ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି କଂଗ୍ରେସ । ଏହାର ପ୍ରଭାବରେ ସାରା ରାଜ୍ୟରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ଅନେକ ଅନୁଷ୍ଠାନ ମଧ୍ୟ ବନ୍ଦ କରିଛି କଂଗ୍ରେସ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଲୋୟର ପିଏମଜିରେ କଂଗ୍ରେସ କର୍ମକର୍ତ୍ତା ଖୁବ ଜୋରରେ ରାଲି କରିଛନ୍ତି । ବ୍ୟାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ମଧ୍ୟ ସେମାନେ ମୁହାଁଇଥିଲେ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସରକାର ଦାୟୀ ବୋଲି କହିବା ସହ ଏହାର ଜବାବ ଦିଅନ୍ତୁ ବୋଲି କଂଗ୍ରେସ କହିଛି । ଏତିକିବେଳେ ବିରୋଧୀଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମନଇଛା କହିଛନ୍ତି । ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଆଉ ମୁଁ ଏହାର ମୁକ ସାକ୍ଷୀ ରହିଛି ବୋଲି ଅପରାଜିତା କହିଛନ୍ତି । ଭୂଲ ବୁଝାମଣା ପାଇଁ ଆଜି ଏତେବଡ ଘଟଣା ଘଟିଲା ବୋଲି ଅପରାଜିତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । କଂଗ୍ରେସ ଆନ୍ଦୋଳନ ସମ୍ପର୍କରେ ଅପରାଜିତା ଆଜି କିଛି କହିନଥିଲେ ମଧ୍ୟ ସେମାନଙ୍କୁ ବିରୋଧ କରିଛନ୍ତି । ଦଳୀୟ ସାଂସଦ ହୋଇ ସେ ଦଳ ପାଇଁ ଆଜି ବାହାରିଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ କଂଗ୍ରେସ ଆଜି ଆନ୍ଦୋଳନ କରୁଛି । ହେଲେ ଗତ ସରକାରରେ ବହୁତ ବଡ ବଡ ଘଟଣା ଘଟିଥିଲା । କିନ୍ତୁ ବିଜେଡି ଓ କଂଗ୍ରେସ ସେହି କଥାକୁ ସେତେ ଗୁରୁତର ସହ ନେଇନଥିଲେ । ରାଜ୍ୟରେ ଏଭଳି ଘଟଣା ହେବା ଭୂଲ କଥା । କିନ୍ତୁ ବିଜେଡି ଓ କଂଗ୍ରେସ ଯେଉଁ କଥା କହୁଛନ୍ତି ତାହା ଆଦୌ ଭୂଲ ବୋଲି ସେ କହିଛନ୍ତି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.