ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ଘୋଷଣା ପରେ ସବୁ ଦଳ ପ୍ରଚାର ଜୋରଦାର କରୁଛନ୍ତି। ରାଜ୍ୟର ରାଜନୀତିରେ ଯଦିଓ ଅନେକ ବଡ଼ ବଡ଼ ନେତା ଓ ସେମାନଙ୍କର ବହୁସଂଖ୍ୟକ ସମର୍ଥକ ରହିଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ବିହାର ରାଜନୀତି ନୀତୀଶ କୁମାରଙ୍କ ଚାରିପାଖେ ଘୁରୁଛି। କୁହାଯାଏ ଯେ, ବିହାର ନିର୍ବାଚନରେ ଯେକୌଣସି ଦଳ ସଂଖ୍ୟାଗତ ଖେଳରେ ଆଗେଇ ଯାଇପାରେ, କିନ୍ତୁ ସତ୍ତାରେ ସେହି ଦଳ ଆସିବ ଯାହା ପାଖରେ ନୀତୀଶ କୁମାର ରହିବେ।
ଦୀର୍ଘଦିନ ଧରି ବିହାର ସତ୍ତା ଉପରେ ପକଡ଼ ରଖିଥିବା ନୀତୀଶ କୁମାର ଯେତିକି ନିଜ ରାଜନୀତି ପାଇଁ ଜଣାଶୁଣା, ସେତିକି ତାଙ୍କର ବ୍ୟକ୍ତିଗତ ଜୀବନ ଲୁଚି ରହିଛି। ସେ ନିଜ ପରିବାରକୁ ରାଜନୀତିରୁ ଦୂରେଇ ରଖନ୍ତି, ଏଥିପାଇଁ ତାଙ୍କ ପରିବାର ବିଷୟରେ ବହୁତ କମ୍ ଲୋକେ ଜାଣନ୍ତି। ତାଙ୍କ ଜୀବନରେ ଏପରି କିଛି ଲୋକ ଆସିଛନ୍ତି, ଯିଏ ତାଙ୍କୁ ନୀତୀଶ କୁମାର ହେବାରେ ସାହାଯ୍ୟ କରିଛନ୍ତି। ଏହି ଧାରାରେ ଗୋଟିଏ ନାମ ଆସେ ତାଙ୍କ ପତ୍ନୀଙ୍କର, ଯାହାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଇଚ୍ଛା ପୂରଣ ନ କରିପାରି ନୀତୀଶ ଭାଙ୍ଗି ପଡ଼ି କାନ୍ଦିଥିଲେ।
ନୀତୀଶ କୁମାରଙ୍କ ପତ୍ନୀ କିଏ ଥିଲେ?
ନୀତୀଶ କୁମାରଙ୍କ ଜୀବନସାଥୀଙ୍କ ନାମ ଥିଲା ମଞ୍ଜୁ କୁମାରୀ ସିଂହ। ସରଳ ଜୀବନ ଯାପନ କରୁଥିବା ନୀତୀଶ ପାଟନାର ଗୋଟିଏ ବିଦ୍ୟାଳୟରେ ପଢ଼ାଉଥିବା ଶିକ୍ଷୟିତ୍ରୀଙ୍କ ସହ ପ୍ରେମରେ ପଡ଼ିଥିଲେ। ନୀତୀଶ କୁମାର ଓ ମଞ୍ଜୁ କୁମାରୀଙ୍କ ଲଭ୍ ଷ୍ଟୋରୀ ବେଶ୍ ରୋଚକ। ଗୋଟିଏପଟେ ନୀତୀଶ କୁମାର ଓବିସି ଜାତିର ଥିବା ବେଳେ ଅନ୍ୟପାଟେ ମଞ୍ଜୁ କୁମାରୀ ସାଧାରଣ କାୟସ୍ଥ ପରିବାରର ଝିଅ ଥିଲେ। ତଥାପି ଉଭୟ ବିବାହ କରିଥିଲେ। ମଞ୍ଜୁ କୁମାରୀ ଓ ନୀତୀଶ କୁମାରଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ନିଶାନ୍ତ। ନୀତୀଶଙ୍କ ପୁଅ ରାଜନୀତିରୁ ଦୂରରେ ରହନ୍ତି। ସେ ପେଶାରେ ଜଣେ ଇଞ୍ଜିନିୟର ଏବଂ ବିଆଇଟି ମିସ୍ରରୁ ସ୍ନାତକ ହୋଇଛନ୍ତି।
ନୀତୀଶଙ୍କ ପତ୍ନୀଙ୍କ ଶେଷ ଇଚ୍ଛା କ’ଣ ଥିଲା?
ନୀତୀଶ କୁମାରଙ୍କ ପତ୍ନୀଙ୍କ ମୃତ୍ୟୁ ୨୦୦୭ ମସିହାରେ ହୋଇଥିଲା। ସେତେବେଳେ ସେ ଦିଲ୍ଲୀରେ ରହୁଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପତ୍ନୀଙ୍କ ଶେଷ ଇଚ୍ଛା ଥିଲା ଯେ ସେ ନିଜ ଶେଷ ସମୟରେ ସ୍ୱାମୀଙ୍କ ସହ ସମୟ କାଟି ଶେଷ ନିଶ୍ୱାସ ନେବେ, କିନ୍ତୁ ଦୁର୍ଭାଗ୍ୟବଶତଃ ନୀତୀଶ କୁମାର ସେତେବେଳେ ବିହାର ମୁଖ୍ୟମନ୍ତ୍ରୀ ଥିବାରୁ ଦିଲ୍ଲୀରେ ପତ୍ନୀ ପାଖକୁ ଯାଇପାରି ନ ଥିଲେ ଏବଂ ତାଙ୍କର ଶେଷ ଇଚ୍ଛା ପୂରଣ କରିପାରି ନ ଥିଲେ। ଏହା ପରେ ନୀତୀଶଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁରେ ନୀତୀଶଙ୍କ ଅବସ୍ଥା ବେଶ୍ ଖରାପ ହୋଇଯାଇଥିଲା। ସେ ପତ୍ନୀଙ୍କ ମୃତଦେହ ଉଠାଇ ଚିତା ପର୍ଯ୍ୟନ୍ତ ନେଇଯିବା ପର୍ଯ୍ୟନ୍ତ ଭାଙ୍ଗି ପଡ଼ି କାନ୍ଦିଥିଲେ। ନୀତୀଶ କୁମାର ଅନେକ ଥର କହିଛନ୍ତି ଯେ, ମୁଁ ତାଙ୍କର ଶେଷ ଇଚ୍ଛା ମଧ୍ୟ ପୂରଣ କରିପାରିଲି ନାହିଁ। ଏହି ଦୁଃଖ ଓ ଅନୁତାପ ନୀତୀଶ କୁମାରଙ୍କୁ ଆଜି ମଧ୍ୟ ରହିଛି।
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.