Latest Odisha News

BREAKING NEWS

ଅମ୍ଫାନ ସତର୍କତା: ଆଗାମୀ ୬ ରୁ ୮ ଘଣ୍ଟା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ସ୍ଥଳଭାଗ ମୁଁହା ବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଳ ଯେତିକି ପାଖେଇ ଆସୁଛି ପବନର ବେଗ କ୍ରମଶଃ ବଢ଼ି ଚାଲିଛି। ଏହାରର ପଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗିବା ଆରମ୍ଭ ହୋଇଗଲାଣି ।ମୁଖ୍ୟ ଶାସନସଚିବ ବାତ୍ୟା ସମୀକ୍ଷା କରିବା ପରେ ପତିକ୍ରିୟା ରଖିଛନ୍ତି ।

ବାତ୍ୟା ଅମ୍ପାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି  ମୁଖ୍ୟ ଶାସନ ସଚିବ କହିଛନ୍ତି।

ରାଜ୍ୟ ପାଇଁ ଆଗାମୀ ୬ରୁ ୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପାରାଦ୍ୱୀପ ରେ ସର୍ବାଧିକ ୧୪୪ ମିଳିଲିଟର ବର୍ଷା ରେକର୍ଡ ହୋଇଛି । ପୁରୀ ଗୋପାଳପୁର ରେ ପବନ ର ବେଗ କମିଛି । କାଁ ଭାଁ କୋଉଠି ଗଛ ଭାଙ୍ଗିଛି । ସେଠାରେ ଏନଡିଆରଏଫ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ମୁତୟନ ଅଛନ୍ତି ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି କଚ୍ଚାଘର ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.