Latest Odisha News

BREAKING NEWS

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ  ଦାୟିତ୍ଵ ଗ୍ରହଣ କରିଛନ୍ତି ।  ବିଦାୟୀ ମୁଖ୍ୟ  ସଚିବ ମନୋଜ ଆହୁଜାଙ୍କ ଠାରୁ ନେଲେ ଦାୟିତ୍ବ । ଅନୁ ଗର୍ଗଙ୍କୁ ବିଭିନ୍ନ ମହଲରୁ ମିଳିଛି ଶୁଭେଚ୍ଛା ।  ତେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପତ୍ନୀ ତଥା ଅବସରପ୍ରାପ୍ର ପ୍ରାଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ମନୋଜ ଆହୁଜା ଅବସର ନେବା ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ବ ନେଇଛନ୍ତି। ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରିଛି ।

 

Leave A Reply

Your email address will not be published.