Latest Odisha News

ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଆରୁଖ । ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ଆରୁଖଙ୍କ ନାଁ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।

ବାଚସ୍ପତି ଭାବେ ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଞ୍ଜନଗରରୁ ୬ ଥର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିକ୍ରମ ଆରୁଖ ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିକ୍ରମ କେଶରୀ ଆରୁଖ । ସର୍ବସମ୍ମତି କ୍ରମେ ଆରୁଖଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଆରୁଖ । ଅତୀତରେ ଯେଉଁ ଦାୟିତ୍ୱରେ ରହିଛି ଆପଣମାନଙ୍କ ସହଯୋଗ ପାଇଛି । ଆଶା କରୁଛି ଏବେବି ସମସ୍ତଙ୍କ ସହଯୋଗ ରହିବ । ଗୃହର ପଦମର୍ଯ୍ୟାଦା ରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଆରୁଖ ।

Comments are closed.