ନୂଆଦିଲ୍ଲୀ: ବାଂଲାଦେଶରେ ଗତ ରାତିରେ ଇଙ୍କବାଲ ମଞ୍ଚର ମୁଖପାତ୍ର ଶରୀଫ ଓସମାନ ହାଦୀଙ୍କ ମୃତ୍ୟୁ ପରେ ଦେଶରେ ଭୟଙ୍କର ହିଂସା ଦେଖାଯାଇଛି। ଏହି ସମୟରେ ଅନେକ ଅଟ୍ଟାଳିକା ଓ ଆର୍ମ୍ମି ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି। ବାଂଲାଦେଶର ରାଜଧାନୀ ଢାକାରେ ବିକ୍ଷୋଭକାରୀମାନେ ବ୍ୟାପକ ଦଙ୍ଗା ସୃଷ୍ଟି କରିଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ଏକ ଖବରକାଗଜର ଅଫିସ୍ ଉପରେ ମଧ୍ୟ ଆକ୍ରମଣ କରିଛିନ୍ତି ଆନ୍ଦୋଳନକାରୀ । ଏମିତିକି ଅଫିସ୍ ଭିତରେ କାମ କରୁଥିବା ଲୋକମାନେ ସେଠାରେ ଫସି ରହିଯାଇଥିଲେ। ଆକ୍ରମଣର ପ୍ରାୟ ଚାରି ଘଣ୍ଟା ପରେ ଅଫିସ୍ ଭିତରେ କାମ କରୁଥିବା ପ୍ରାୟ ୩୦ ଜଣ ସାମ୍ବାଦିକଙ୍କ ଜୀବନ ବଞ୍ଚାଯାଇଥିଲା। ଆସନ୍ତୁ ଏହି କ୍ରମରେ ଆପଣଙ୍କୁ ଜଣାଇବୁ ଯେ ବାଂଲାଦେଶର ସବୁଠାରୁ ଭୟଙ୍କର ଫୋର୍ସ କେଉଁଟା ଏବଂ ଦଙ୍ଗା ରୋକିବା ପାଇଁ ତାହାର ବ୍ୟବହାର କେମିତି କରାଯାଏ।
ଯେତେବେଳେ ଢାକାର ଗଳିଗଳିରେ ବିବାଦ ବଢ଼ିବାକୁ ଲାଗେ ଏବଂ ସାଧାରଣ ପୁଲିସ ଅପାରଗ ହୋଇଯାଏ, ସେତେବେଳେ କଳା ବର୍ଦ୍ଦୀ ଓ ମୁଣ୍ଡରେ କଳା କପଡ଼ା ବାନ୍ଧି କିଛି ସୁରକ୍ଷାକର୍ମୀ ରାସ୍ତାକୁ ଓହ୍ଲାଇଥାନ୍ତି। ଏମାନଙ୍କୁ ଦୁନିଆ ‘ରାପିଡ ଆକ୍ସନ ବାଟାଲିଅନ୍’ ଅର୍ଥାତ୍ RAB ନାମରେ ସମସ୍ତେ ଜାଣନ୍ତି। ବାଂଲାଦେଶର ଏହି ସବୁଠାରୁ ଭୟଙ୍କର ଏବଂ ବିବାଦୀୟ ଫୋର୍ସ କେବଳ ଗୋଟିଏ ସୁରକ୍ଷା ଦଳ ନୁହେଁ, ବରଂ ଅପରାଧୀ ଦୁନିଆ ପାଇଁ ଭୟଙ୍କର।
ବାଂଲାଦେଶର ସୁରକ୍ଷା ବ୍ୟବସ୍ଥାରେ ଏକ ଏମିତି ଫୋର୍ସ ରହିଛି ଯାହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ହୁଏ। ଆମେ କହୁଛୁ ରାପିଡ ଆକ୍ସନ ବାଟାଲିଅନ୍, ଯାହାକୁ ସଂକ୍ଷେପରେ ‘ରାବ୍’ କୁହାଯାଏ। ୨୦୦୪ ମସିହାରେ ଯେତେବେଳେ ଦେଶରେ ଅପରାଧ ଓ ଉଗ୍ରବାଦର ଗ୍ରାଫ୍ ଆକାଶ ଛୁଆଁ ହେଉଥିଲା, ସେତେବେଳେ ତତ୍କାଳୀନ ସରକାର ଏମିତି ଏକ ଫୋର୍ସର ଆବଶ୍ୟକତା ଅନୁଭବ କରିଥିଲେ ଯାହା ନିୟମ-ଆଇନର ଫାଇଲ୍ଗୁଡ଼ିକରୁ ବାହାରେ ଯାଇ ‘ଅନ୍ ଦି ସ୍ପଟ୍’ ନିଷ୍ପତ୍ତି ନେଇପାରିବ।
