ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦାବିଗୁଡିକ ହେଲା ବଢୁଥିବା ଯାତାୟତକୁ ଦୃଷ୍ଟିରେ ରଖି ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ୍ ନିର୍ମାଣ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ୍ କରିବା । ଏହାସହିତ ଏନ୍ଏଚ୍ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଲିଖିତ ଭାବେ ଦାବି ରଖିଥିଲେ । ନିଜର ସଂସଦୀୟ କ୍ଷେତ୍ର ପାଇଁ ୩ଟି ବାଇପାସ୍ ଓ ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି ରଖିଥିବା ବେଳେ ଏହାକୁ ଅନୁମୋଦନ ମିଳିଥିବା ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ୧୧୧ କୋଟି ଟଙ୍କାରେ ତିଆରି ହେବ ବାଇପାସ୍ ଓ ଅଣ୍ଡରପାସ୍ । ଖୋର୍ଦ୍ଧା-ନୟାଗଡ଼ ରାସ୍ତା ୪ ଲେନ୍ ଯଥାବିଧି ପ୍ରକ୍ରିୟା ଅନୁସାରେ କରାଯିବ ବୋଲି ସାଂସଦ କହିଛନ୍ତି ।
BREAKING NEWS
- LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ
- Boost Agricultural Research: କୃଷି ଗବେଷଣାକୁ ସୁଦୃଢ଼ କରିବା ପାଇଁ ସିୟୁଓ ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷର
- ଜୱାନ ୨ ଫିଲ୍ମ କେବେ ଆରମ୍ଭ ହେବ କହିଲେ ଅଟଲୀ
- Sundarpada Explosion Case: NIA ହାତରେ ସୁନ୍ଦରପଦା ବିସ୍ଫୋରଣର ତଦନ୍ତ ଭାର; କେଉଁ ଉଦ୍ଦେଶ୍ୟରେ ବୋମା ତିଆରି…
- ଅଭିଷେକ ଶୀର୍ଷରେ, ସୂର୍ଯ୍ୟକୁମାରଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି
- ଜାନୁଆରୀ ୩୦ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା
- ପୂର୍ବତଟ ରେଳପଥର ରେକର୍ଡ; ୨୯୯ ଦିନରେ ୨୦୦୦ କୋଟି ଟଙ୍କାର ରାଜସ୍ୱ ଆୟ…
- ଟି୨୦ ବିଶ୍ୱକପ: ରୋହିତ କହିଲେ ହାର୍ଦ୍ଦିକ, ଅର୍ଶଦୀପ ହେବେ ଭାରତର ଟ୍ରମ୍ପ କାର୍ଡ
- MYGS ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ୟ ସ୍ଥାନ ହାସଲ
- ରାଜ୍ୟସଭା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବଡ଼ ବୟାନ; ହୋଇପାରେ ବଡ଼ ଗେମ୍
Comments are closed.