Latest Odisha News

BREAKING NEWS

ସ୍ୱୟଂ ଚାଳିତ ସାନିଟାଇଜ୍‌ ମେସିନ ପ୍ରସ୍ତୁତ କଲା କଟକର ଏକ ସରକାରୀ ଶିଳ୍ପ ତାଲିମ ସଂସ୍ଥା

କଟକ: ବଢୁଥିବା କରୋନା ସଂକ୍ରମଣ ଏବେ ସମସ୍ତଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାକୁ ସମୂଳେ ନାଶ ପାଇଁ ଟୀକା ନବାହାରିବା ଯାଏଁ ଏଥୁରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ସତର୍କତା । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତା ସହ ନିଜ ହାତକୁ ସାନିଟାଇଜରରେ ବାରମ୍ବାର ଧୋଇବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଲୋକଙ୍କ ସୁରକ୍ଷା ନିମନ୍ତେ କମ୍ ଖର୍ଚ୍ଚରେ ସ୍ୱୟଂ ଚାଳିତ ସାନିଟାଇଜ୍‌ ମେସିନ ପ୍ରସ୍ତୁତ କରିଛି କଟକ ସରକାରୀ ଶିଳ୍ପ ତାଲିମ୍‌ ପ୍ରତିଷ୍ଠାନ ।

ପୂର୍ବରୁ ଏହି ପ୍ରତିଷ୍ଠାନ ରୋବର୍ଟ ତିଆରି କରି ବେଶ୍‌ ଚର୍ଚ୍ଚାକୁ ଆସିଥିବା ବେଳେ ପୁଣି ଥରେ ଏହି ସାନିଟାଇଜ ମେସିନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ମେସିନ ତିଆରି ପାଇଁ ପ୍ରାୟ ସାଢ଼େ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପାଖାପାଖି ୨ ମାସ ସମୟ ଲାଗିଛି ।
ଏଥିରେ ଏକାବେଳକେ ୫ରୁ ୬ ଲିଟର ସାନିଟାଇଜିଙ୍ଗ ଲିକୁଇଡ ରହିବା ସହ ସ୍ପେନସର ଗୋଟିଏ ଥରରେ ୬ ସେକେଣ୍ଡ ସ୍ପ୍ରେ କରିବ । ଯାହା ଫଳରେ ପ୍ରାୟ ୧୫ରୁ ୧୬ ଶହ ଲୋକ ଏଥିରେ ହାତକୁ ସାନିଟାଇଜ କରିପାରିବେ ବୋଲି ଜଣାପଡିଛି । ଏହି ସଙ୍କଟ ସମୟରେ ଏହା ଜନସାଧାରଣଙ୍କ ପାଇଁ ଉପଯୋଗୀ ହେବା ନେଇ ବେଶ୍ ଆଶାବାଦୀ ଅଛନ୍ତି ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ।

Leave A Reply

Your email address will not be published.