Latest Odisha News

BREAKING NEWS

WhatsAppରେ ଆସୁଛି ‘ଗ୍ରୁପ୍ ଚାଟିଂ ଫିଚର’, ଆହୁରି ମଜାଦାର କରିବ ଏହି ଫିଚର୍

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ନିରନ୍ତର ନୂଆ ନୂଆ ଫିଚର ଆଣି ଚାଟିଂ ଅଭିଜ୍ଞତାକୁ ଆହୁରି ସରଳ ଓ ମଜେଦାର କରୁଛି। ଏହି ଧାରାରେ କମ୍ପାନି ଏବେ ଏକ ନୂଆ ଫିଚର ‘ଗ୍ରୁପ୍ ଟ୍ୟାଗ୍’ ଉପରେ କାମ କରୁଛି। ଏହି ଫିଚର ମାଧ୍ୟମରେ ଗ୍ରୁପ୍‌ର ସଦସ୍ୟମାନେ ନିଜେ ନିଜକୁ ନିଜର ଇଚ୍ଛାମୁତାବକ ବ୍ୟକ୍ତିଗତ ଟ୍ୟାଗ୍ (ଲେବଲ୍) ଲଗାଇ ପାରିବେ, ଯାହା ଗ୍ରୁପ୍‌ର ଅନ୍ୟ ସଦସ୍ୟମାନେ ଦେଖି ପାରିବେ।

ଏହି ଫିଚର ବର୍ତ୍ତମାନ କେବଳ କିଛି ବଛା Android ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ହୋଇଛି। ତେବେ ଶୀଘ୍ର ଏହାକୁ ସମସ୍ତ ହ୍ଵାଟ୍ସଆପ୍ ୟୁଜରଙ୍କ ପାଇଁ ରୋଲଆଉଟ୍ କରାଯିବ ବୋଲି ଆଶା କରାଯାଉଛି।

WABetaInfo ରିପୋର୍ଟ ଅନୁଯାୟୀ, WhatsApp Beta Android ଭର୍ସନ 2.25.17.42 ରେ ଏହି ନୂଆ ଫିଚର ଦେଖିବାକୁ ମିଳିଛି। ଏହା ଦ୍ୱାରା ଗ୍ରୁପ୍ ସଦସ୍ୟମାନେ ନିଜେ ୩୦ ଅକ୍ଷର ପର୍ଯ୍ୟନ୍ତ କଷ୍ଟମ ଟ୍ୟାଗ୍ ଲଗାଇ ପାରିବେ। ଉଦାହରଣ ସ୍ୱରୂପ – Coach, Project Manager, Moderator, Designer ଆଦି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଟ୍ୟାଗ୍ ଲଗାଇବାର ପୂରା ନିୟନ୍ତ୍ରଣ ସଦସ୍ୟଙ୍କ ହାତରେ ରହିବ, ଗ୍ରୁପ୍ ଆଡମିନଙ୍କ ହାତରେ ନୁହେଁ।
ଟ୍ୟାଗ୍‌ର ନିୟମ ଓ ସୀମା
• ଟ୍ୟାଗ୍‌ର ସର୍ବାଧିକ ଲମ୍ବ ୩୦ ଅକ୍ଷର।
• ବିଶେଷ ଚିହ୍ନ (Special characters), ଚେକ୍‌ମାର୍କ କିମ୍ବା ଲିଙ୍କ୍ ଯୋଡ଼ି ହେବ ନାହିଁ।
• ଟ୍ୟାଗ୍‌କୁ ଯେ କୌଣସି ସମୟରେ ବଦଳାଇ ବା ଏଡିଟ୍ କରାଯାଇ ପାରିବ।
• ଏହି ଟ୍ୟାଗ୍ କେବଳ ସେହି ଗ୍ରୁପ୍‌ରେ ଦେଖାଯିବ ଯେଉଁଠାରେ ଲଗାଯାଇଛି; ଅନ୍ୟ ଗ୍ରୁପ୍ କିମ୍ବା ଚାଟ୍‌ରେ ଦେଖାଯିବ ନାହିଁ।
• ହ୍ଵାଟ୍ସଆପ୍ ରି-ଇନ୍‌ଷ୍ଟଲ୍ କରିଲେ କିମ୍ବା ନୂଆ ଫୋନ୍‌କୁ ବଦଳାଇଲେ ମଧ୍ୟ ଟ୍ୟାଗ୍ ସୁରକ୍ଷିତ ରହିବ।
କେବେ ମିଳିବ ଏହି ଫିଚର?
ବର୍ତ୍ତମାନ ଏହା କେବଳ ବିଟା ୟୁଜରଙ୍କ ପାଖରେ ଅଛି। ଆଗକୁ ଷ୍ଟେବଲ୍ ଭର୍ସନରେ ମଧ୍ୟ ଶୀଘ୍ର ଆସିବ ବୋଲି ଆଶା କରାଯାଉଛି।

ଗ୍ରୁପ୍ ଟ୍ୟାଗ୍ କିପରି ଲଗାଇବେ? (ଫିଚର ଆସିଲା ପରେ)
୧. ହ୍ଵାଟ୍ସଆପ୍ ଖୋଲି ସେହି ଗ୍ରୁପ୍‌କୁ ଯାଆନ୍ତୁ
୨. ଗ୍ରୁପ୍ ଇନ୍‌ଫୋ ପେଜ୍‌କୁ ଯାଇ, ସଦସ୍ୟ ତାଲିକାରୁ ନିଜର ନାମ ବାଛନ୍ତୁ
୩. ନିଜର ପସନ୍ଦର ଟ୍ୟାଗ୍ ଟାଇପ୍ କରନ୍ତୁ
୪. Save କ୍ଲିକ୍ କରନ୍ତୁ – ଆପଣଙ୍କ ଟ୍ୟାଗ୍ ଗ୍ରୁପ୍‌ର ସମସ୍ତ ସଦସ୍ୟଙ୍କୁ ଦେଖାଯିବ!
ଏହି ନୂଆ ଫିଚର ଗ୍ରୁପ୍ ଚାଟ୍‌କୁ ଆହୁରି ସୁନ୍ଦର ଓ ସୁବିଧାଜନକ କରିବ ବୋଲି ଆଶା କରାଯାଉଛି।

Comments are closed.