ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର ଅଧିକାରୀମାନେ ସାଧା ପୋଷାକରେ ପାଟ୍ରୋଲିଂ କରିଥିଲେ। ୫୯ ନମ୍ବର ଜାତୀୟ ରାଜପଥର ଗିରିସୋଲା ଗେଟ୍ ଠାରୁ ଗୋଳନ୍ଥରା ଥାନା ପର୍ଯ୍ୟନ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟରୁ ଆସି କାର(କେଏ୦୧ଏମଆର୧୫୪୫) ଓଡ଼ିଶା ସୀମା ଭିତରେ ପ୍ରବେଶ କରିଥିଲା। ରବିବାର ଭୋର୍ ସମୟରେ ଓଡ଼ିଶା ସୀମାକୁ ପ୍ରବେଶ କରିବାର କିଛି ଦୂର ପରେ ଅର୍ଥାତ ଗୋଳନ୍ଥରା ଥାନା ପାଖରେ କାରକୁ ଅଟକାଇଥିଲା ପୋଲିସ। କାର୍ ଚାଳକଙ୍କ ସମେତ ୩ଜଣ ଭିତରେ ବସିଥିଲେ। କାର୍ ଭିତରେ ପ୍ରାୟ ୩ କିଲୋ ୭ଶହ ଗ୍ରାମ ଓଜନର ସୁନା ଏବଂ ପ୍ରାୟ ୧୮୦ କିଲୋ ରୂପା ମିଳିଥିଲା। କାରରେ ବସିଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏପରିକି ଆବଶ୍ୟକ ବିଲ୍ ମଧ୍ୟ ତାଙ୍କ ପାଖରେ ନଥିଲା। ଥାନାକୁ ଆଣି ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଏବଂ ଆୟକର ବିଭାଗକୁ ଯୋଗାଯୋଗ କରାଯାଇଛି। ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହଁ। ଗତ କିଛି ଦିନ ଭିତରେ ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ନେବାଆଣିବା ସମୟରେ ପୋଲିସ ଧରିଛି। ଏଣୁ ବ୍ରହ୍ମପୁରରେ ଏକ ବଡ଼ ଧରଣର ଚୋରା ସୁନା କାରବାର ଚାଲିଥିବା ସନ୍ଦେହ କରାଯାଉଛି।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.