Latest Odisha News

ବାରବାଟୀରେ ଖେଳାଯିବ ଆଉ ଏକ ଟି-ଟ୍ୱେଣ୍ଟି !

କଟକ: ବାରବାଟୀରେ ଖେଳା ଯାଇପାରେ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ । ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀରେ ହୋଇପାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ। ଆସନ୍ତା ନଭେମ୍ବର ମାସରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବାବେଳେ ଉଭୟ ଟିମ ମଧ୍ୟରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ହେବ । ଏଥି ମଧ୍ୟରୁ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଖେଳା ଯାଇପାରେ ।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି । କହିଛନ୍ତି, ବାରବାଟୀକୁ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରାଇବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା । ହେଲେ କେଉଁ ମ୍ୟାଚ ମିଳିବ ସେ ନେଇ ବିସିସିଆଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ । ଆସନ୍ତା ସୋମବାର ଦିନ ଏ ନେଇ ଘୋଷଣା କରାଯିବ ବୋଲି ଓସିଏ ସଭାପତି କହିଛନ୍ତି । ଯଦି ଡିସେମ୍ବର ମାସରେ ମ୍ୟାଚ ଆସେ ତେବେ ଏହାର ଆୟୋଜନ ପାଇଁ ବହୁ ସମୟ ଅଛି ବୋଲି କହିଛନ୍ତି ।

Comments are closed.