ବ୍ରହ୍ମପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବିବାଦ ପିଛା ଛାଡୁନାହିଁ। ଗୁରୁବାର ଗ୍ରାମ ରୋଜଗାର ସେବକ(ଜିଆରଏସ୍)ଙ୍କ ଆକ୍ରମଣରେ ଜଣେ ବିଜେଡ଼ି କର୍ମୀ ଲହୁଲୁହାଣ ହୋଇଯାଇଛନ୍ତି। ବିଜେଡି କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ ପ୍ରକାରେ, ଗୋଳନ୍ଥରା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ସାମନ୍ତଙ୍କୁ ସେ ବ୍ଲକ କାର୍ଯ୍ୟାଳୟ ପରିସରରେ ମଷ୍ଟରରୋଲ୍ ମାଗିଥିଲେ । ଏଥିରେ ଜିଆରଏସ ରାକେଶ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ତାଙ୍କର ନାକ ଓ ମୁଁହ ରକ୍ତାକ୍ତ ହୋଇଯାଇଥିଲା। ସେ ତଳେ ପଡିଯିବା ପରେ ତାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେ ଚିତ୍କାର କରିଥିଲେ । କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କୁ ଡାକ୍ତରଖାନାକୁ ପଠାଇ ଥିଲା । ଅନ୍ୟପଟେ ଗୋଳନ୍ଥରା ଥାନାରେ ଜିଆରଏସ ରାକେଶ ପାଲଟା ସନ୍ତୋଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କାମରେ ବ୍ୟସ୍ତ ଥିବାବେଳେ ଗୋଳନ୍ଥରା ଗ୍ରାମର ସନ୍ତୋଷ ଧମକ ଦେଇ ତାଙ୍କ ସାର୍ଟକୁ ଧରିଥିଲେ । ଗାଳିଗୁଲଜ କରି ପିନ୍ଧିଥିବା ୧୦ ଗ୍ରାମ ଓଜନର ସୁନା ଚେନ୍କୁ ଛିଣ୍ଡାଇ ନେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଗୋଳନ୍ଥରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।
BREAKING NEWS
- ଡିସେମ୍ବରରେ ସରିବ ସୁଭଦ୍ରା ପ୍ରଥମ କିସ୍ତି, ଉପକୃତ ହେଲେଣି ୮୦ ଲକ୍ଷ ମହିଳା
- ୯ ଜିଲ୍ଲାରେ ଗଞ୍ଜେଇ ଚାଷ, ୨୪ ଦିନରେ ନଷ୍ଟ ହେଲାଣି ୨୩୭୫ ଏକର ଜମି
- କାଲିଠୁ ବିଧାନସଭା, ସର୍ବଦଳୀୟ ବୈଠକରେ ସାମିଲ ହେଲେ ସବୁ ଦଳ
- ‘ଯାହାଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ସଂସଦ କାମରେ ବାଧା ସୃଷ୍ଟି କରୁଛନ୍ତି’
- ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଦଲାଲ ଦମ୍ପତି ଗିରଫ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: ତଦନ୍ତ ପାଇଁ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍
- ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲ ଗଲା ‘ଜିନତ୍’
- ଆଜି ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଶୀତ ଅଧିବେଶନ
- ମସଜିଦ ସର୍ଭେ ବେଳେ ହିଂସା: ପଥରମାଡ଼ରେ ୪ ମୃତ, ଇଣ୍ଟରନେଟ ସେବା ବନ୍ଦ
- ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ
Comments are closed.