ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ
ଭୁବନେଶ୍ବର: କେନ୍ଦ୍ରପାଡାରେ ସାଂସଦ ପାଣ୍ଠିରେ ତିଆରି ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଂଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଏସବୁକୁ ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରେଣ୍ଟାଇନ୍ ସେଂଟର ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ।
The coming weeks will see a huge surge of migrants returning to #Odisha
I request @Naveen_Odisha to radically increase quarantine facilities
In #Kendrapada plz use the large number of infra built w/ #MPLADs
*Biggest Auditorium
*Dozen+ Multipurpose buildings
*24 Mini Stadia pic.twitter.com/PKRw6r1PDt— Baijayant Jay Panda (@PandaJay) April 25, 2020
ସୂଚନାଯୋଗ୍ୟ, କେନ୍ଦ୍ରାପଡାର ସାଂସଦ ଥିବା ବେଳେ ନିଜ ସାଂସଦ ପାଣ୍ଠିରୁ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅନେକ ଲୋକାଭିମୁଖି ପ୍ରକଳ୍ପମାନ ନିର୍ମାଣ କରାଇଥିଲେ ବୈଜୟନ୍ତ ପଣ୍ଡା । ସେଥିମଧ୍ୟରୁ ୧୦୦୦ ଲୋକ ବସିବା ଉପଯୋଗି ବହୁମୁଖି ସଭାଗୃହ ଯାହାକି ଦେଶର ସର୍ବବୃହତ ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପ, ୧୫ରୁ ଉର୍ଦ୍ଧ ବହୁମୁଖି ଗୃହ ଏବଂ ୨୪ରୁ ଉର୍ଦ୍ଧ ମିନି ଷ୍ଟାଡିୟମ ଅନ୍ୟତମ।
ଏହି ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି ଓ ବ୍ୟବହାର ଉପଯୋଗୀ ହୋଇଥିବାରୁ ଆଗାମୀ ସପ୍ତାହ ଗୁଡିକରେ ଓଡିଶାକୁ ଅନେକ ପ୍ରବାସୀ ଓଡିଆଙ୍କ ଆସିବା ସମ୍ଭାବନା ଥିବାରୁ ସେମାନଙ୍କ ପାଇଁ ଏହି ପ୍ରକଳ୍ପ ଗୁଡିକୁ କ୍ବାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।
Comments are closed.