ଆର୍ମି, ନେଭି ଓ ଏୟାରଫୋର୍ସର ସର୍ବୋତ୍ତମ ଯବାନମାନଙ୍କୁ ବାଛି ବାଛି ତିଆରି କରାଯାଇଥିବା ଏହି ହାଇବ୍ରିଡ୍ ଫୋର୍ସର ଶୈଳୀ ଆରମ୍ଭରୁ ହିଁ ଅଲଗା ରହିଛି। ଏମାନଙ୍କର କଳା ବର୍ଦ୍ଦୀ ଓ ମୁହଁରେ ବନ୍ଧା ଯାଉଥିବା ଏକ କପଡ଼ା କେବଳ ଏକ ଡ୍ରେସ୍ କୋଡ୍ ନୁହେଁ, ବରଂ ଏହା ଏକ ମାନସିକ ଯୁଦ୍ଧର ଅଂଶ । ଯାହା ଅପରାଧୀର ମନରେ ସରେଣ୍ଡର୍ କରିବା ପୂର୍ବରୁ ହିଁ ମୃତ୍ୟୁର ଭୟ ସୃଷ୍ଟି କରିଦିଏ। ରାବ୍ର କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଦୁଇ ଭାଗରେ ରାୟ ରହିଛି। ଗୋଟିଏ ପଟେ ସେହି ଲୋକମାନେ ଅଛନ୍ତି ଯେଉଁମାନେ ମାନନ୍ତି ଯେ ଢାକା ଓ ଚଟ୍ଟଗ୍ରାମ ଭଳି ସହରରେ ଗ୍ୟାଙ୍ଗ୍ ଓ ଚରମପନ୍ଥକୁ ନିପାତ କରିବା ପାଇଁ ଏହି ‘ହଣ୍ଟର ଫୋର୍ସ’ର ହେବା ଜରୁରି ଥିଲା, ତ ଅନ୍ୟ ପଟେ ମାନବାଧିକାର ସଂଗଠନଗୁଡ଼ିକର ଲମ୍ବା ତାଲିକା ଅଛି ଯେଉଁମାନେ ଏମାନଙ୍କୁ ‘ଡେଥ୍ ସ୍କ୍ୱାଡ୍’ ପର୍ଯ୍ୟନ୍ତ କହିଦିଅନ୍ତି।
ରୋଚକ କଥା ଏହା ଯେ ରାବ୍କୁ ଦଙ୍ଗା ନିୟନ୍ତ୍ରଣ ପାଇଁ ସେତେବେଳେ ଡକାଯାଏ ଯେତେବେଳେ ପରିସ୍ଥିତି ସାଧାରଣ ପୁଲିସର ନିୟନ୍ତ୍ରଣକୁ ଚାଲିଯାଏ । ଯେତେବେଳେ ଭିଡ଼ ବେକାବୁ ହୋଇଯାଏ, ନିଆଁଲଗାଇବା ଓ ହିଂସାର ତାଣ୍ଡବ ଚରମରେ ପହଞ୍ଚେ, ସେତେବେଳେ ରାବ୍ର ଏଣ୍ଟ୍ରି ହୁଏ। ଏହି ଫୋର୍ସର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାର କ୍ଷମତା। ରାବ୍ର ନିଜର ଏକ ଅଲଗା ଗୁଇନ୍ଦା ସଂସ୍ଥା ରହିଛି ଯାହା ସିଧା ଆର୍ମି ହେଡକ୍ୱାର୍ଟର୍ ସହ ସମନ୍ୱୟ କରେ। ଏହି କାରଣରୁ ହିଁ ଯେତେବେଳେ ବାଂଲାଦେଶରେ କୌଣସି ବଡ଼ ରାଜନୈତିକ ସଙ୍କଟ ଭଳି ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ରାବ୍ ଆକ୍ଟିଭ ହୁଏ।