ନୂଆଦିଲ୍ଲୀ : ଏଥର ଦିଲ୍ଲୀରେ ଜୋରଦାର ହେବାକୁ ଯାଉଛି ତ୍ରିମୁଖୀ ଲଢ଼େଇ । ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବ ଦିଲ୍ଲୀ । ଶୁକ୍ରବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ବେଳେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଆପଦା ସରକାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏବେ ସିଧା ଆପ୍ ମୁଖ୍ୟ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆପ୍ ସରକାରକୁ ଆପଦା ସରକାର କହିବା ସହ ୧୭ ଶହ ବସ୍ତି ବାସିନ୍ଦାଙ୍କୁ ନୂତନ ଘରର ଚାବି ପ୍ରଦାନ କରିଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ଜାମିନରେ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଆତିଶୀଙ୍କୁ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଆଉ ଏଭଳି ସ୍ଥିତିରେ ସ୍ଥାୟୀ ବନାମ ଅସ୍ଥାୟୀର କଥା ଉଠାଇଛନ୍ତି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା । ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ହାଟ୍ରିକ କରିବା ଲକ୍ଷ୍ୟରେ ଥିବା ବେଳେ ୨୭ ବର୍ଷ ପରେ ବିଜେପି ଏବଂ ୧୧ ବର୍ଷ ପରେ କଂଗ୍ରେସ କମବ୍ୟାକ୍ କରିବାକୁ ଉଦ୍ୟମ ଚଳାଇଛନ୍ତି ।
ସୂଚନା ଥାଉକି. ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ଦୁଇ ସଦସ୍ୟ ଆପ୍ ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଖୋଲା ଯୁଦ୍ଧ । ଗତ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଆମ୍ ଆଦମୀ ପାର୍ଟି ଓ ଏହାର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଥିଲେ କଂଗ୍ରେସ ନେତା ଅଜୟ ମାକନ୍ । ୨୦୧୩ରେ କଂଗ୍ରେସ, ଆପ୍କୁ କରିଥିବା ସମର୍ଥନ ଭୁଲ ନିଷ୍ପତ୍ତି ବୋଲି ସେ କହିବା ସହ ଧାରା ୩୭୦ ଉଚ୍ଛେଦ, ୟୁନିଫର୍ମ ସିଭିଲ୍ କୋଡ୍ ଏବଂ ସମାନ ନାଗରିକତା ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରକୁ ସମର୍ଥନ କରିଥିଲା ଆପ୍ । ଯାହାକୁ ନେଇ କେଜ୍ରିୱାଲଙ୍କୁ ଅଜୟ ମାକନ୍ ଦେଶ ବିରୋଧୀ ଅଭିହିତ କରିଥିଲେ । ଯେଉଁଥି ପାଇଁ କଂଗ୍ରେସ ବିରୋଧରେ ଗର୍ଜିଛି ଆପ୍ ।
Comments are closed.