ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବେ ଏକ ପୂର୍ଣ୍ଣାଙ୍ଗ ମେସେଜିଂ ଆପ୍ ହେବାକୁ ଯାଉଛି । କମ୍ପାନୀ ନୂଆ ମେସେଜିଂ ଫିଚର ‘Chat’ ଲଞ୍ଚ କରିଛି, ଯାହା ପୁରୁଣା DMକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ସହ ଆସିଛି ଏବଂ ପ୍ରାଇଭେସିକୁ ଅଧିକ ଗୁରୁତ୍ୱ ଦେଇଛି । ଏହି ଫିଚର WhatsApp, Signal ଭଳି ଆପ୍କୁ ସିଧା ଚ୍ୟାଲେଞ୍ଜ କରୁଛି ଏବଂ Xକୁ ଏଲନ୍ ମସ୍କଙ୍କ ‘ଏଭ୍ରିଥିଙ୍ଗ୍ ଆପ୍’ ସ୍ୱପ୍ନ ଆଡ଼େ ଆଉ ଗୋଟେ ପାଦ ବଢ଼ାଇଛି ।
ଏଲନ୍ ମସ୍କ ନିଜେ Xରେ ଘୋଷଣା କରିଛନ୍ତି ଯେ, “X ଏକ ସମ୍ପୂର୍ଣ୍ଣ ନୂଆ କମ୍ୟୁନିକେସନ୍ ଷ୍ଟାକ୍ ଲଞ୍ଚ କରିଛି, ଯାହାରେ ଏନକ୍ରିପଟେଡ୍ ମେସେଜ୍, ଅଡିଓ/ଭିଡିଓ କଲ୍ ଏବଂ ଫାଇଲ୍ ଟ୍ରାନ୍ସଫର୍ ରହିଛି ।” ସେ ଆହୁରି କହିଛନ୍ତି ଯେ, X Money ମଧ୍ୟ ଶୀଘ୍ର ଲଞ୍ଚ ହେବ, ଯାହା ପେମେଣ୍ଟ ସହିତ ମେସେଜିଂକୁ ଯୋଡ଼ିଦେବ ।
Chatର ଖାସ୍ ଫିଚରଗୁଡ଼ିକ :
• ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଏବଂ ଡିସଅପିୟରିଙ୍ଗ୍ ମେସେଜ୍ : ସବୁ ଚ୍ୟାଟ୍ ଓ ଫାଇଲ୍ ଶେୟାରିଂ ଏନକ୍ରିପଟେଡ୍ । ମେସେଜ୍ କେବଳ ପଠାଉଥିବା ଓ ଗ୍ରହଣ କରୁଥିବା ବ୍ୟକ୍ତି ଦେଖିପାରିବେ । ମେସେଜ୍ ଏଡିଟ୍, ଡିଲିଟ୍ କରିପାରିବେ କିମ୍ବା ଟାଇମର୍ ସେଟ୍ କରି ଅଟୋ ଡିଲିଟ୍ ହେବ । WhatsApp ଠାରୁ ଭଲ – ଡିଲିଟ୍ ହେଲେ “ଏହି ମେସେଜ୍ ଡିଲିଟ୍ ହୋଇଛି” ନୋଟିଫିକେସନ୍ ଦେଖାଯିବ ନାହିଁ ।
• ସ୍କ୍ରିନସଟ୍ ବ୍ଲକିଂ : ପ୍ରାଇଭେସି ବଢ଼ାଇବା ପାଇଁ ଚ୍ୟାଟ୍ରେ ସ୍କ୍ରିନସଟ୍ ଡିଜେବଲ୍ କରିପାରିବେ । କେହି ସ୍କ୍ରିନସଟ୍ ନେବାକୁ ଚେଷ୍ଟା କଲେ ନୋଟିଫିକେସନ୍ ମିଳିବ ।
• କୌଣସି ଆଡ୍ ନାହିଁ, ଡାଟା ଟ୍ରାକିଂ ନାହିଁ : Chat ସଂପୂର୍ଣ୍ଣ ଆଡ୍-ଫ୍ରି ଏବଂ ଡାଟା ଟ୍ରାକିଂ ମୁକ୍ତ ।
• ୟୁନିଫାଇଡ୍ ଇନବକ୍ସ : ପୁରୁଣା DM ଓ ନୂଆ Chat ମେସେଜ୍ ଗୋଟିଏ ସ୍ଥାନରେ ଦେଖାଯିବ ।
• ଅଡିଓ/ଭିଡିଓ କଲ୍ ଏବଂ ଫାଇଲ୍ ଶେୟାରିଂ : ସବୁ ଏନକ୍ରିପଟେଡ୍ । ଭବିଷ୍ୟତରେ ଭଏସ୍ ମେମୋ ମଧ୍ୟ ଆସିବ ।
Chat କିପରି ବ୍ୟବହାର କରିବେ ?
ବର୍ତ୍ତମାନ iOS ଓ ୱେବ୍ ଭର୍ସନରେ ଉପଲବ୍ଧ । X ଆପ୍ର DM ସେକ୍ସନ୍ ଜରିଆରେ ଏକ୍ସେସ୍ କରିପାରିବେ । Android ଭର୍ସନ ଶୀଘ୍ର ଆସୁଛି ବୋଲି କମ୍ପାନୀ କହିଛି ।
BREAKING NEWS
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!

Comments are closed.