ଭୁବନେଶ୍ୱର : ଆଧାର କାର୍ଡ ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପରିଚୟର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଛି। ବ୍ୟାଙ୍କରୁ ଆରମ୍ଭ କରି ମୋବାଇଲ ସିମ୍ ପର୍ଯ୍ୟନ୍ତ, ସବୁଠି ଏହାର ଆବଶ୍ୟକତା ରହେ। କିନ୍ତୁ ବାରମ୍ବାର ଏହାର କୋପି ଶେୟାର କରିବା ଦ୍ୱାରା ଠକାମୀର ଆଶଙ୍କା ରହୁଛି । ଏହି ପରିସ୍ଥିତିରେ ଏବେ ଗୋଟିଏ ନୂଆ ତରିକା ସାମ୍ନାକୁ ଆସିଛି, ଯାହାଫଳରେ ଆପଣ ଆଧାରର ସୂଚନାକୁ ସୁରକ୍ଷିତ ରଖିପାରିବେ ଏବଂ କାର୍ଡ ବିନା ମଧ୍ୟ କାମ କରିପାରିବେ।
ଆଧାର କାର୍ଡକୁ ପରିଚାଳନା କରୁଥିବା ସଂସ୍ଥା ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ଗୋଟିଏ ସୁବିଧା ପ୍ରଦାନ କରିଛି, ଯାହାଫଳରେ ଆଧାର କାର୍ଡର ଡିଜିଟାଲ୍ କୋପି ଡାଉନଲୋଡ୍ କରିପାରିବେ। ଏହାକୁ e-Aadhaar କୁହାଯାଏ ଏବଂ ଏହା ପାସୱାର୍ଡ ପ୍ରୋଟେକ୍ଟେଡ ହୋଇଥାଏ। ସାଧାରଣତଃ ଆଧାର କାର୍ଡ UIDAI ପୋର୍ଟାଲ୍ କିମ୍ବା DigiLocker ଆପ୍ରୁ ଡାଉନଲୋଡ୍ କରାଯାଏ, କିନ୍ତୁ ଗୋଟିଏ ସହଜ ତରିକା ଅଛି, ଯାହାଫଳରେ ଆପଣ ଏହାକୁ ସିଧାସଳଖ ହ୍ୱାହ୍ୱାଟ୍ସଏପରେ ମଧ୍ୟ ପାଇପାରିବେ। ଏତିପାଇଁ ସରକାରର ଅଧିକାରିକ MyGov ହେଲ୍ପଡେସ୍କ ଚାଟବଟ୍ ଉପଲବ୍ଧ ଅଛି। ଏହି ଇଣ୍ଟିଗ୍ରେସନ୍ ଦ୍ୱାରା ୟୁଜର୍ସ ସୁରକ୍ଷିତ ଭାବେ ଆଧାର ଏବଂ ଅନ୍ୟ ଜରୁରୀ ଦସ୍ତାବିଜ୍ ଡାଉନଲୋଡ୍ କରିପାରିବେ। ହ୍ୱାଟ୍ସଏପରେ ଆଧାର କାର୍ଡ ଡାଉନଲୋଡ୍ କରିବା ପାଇଁ ଆପଣଙ୍କର ପାଖରେ ଏହି ସବୁ ଜିନିଷ ରହିବା ଆବଶ୍ୟକ :
- ଆଧାରରେ ଲିଙ୍କ୍ କରାଯାଇଥିବା ମୋବାଇଲ୍ ନମ୍ବର।
- ଏକ ଏକ୍ଟିଭ୍ DigiLocker ଆକାଉଣ୍ଟ (ଯଦି ନାହିଁ, ତେବେ DigiLocker ୱେବସାଇଟ୍ କିମ୍ବା ଆପ୍ରେ ତିଆରି କରିପାରିବେ)।
- MyGov ହେଲ୍ପଡେସ୍କର ଅଧିକାରିକ ହ୍ୱାଟ୍ସଏପ୍ ନମ୍ବର: +91-9013151515, ଯାହାକୁ ଆପଣଙ୍କ ଫୋନ୍’ରେ ସେଭ୍ କରନ୍ତୁ।
ହ୍ୱାଟ୍ସଏପ୍ରେ ଆଧାର ଡାଉନଲୋଡ୍ କରିବାର ସ୍ଟେପ-ବାଇ-ସ୍ଟେପ୍ ଗାଇଡ୍
- +91-9013151515 ନମ୍ବରକୁ MyGov Helpdesk ନାମରେ କଣ୍ଟାକ୍ଟ୍ସରେ ସେଭ୍ କରନ୍ତୁ।
- ହ୍ୱାଟ୍ସଏପ୍ ଖୋଲନ୍ତୁ ଏବଂ ଏହି କଣ୍ଟାକ୍ଟ୍’ରେ ଚାଟ୍ ଆରମ୍ଭ କରନ୍ତୁ।
- ଆରମ୍ଭ କରିବା ପାଇଁ Namaste କିମ୍ବା Hi ଲେଖନ୍ତୁ।
- ଯେତେବେଳେ ପଚାରାଯିବ, DigiLocker Services ବାଛନ୍ତୁ।
- ସ୍ପଷ୍ଟ କରନ୍ତୁ ଯେ ଆପଣଙ୍କ ପାଖେ DigiLocker ଆକାଉଣ୍ଟ ରହିଛି କି ନାହଁ । ଯଦି ନାହିଁ ତେବେ ପ୍ରଥମେ ଏହି ଆକାଉଣ୍ଟ ଖଲିବାକୁ ପଡ଼ିବ
- ଏହାପରେ ଆପଣଙ୍କର ୧୨ ଅଙ୍କର ଆଧାର ନମ୍ୱର ସେଠାରେ ଦିଅନ୍ତୁ
- ଆପଣଙ୍କ ରେଜଷ୍ଟ୍ରେସନ ମୋବାଇସ ନମ୍ୱରକୁ ଏକ OTP ଆସିବ
- ଭେରିଫିକେସନ ଆପଣଙ୍କୁ DigiLockerରେ ଥିବା ସବୁ ଡକ୍ୟୁମେଣ୍ଟ ଦେଖାଇବ
- ଏହି ତାଲିକାରୁ ଆଧାର ଚୟନ କରନ୍ତୁ
- ଏହାପରେ ଆପଣଙ୍କୁ ଆଧାରକାର୍ଡ PDF ମିଳିଯିବ
Comments are closed.