ନୂଆଦିଲ୍ଲୀ: ଗୁଗୁଲର ଲୋକପ୍ରିୟ ଫାଇଲ୍ ଶେୟାରିଂ ଟୁଲ୍ ‘କ୍ୱିକ୍ ଶେୟାର’ ଶୀଘ୍ର iPhone ଏବଂ Mac ଡିଭାଇସ୍ରେ ମଧ୍ୟ କାମ କରିପାରେ। ଏଯାଏ ଏହା କେବଳ ଏଣ୍ଡ୍ରଏଡ୍ ଫୋନ୍, କ୍ରୋମବୁକ୍ ଏବଂ ଉଇଣ୍ଡୋଜ୍ ପିସିରେ ଉପଲବ୍ଧ ଥିଲା, କିନ୍ତୁ ଏବେ ଗୂଗଲ୍ iOS ଏବଂ macOS ପାଇଁ ଏହାକୁ ଆଣିବାର ଯୋଜନା କରୁଛି। ଏହି ଫିଚର୍ ଆପଲ୍ର ଏୟାରଡ୍ରପ୍ ପରି କାମ କରେ, ଯାହା ଦ୍ୱାରା iPhone ଓ Mac ବ୍ୟବହାରକାରୀମାନେ ତୁରନ୍ତ ଫାଇଲ୍ ଶେୟାର କରିପାରନ୍ତି। ଏହି ଅପଡେଟ୍ ଆସିଲେ ଏଣ୍ଡ୍ରଏଡ୍ ଓ ଆପଲ୍ ଡିଭାଇସ୍ ମଧ୍ୟରେ ସିଧାସଳଖ ଫାଇଲ୍ ଟ୍ରାନ୍ସଫର ଅଧିକ ସହଜ ହେବ।
ଏଣ୍ଡ୍ରଏଡ୍ ଅଥରିଟିର ରିପୋର୍ଟ ଅନୁସାରେ, ଗୁଗୁଲ ପ୍ଲେ ସର୍ଭିସେସ୍ର ଏକ ନୂଆ ବିଟା ଭର୍ସନ (୨୫.୩୪.୩୧)ରେ iPhone ପାଇଁ କ୍ୱିକ୍ ଶେୟାରର ଉଲ୍ଲେଖ ଦେଖାଯାଇଛି। ଏହା ସୂଚାଇଦେଉଛି ଯେ ଗୁଗୁଲର ଏହି ଫିଚରକୁ iOS ଓ macOS ପାଇଁ ଆଣିବାକୁ ପ୍ରସ୍ତୁତି କରୁଛି। ତେବେ iPhoneରେ ଏହା ବ୍ୟବହାର କରିବାକୁ ଗୁଗୁଲ ଆକାଉଣ୍ଟରେ ସାଇନ୍-ଇନ୍ କରିବାକୁ ପଡ଼ିପାରେ, ଯାହା ଏଣ୍ଡ୍ରଏଡ୍ରେ ଆବଶ୍ୟକ ନୁହେଁ। iOSରେ ପ୍ରାଇଭେସୀ ଓ ପରମିଶନ୍ ନିୟମ ହେତୁ ଏପରି ହୋଇପାରେ।
କ୍ୱିକ୍ ଶେୟାରର ଆରମ୍ଭ ଓ କାର୍ଯ୍ୟକାରିତା
କ୍ୱିକ୍ ଶେୟାର ୨୦୨୦ରେ ଆରମ୍ଭ ହୋଇଥିଲା, ଯାହାକୁ ପୂର୍ବରୁ ନିୟରବାୟ ଶେୟାର ନାମରେ ଜଣାଯାଉଥିଲା। ଏହା ଇଣ୍ଟରନେଟ ବିନା Wi-Fi ଓ ବ୍ଲୁଟୁଥ୍ ମାଧ୍ୟମରେ ଫାଇଲ୍ ପଠାଇବା ଓ ଗ୍ରହଣ କରିବାର ସୁବିଧା ଦେଇଥାଏ। ଫଟୋ, ଭିଡିଓ, ଡକ୍ୟୁମେଣ୍ଟ କିମ୍ବା ବଡ଼ ଫୋଲ୍ଡର ମଧ୍ୟ ଏହା ମାଧ୍ୟମରେ ସହଜରେ ଶେୟାର ହୋଇପାରେ। ଏହା ଅଧିକାଂଶ ଏଣ୍ଡ୍ରଏଡ୍ ଫୋନ୍ ଓ କ୍ରୋମବୁକ୍ରେ ପୂର୍ବରୁ ଉପଲବ୍ଧ ଥିବାବେଳେ ୨୦୨୩ରେ ଉଇଣ୍ଡୋଜ୍ ଆପ୍ ମଧ୍ୟ ଆସିଛି। iPhone ଓ Macରେ ଏହା ଆସିଲେ ଏକ ବଡ଼ ପରିବର୍ତ୍ତନ ହେବ।
