ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର ଅଧିକାରୀମାନେ ସାଧା ପୋଷାକରେ ପାଟ୍ରୋଲିଂ କରିଥିଲେ। ୫୯ ନମ୍ବର ଜାତୀୟ ରାଜପଥର ଗିରିସୋଲା ଗେଟ୍ ଠାରୁ ଗୋଳନ୍ଥରା ଥାନା ପର୍ଯ୍ୟନ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟରୁ ଆସି କାର(କେଏ୦୧ଏମଆର୧୫୪୫) ଓଡ଼ିଶା ସୀମା ଭିତରେ ପ୍ରବେଶ କରିଥିଲା। ରବିବାର ଭୋର୍ ସମୟରେ ଓଡ଼ିଶା ସୀମାକୁ ପ୍ରବେଶ କରିବାର କିଛି ଦୂର ପରେ ଅର୍ଥାତ ଗୋଳନ୍ଥରା ଥାନା ପାଖରେ କାରକୁ ଅଟକାଇଥିଲା ପୋଲିସ। କାର୍ ଚାଳକଙ୍କ ସମେତ ୩ଜଣ ଭିତରେ ବସିଥିଲେ। କାର୍ ଭିତରେ ପ୍ରାୟ ୩ କିଲୋ ୭ଶହ ଗ୍ରାମ ଓଜନର ସୁନା ଏବଂ ପ୍ରାୟ ୧୮୦ କିଲୋ ରୂପା ମିଳିଥିଲା। କାରରେ ବସିଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏପରିକି ଆବଶ୍ୟକ ବିଲ୍ ମଧ୍ୟ ତାଙ୍କ ପାଖରେ ନଥିଲା। ଥାନାକୁ ଆଣି ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଏବଂ ଆୟକର ବିଭାଗକୁ ଯୋଗାଯୋଗ କରାଯାଇଛି। ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହଁ। ଗତ କିଛି ଦିନ ଭିତରେ ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ନେବାଆଣିବା ସମୟରେ ପୋଲିସ ଧରିଛି। ଏଣୁ ବ୍ରହ୍ମପୁରରେ ଏକ ବଡ଼ ଧରଣର ଚୋରା ସୁନା କାରବାର ଚାଲିଥିବା ସନ୍ଦେହ କରାଯାଉଛି।
BREAKING NEWS
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
Comments are closed.