ନୂଆଦିଲ୍ଲୀ: ଆଇଫୋନ ଲଗାତାର ତା’ ଆପୁଲ୍ ୱାଚ୍’ରେ ଏପରି ସୁରକ୍ଷା ଫିଚର ଯୋଡୁଛି ଯାହା କେବଳ ଟେକ୍ନୋଲୋଜିରେ ଆଗୁଆ ରହୁଛି ତାହା ନୁହେଁ ମାନବ ଜୀବନକୁ ମଧ୍ୟ ବଞ୍ଚାଇପାରୁଛି। ସମ୍ପ୍ରତି ଆମେରିକାର ୧୬ ବର୍ଷୀୟ ଲିଣ୍ଡସେ ଲେସ୍କୋଭେଙ୍କ ଦୁର୍ଘଟଣା ଏହାର ଏକ ବଡ଼ ଉଦାହରଣ । ଆଇଫୋନ୍’ର କ୍ରାଶ ଡିଟେକ୍ସନ୍ ଫିଚର ତାଙ୍କ ଜୀବନ ବଞ୍ଚାଇଥିଲା।
ଲିଣ୍ଡସେ ରାତିରେ ଗାଡ଼ି ଚଳାଉଥିବା ସମୟରେ ନିଦ ଆସିଯାଇଥିବାରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଗାଡ଼ି ପୋଲ୍ ଏବଂ ଗଛଗୁଡ଼ିକ ସହିତ ବାଡ଼େଇ ଯାଇଥିଲା, ଫଳରେ ସେ ଗମ୍ଭୀର ଭାବେ ଆହତ ହୋଇ ଗାଡ଼ିରେ ଫସି ଯାଇଥିଲେ। ତାଙ୍କ ପାଦ ଏବଂ ଗଳାର ହାଡ଼ରେ ଗୁରୁତର ମାଡ଼ ହୋଇଥିଲା ଏବଂ ସେ ବେହୋଶ ହୋଇଯାଇଥିଲେ। ଏହି ସମୟରେ ତାଙ୍କ ଆଇଫୋନ୍ ତାଙ୍କ ପାଇଁ ଜୀବନରକ୍ଷକ ସାବ୍ୟସ୍ତ ହୋଇଥିଲା।
ଯେତେବେଳେ ତାଙ୍କ ଦୁର୍ଘଟଣା ହୋଇଥିଲା, ଆଇଫୋନ୍’ର କ୍ରାଶ ଡିଟେକ୍ସନ୍ ସିସ୍ଟମ୍ ସକ୍ରିୟ ହୋଇଗଲା। ଏହା କେବଳ ୯୧୧ (ଇମରଜେନ୍ସି ନମ୍ବର) କୁ କଲ୍ କରିନଥିଲା ବରଂ ରେସ୍କ୍ୟୁ ଟିମ୍କୁ ତାଙ୍କ ଲୋକେସନ୍ ମଧ୍ୟ ପଠାଇଥିଲା। ତାଙ୍କ ମା’ ଲୋରା ପରେ କହିଥିଲେ ଯେ ତାଙ୍କୁ ଜଣା ନ ଥିଲା ଯେ ଆଇଫୋନ୍’ରେ ଏପରି ଫିଚର ଅଛି। ଯେତେବେଳେ ରେସ୍କ୍ୟୁ ଟିମ୍ ପହଞ୍ଚିଲେ, ସେମାନେ ପ୍ରମାଣିତ କରିଥିଲେ ଯେ କଲ୍ ଫୋନ୍ ଦ୍ୱାରା କରାଯାଇଥିଲା।
ରିପୋର୍ଟ ଅନୁସାରେ, ଦୁର୍ଘଟଣା ପରେ ଲିଣ୍ଡସେ’ର ଫୋନ୍ ୨୨ ମିନିଟ୍ ଯାଏ ଡିସ୍ପାଚର୍ ସହିତ ଜଡ଼ିତ ରହିଥିଲା। ଏହି ସମୟରେ, କଲ୍’ରେ ମିଳିଥିବା ସୂଚନା ରେସ୍କ୍ୟୁ ଟିମ୍କୁ ସଠିକ୍ ସମୟରେ ସଠିକ୍ ଲୋକେସନ୍’ରେ ପହଞ୍ଚାଇଥିଲା। ପ୍ରାରମ୍ଭିକ କେତେକ ମିନିଟ୍ ସବୁଠୁ ମହତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହି ଟେକ୍ନୋଲୋଜି ତାଙ୍କୁ ଜୀବିତ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା।
କେଉଁ ଡିଭାଇସରେ ମିଳେ କ୍ରାଶ ଡିଟେକ୍ସନ୍ ଫିଚର
ଏହି ଫିଚର ଆଇଫୋନ୍ ୧୪ ଏବଂ ତା’ପରବର୍ତ୍ତୀ ମଡେଲ୍ସ (iOS ୧୬ କିମ୍ବା ନୂତନ ଭର୍ସନ୍’ରେ ଚଳାଉଥିବା)ରେ ଉପଲବ୍ଧ ଅଛି। ଏହାଛଡା, ଆପୁଲ୍ ୱାଚ୍ ସିରିଜ୍ ୮, ଆପୁଲ୍ ୱାଚ୍ SE (2nd Gen) ଏବଂ ଆପୁଲ୍ ୱାଚ୍ ଅଲ୍ଟ୍ରା (watchOS 9 କିମ୍ବା ନୂତନ ଭର୍ସନ୍’ରେ)ରେ ମଧ୍ୟ ଏହି ସୁବିଧା ମିଳେ। ଯଦି ଆପଣଙ୍କର ପାଖରେ ଏହି ଡିଭାଇସଗୁଡ଼ିକରୁ କିଛି ରହିଛି, ତେବେ ସେଟିଂରେ ଯାଇ ଏହି ଫିଚରକୁ ନିଶ୍ଚିକ ଭାବେ ଅନ୍ ରଖନ୍ତୁ।
Comments are closed.