ନୂଆଦିଲ୍ଲୀ: ଆପଣ କଣ ୧୦ ମିନିଟ୍ରେ ନିଜର iPhone 17 ପାଇବାକୁ ଚାହୁଁଛନ୍ତି? ତେବେ ଏହା ପାଇଁ ଆପଣ Blinkitକୁ ଧନ୍ୟବାଦ ଦେଇପାରନ୍ତି। ଏହି ଇନଷ୍ଟାଣ୍ଟ ଇ-କମର୍ସ ପ୍ଲାଟଫର୍ମ ଘୋଷଣା କରିଛି ଯେ ଏହା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଗ୍ରାହକମାନଙ୍କ ପାଇଁ iPhone 17 ସିରିଜ୍ର ବିକ୍ରୟ କରିବ। ଯେପରି ସାଧାରଣତଃ ଗ୍ରୋସରୀ ଓ ଛୋଟ ଆକ୍ସେସୋରୀଜ୍ର ଡେଲିଭରୀ ହୋଇଥାଏ, ସେହିପରି Blinkit ଏବେ ନୂଆ iPhone 17 ଡିଭାଇସ୍କୁ ୧୦ ମିନିଟ୍ ମଧ୍ୟରେ ଡେଲିଭର କରିବାକୁ ଚେଷ୍ଟା କରିବ। ତେଣୁ ଏବେ ନିକଟସ୍ଥ Apple ଷ୍ଟୋର୍ରେ ଲାଇନ୍ରେ ଛିଡ଼ା ହେବାର ଆବଶ୍ୟକତା ନାହିଁ।
Appleର ଅଧିକୃତ ରିସେଲର ଯୁନିକର୍ଣ୍ଣ ଇନଫୋସୋଲ୍ୟୁସନ୍ସ ସହ ଭାଗିଦାରୀ ବିସ୍ତାର କରି, Blinkit ଏବେ ନୂତନତମ iPhone 17 ମଡେଲଗୁଡ଼ିକୁ କିଛି ମିନିଟ୍ରେ ଡେଲିଭର କରିବାକୁ ଯୋଜନା କରୁଛି। କମ୍ପାନୀର ସୋସିଆଲ ମିଡିଆ ଘୋଷଣା ଅନୁଯାୟୀ, iPhone 17 ରେଞ୍ଜ୍ ୧୯ ସେପ୍ଟେମ୍ବରରୁ Blinkit ଆପ୍ ମାଧ୍ୟମରେ କିଣିବା ପାଇଁ ଉପଲବ୍ଧ ହେବ, ଯେଉଁ ଦିନ Apple ବିଶ୍ୱବ୍ୟାପୀ iPhone 17 ସିରିଜ୍ର ବିକ୍ରୟ ଆରମ୍ଭ କରୁଛି। ତେବେ Blinkit ଏପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଡିସକାଉଣ୍ଟ କିମ୍ବା ଅଫର ବିଷୟରେ ଘୋଷଣା କରିନାହିଁ।
Blinkitର ନୂଆ ଉଦ୍ୟମ ୧୯ ସେପ୍ଟେମ୍ବରରୁ ଗ୍ରାହକମାନେ Blinkit ଆପ୍ ମାଧ୍ୟମରେ iPhone 17, iPhone Air, iPhone 17 Pro ଏବଂ iPhone 17 Pro Max ଅର୍ଡର କରିପାରିବେ। ଯଦିଓ ବିସ୍ତୃତ ତଥ୍ୟ ସେୟାର କରାଯାଇନାହିଁ, ତେବେ ଗ୍ରାହକମାନେ ସମସ୍ତ ନୂଆ ରଙ୍ଗରେ iPhone 17 ମଡେଲଗୁଡ଼ିକ ପାଇପାରିବେ। Blinkit ଡେଲିଭରୀ ସମୟ ବିଷୟରେ ସ୍ପଷ୍ଟ କିଛି କହିନାହିଁ, କିନ୍ତୁ ଏହାର ପୂର୍ବ ରେକର୍ଡ ଦେଖିଲେ, ଅର୍ଡର କରିବାର କିଛି ମିନିଟ୍ ମଧ୍ୟରେ ନୂଆ iPhone ଗ୍ରାହକଙ୍କ ହାତରେ ପହଞ୍ଚିପାରେ।
BREAKING NEWS
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
Comments are closed.