ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ରେକର୍ଡ ଭାଙ୍ଗି ୬୬.୯୦% ମତଦାନ ସହିତ ସମାପ୍ତ ହୋଇଛି। ଏବେ ପୂରା ଦେଶରେ ରାଜନୈତିକ ଚର୍ଚ୍ଚା ବିହାର ଉପରେ କେନ୍ଦ୍ରୀଭୂତ ହେଉଛି, ଅନ୍ୟପଟେ ଅକ୍ଜିଟ ପୋଲ୍ ଆସିବା ପରେ ଷ୍ଟକ୍ ମାର୍କେଟ୍ରେ ଉତ୍ସାହ ଖେଳିଯାଇଛି। ବାସ୍ତବରେ ଷ୍ଟକ୍ ମାର୍କେଟ୍ ରାଜନୈତିକ ସ୍ଥିରତା ଖୋଜୁଛି। ପ୍ରତ୍ୟେକ ନିର୍ବାଚନ ଋତୁରେ ମାର୍କେଟ୍ରେ ହଲଚଲ ଦେଖାଯାଏ। ଏହାରିଭିତରେ ଆସନ୍ତୁ ଜାଣିବା କାହିଁକି ନିର୍ବାଚନ ସମୟରେ ଷ୍ଟକ୍ ମାର୍କେଟ୍ ଉପରେ ଏତେ ଗଭୀର ପ୍ରଭାବ ପଡ଼ୁଛି।
ନିର୍ବାଚନ ସମୟରେ ଷ୍ଟକ୍ ମାର୍କେଟ୍ ଉପରେ ପ୍ରଭାବ ପଡ଼ିବାର ସବୁଠାରୁ ବଡ଼ କାରଣ ହେଉଛି ନୀତିଗତ ଅନିଶ୍ଚିତତା। ପ୍ରତ୍ୟେକ ରାଜନୈତିକ ଦଳ ନିଜ ସହିତ ଭିନ୍ନ ଅର୍ଥନୈତିକ ଏଜେଣ୍ଡା ଆଣୁଛନ୍ତି। ଏହା ଦେଶର ଅର୍ଥନୀତି ସ୍ତରରେ ଅନେକ ପ୍ରଭାବ ପକାଇଥାଏ। ନିବେଶକମାନେ କେଉଁ ନୀତିଗୁଡ଼ିକ ଆଗାମୀ ବର୍ଷଗୁଡ଼ିକରେ ଆସିବ ତାହା ଦେଖିବାକୁ ଅତି ସୂକ୍ଷ୍ମଭାବେ ନଜର ରଖନ୍ତି।
ଯଦି ଆଗାମୀ ସରକାରଠାରୁ ବିକାଶର ଆଶା କରାଯାଏ ଯେପରିକି ସାର୍ବଜନିକ ନିବେଶ ବୃଦ୍ଧି, ଟ୍ୟାକ୍ସ୍ ସରଳୀକରଣ କିମ୍ବା ଶିଳ୍ପ ବିସ୍ତାରକୁ ପ୍ରୋତ୍ସାହନ, ତେବେ ନିବେଶକମାନେ ସକାରାତ୍ମକ ପ୍ରତିକ୍ରିୟା ଦିଅନ୍ତି ଓ ମାର୍କେଟ୍ରେ ଉତ୍ଥାନ ଦେଖାଯାଏ। ଅନ୍ୟପକ୍ଷରେ ଯଦି ରାଜକୋଷୀୟ ଅନୁଶାସନ କିମ୍ବା ବ୍ୟବସାୟିକ ନୀତିଗୁଡ଼ିକୁ ନେଇ ଅନିଶ୍ଚିତତା ଥାଏ, ତେବେ ନିବେଶକମାନେ ସତର୍କ ହୋଇଯାଆନ୍ତି ଓ ମାର୍କେଟ୍ରେ ଅବନତି ଦେଖାଯାଏ।
ଷ୍ଟକ୍ ମାର୍କେଟ୍ ପୂର୍ବାନୁମାନ ଓ ସ୍ଥିରତା ଉପରେ ଚାଲେ। ନିବେଶକମାନେ ସ୍ପଷ୍ଟ ବହୁମତ ସହିତ ସରକାରକୁ ପସନ୍ଦ କରନ୍ତି କାରଣ ଏହା ସୁସ୍ଥିର ନୀତି ଓ ସୁଚାରୁ ନିଷ୍ପତ୍ତି ନିଶ୍ଚିତ କରେ। ଯେତେବେଳେ ନିର୍ବାଚନ ଏକ ବଳିଷ୍ଠ ସ୍ଥିର ସରକାରର ସଙ୍କେତ ଦିଏ, ତେବେ ବିଶ୍ୱାସ ବଢ଼େ ଓ ବିଦେଶୀ ନିବେଶକମାନେ ନିବେଶ ବଢ଼ାନ୍ତି। ଏହା ମାର୍କେଟ୍ରେ ଉତ୍ଥାନ ଆଣେ। ଏହାର ଠିକ୍ ବିପରୀତରେ ଏକ ଅନିଶ୍ଚିତ ବିଧାନସଭା କିମ୍ବା ଅସ୍ଥିର ମେଣ୍ଟ ନୀତି ଅନେକ ଆଶଙ୍କା ସୃଷ୍ଟି କରିପାରେ। ଏପରି ସ୍ଥିତିରେ ମାର୍କେଟ୍ରେ ନରମତା ଆସିପାରେ।