ଏକ ସାର୍ବଜନୀନ ଶେୟାରିଂ ସେବାର ସମ୍ଭାବନା
iPhone ବ୍ୟବହାରକାରୀଙ୍କ ପାଇଁ ଏୟାରଡ୍ରପ୍ ଏକ ଇନବିଲ୍ଟ ସୁବିଧା ହେଲେ ମଧ୍ୟ, କ୍ରସ-ପ୍ଲାଟଫର୍ମ ଶେୟାରିଂରେ ଅନେକ ସମସ୍ୟା ଦେଖାଯାଏ। ବର୍ତ୍ତମାନ ଅଧିକାଂଶ ଲୋକ ଫାଇଲ୍ ଶେୟାର ପାଇଁ ଇମେଲ, ହ୍ୱାଟ୍ସଆପ୍ କିମ୍ବା କ୍ଲାଉଡ ସର୍ଭିସର ସାହାଯ୍ୟ ନିଅନ୍ତି, ଯାହା ସମୟସାପେକ୍ଷ ଓ ଜଟିଳ। କ୍ୱିକ୍ ଶେୟାର iOS ଓ macOSରେ ଆସିଲେ ଏଣ୍ଡ୍ରଏଡ୍, iPhone, କ୍ରୋମବୁକ୍ ଓ ଉଇଣ୍ଡୋଜ୍ ବ୍ୟବହାରକାରୀଙ୍କ ପାଇଁ ଏକ ସାର୍ବଜନୀନ ଫାଇଲ୍ ଶେୟାରିଂ ସେବା ହେବ। ଏହା ଡିଭାଇସ୍ଗୁଡ଼ିକ ମଧ୍ୟରେ ସଂଯୋଗକୁ ଅଧିକ ସରଳ ଓ ଦ୍ରୁତ କରିବ।
BREAKING NEWS
- ଆମେରିକା କିମ୍ବା କାନାଡାରେ ଭାରତ ବିପକ୍ଷ ଟି-୨୦ ମ୍ୟାଚ୍ ଆୟୋଜନ କରିବ ୱେଷ୍ଟଇଣ୍ଡିଜ
- ସିଲେକ୍ଟର ଯେଉଁଠି ବସିଛନ୍ତି, ସେଇଠି ମାରିବାକୁ ହେବ: ସୂର୍ୟ୍ୟକୁମାର
- ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲା; ୨ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆଶା ଏବଂ କୋଚ୍ ଗୌତମ ଗମ୍ଭୀରଙ୍କ ବିଶ୍ୱସନୀୟତା ବାଜିରେ
- ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା: ଭୂସ୍ଖଳନ ଆଶଙ୍କା ଥିଲେ କରାଯିବ ସ୍ଥାନାନ୍ତର
- ଆଇପିଏଲ ୨୦୨୭ : ରାଜସ୍ଥାନ ଛାଡ଼ି କେକେଆର ଯିବେ କି ଯଶସ୍ୱୀ ? ଅଧିନାୟକ ପଦ ପାଇଁ ମିଳିଛି ବଡ଼ ଅଫର୍
- ଏ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଜୀବନ୍ତ ଗଛ, ବୟସ ଶୁଣି ହେବେ ଆଶ୍ଚର୍ଯ୍ୟ
- ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ; ଏହି ପଦ ସମ୍ଭାଳିବାରେ ସେ ପଞ୍ଚମ ଭାରତୀୟ
- ଏଥର ପଞ୍ଚୁକ ୪ ଦିନ, ନଭେମ୍ବର ୨୪ରେ ବୋଇତ ବନ୍ଦାଣ
- Sun Transit 2026:ନଭେମ୍ବର ୧୬ରୁ ଏହି ୪ଟି ରାଶିର ଭାଗ୍ୟ ଚମକିବ;ଆର୍ଥିକ ଲାଭର ରହିଛି ସମ୍ଭାବନା
Comments are closed.