍ସନ ନିୟମର ଉଲ୍ଲଂଘନ କରି ଉପଭୋକ୍ତାଙ୍କ ଭଏସ୍‌ ରେକର୍ଡିଂକୁ ବାଣିଜ୍ୟିକ ଲାଭ ପାଇଁ ବ୍ୟବହାର କରିଛି। ଏହି ମାମଲାରେ ଆମାଜନ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।

ଆମାଜନ ୨୦୧୪ରେ ଅଲେକ୍ସା ନାମକ ଭଏସ୍‌ ଆସିଷ୍ଟାଣ୍ଟ ଟୁଲ୍‌ ଲଞ୍ଚ କରିଥିଲା, ଯାହା ଉପଭୋକ୍ତାଙ୍କ ଭଏସ୍‌ କମାଣ୍ଡ ଯେପରିକି “ହାଏ ଅଲେକ୍ସା” ବା “ୱେକ୍‌” ଆଦିରେ ସକ୍ରିୟ ହୋଇ ସେମାନଙ୍କୁ ସେବା ଯୋଗାଇଥାଏ। ମାମଲାରେ ଅଭିଯୋଗ ହୋଇଛି ଯେ, ଆମାଜନ ଏହି ଟେକ୍ନୋଲୋଜିକୁ ଏପରି ଭାବେ ଡିଜାଇନ୍‌ କରିଛି ଯେ, ଏହା କେବଳ କମାଣ୍ଡ ନୁହେଁ, ବରଂ ଉପଭୋକ୍ତାଙ୍କ ବ୍ୟକ୍ତିଗତ କଥାବାର୍ତ୍ତାକୁ ମଧ୍ୟ ରେକର୍ଡ କରି ଅବୈଧ ଭାବେ ସଂଗ୍ରହ କରୁଛି। ୨୦୨୧ରେ ଦାୟର ହୋଇଥିବା ଏହି ମାମଲାରେ ଉପଭୋକ୍ତାମାନେ ଦାବି କରିଛନ୍ତି ଯେ, ଆମାଜନ ଏହି ରେକର୍ଡିଂଗୁଡ଼ିକୁ ବିନା ଅନୁମତିରେ ସଂଗ୍ରହ କରି ଓ୍ୱାଶିଂଟନର କନଜ୍ୟୁମର ପ୍ରୋଟେକ୍ସନ ଆଇନର ଉଲ୍ଲଂଘନ କରିଛି।

ଆମାଜନ ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରି କହିଛି ଯେ, ଅଲେକ୍ସା କୌଣସି ଉପଭୋକ୍ତାଙ୍କ ବ୍ୟକ୍ତିଗତ କଥାବାର୍ତ୍ତା ରେକର୍ଡ କରୁନାହିଁ ଏବଂ ଏହାକୁ ଏପରି ଡିଜାଇନ୍‌ କରାଯାଇଛି ଯେ, ଏହା କେବଳ “ୱେକ୍‌ ୱାର୍ଡ” ପରେ ସକ୍ରିୟ ହୁଏ, ଯାହା ଅଜଣା ରେକର୍ଡିଂରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେଇଥାଏ। କମ୍ପାନୀ ଦାବି କରିଛି ଯେ, ଅଲେକ୍ସାରେ ଅନେକ ସୁରକ୍ଷା ବ୍ୟବସ୍ଥା ରହିଛି, ଯାହା ଗୋପନୀୟତା ଉଲ୍ଲଂଘନକୁ ରୋକିଥାଏ। ତଥାପି, ଅଭିଯୋଗକାରୀମାନେ କହୁଛନ୍ତି ଯେ, ଆମାଜନ ଏହି ରେକର୍ଡିଂଗୁଡ଼ିକୁ ବାଣିଜ୍ୟିକ ଲାଭ ପାଇଁ ବ୍ୟବହାର କରୁଛି ଏବଂ ଏହା ଉପଭୋକ୍ତାଙ୍କ ବିନା ଅନୁମତିରେ କରାଯାଉଛି।

Comments are closed.