ନିର୍ବାଚନ ସମୟରେ ଷ୍ଟକ୍ ମାର୍କେଟ୍ କେବଳ ଅର୍ଥଶାସ୍ତ୍ର ନୁହେଁ ବରଂ ଭାବନା ଓ ଅନୁମାନ ଦ୍ୱାରା ମଧ୍ୟ ପ୍ରେରିତ ହୋଇଥାଏ। ନିର୍ବାଚନ ଫଳାଫଳ ପୂର୍ବରୁ ନିବେଶକମାନେ ଏକ୍ଜିଟ୍ ପୋଲ୍ ଓ ରାଜନୈତିକ ଭବିଷ୍ୟବାଣୀ ଉପରେ ତୀବ୍ର ପ୍ରତିକ୍ରିୟା ଦେଖାନ୍ତି। ଯଦି ପ୍ରାରମ୍ଭିକ ଟ୍ରେଣ୍ଡ ବ୍ୟବସାୟକୁ ସମର୍ଥନ କରୁଥିବା ସରକାର ସପକ୍ଷରେ ଆସୁଥାଏ, ତେବେ ମାର୍କେଟ୍ ଉପରକୁ ଚଢ଼େ। କିନ୍ତୁ ଯେତେବେଳେ ପ୍ରକୃତ ଫଳାଫଳ ଆଶା ଠାରୁ ଭିନ୍ନ ହୋଇଥାଏ, ତେବେ ମାର୍କେଟ୍ରେ ଦ୍ରୁତ ଅବନତି ଦେଖାଯାଏ।ଭାରତର ଷ୍ଟକ୍ ମାର୍କେଟ୍ ଫରେନ୍ ଇନଷ୍ଟିଚ୍ୟୁସନାଲ୍ ଇନଭେଷ୍ଟର୍ସଙ୍କଠାରୁ ବହୁତ ପ୍ରଭାବିତ। ବୈଶ୍ୱିକ ନିବେଶକମାନେ ସ୍ଥିର ସରକାର ଓ ସ୍ପଷ୍ଟ ନୀତିଗତ ଦିଗକୁ ଅଧିକ ପସନ୍ଦ କରନ୍ତି କାରଣ ଏହା ନିବେଶର ବିପଦ ହ୍ରାସ କରେ।
BREAKING NEWS
- ଟେକ୍ଅଫ୍ ପରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ପୁଣେରେ ଜରୁରୀ ଅବତରଣ
- ୪୯ ବର୍ଷ ପୂର୍ବ ଯାତ୍ରା ଆରମ୍ଭ…ପୃଥିବୀଠାରୁ ୨୬ ଅରବ କିମି ଦୂରରେ ପହଞ୍ଚିବ Voyager-1, ମାନବ ଇତିହାସରେ କେବେ ଯାଇନଥିଲା ଏତେ ଦୂରତା!
- ଝାରସୁଗୁଡ଼ାରେ ୪୦୦ରୁ ଅଧିକ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଛି ବେଦାନ୍ତ ଆଲୁମିନିୟମ
- Elephant Death Case:ହାତୀ ମୃତ୍ୟୁ ଘଟଣାରେ ଆକ୍ସନ;ଦୁଇ ବନ କର୍ମଚାରୀ ନିଲମ୍ବିତ
- ‘ଓଡ଼ିଆ ବିଭବ’ର ନବକଳେବର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
- Budhi Diwali: ଦୀପାବଳିର ମାସକ ପରେ ପୁଣି ଆଲୋକର ପର୍ବ! କ’ଣ ଏହି ‘ବୁଢ଼ୀ ଦୀପାବଳି’? ଜାଣନ୍ତୁ ଏହାର ରୋଚକ ରହସ୍ୟ…
- ଅଣ୍ଡର-୧୯ ଏସିଆ କପ୍ ଫାଇନାଲ୍: ପାକିସ୍ତାନୀ ପ୍ରଶଂସକଙ୍କ ‘ସେହୱାଗ୍’ ନାରାରେ ଆଶ୍ଚର୍ଯ୍ୟ ଥିଲେ ଆର୍ଯ୍ୟବୀର
- CM DK’s Metro Moment with Modi: ‘ଟିକେଟ୍ କାଟିବାକୁ ଟଙ୍କା ନଥିଲା, ନିଜ ହାତରୁ ମୋ ପାଇଁ ଟିକେଟ୍ କାଟିଥିଲେ ମୋଦି…’; ମଜାଦାର ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର
- DPDP Act: ଏଣିକି ଆପଣଙ୍କ ଅନୁମତି ବିନା ବ୍ୟବହାର ହୋଇପାରିବନି ବ୍ୟକ୍ତିଗତ ତଥ୍ୟ! ସରକାର ଆଣିଲେ ନୂଆ ବ୍ୟବସ୍ଥା…
- ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗୁଛି ‘ରାମାୟଣ’; ୧୦ ଦିନରେ ୧୨୦୦ କୋଟି ପାର୍
Comments are closed.