ବ୍ରହ୍ମପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବିବାଦ ପିଛା ଛାଡୁନାହିଁ। ଗୁରୁବାର ଗ୍ରାମ ରୋଜଗାର ସେବକ(ଜିଆରଏସ୍)ଙ୍କ ଆକ୍ରମଣରେ ଜଣେ ବିଜେଡ଼ି କର୍ମୀ ଲହୁଲୁହାଣ ହୋଇଯାଇଛନ୍ତି। ବିଜେଡି କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ ପ୍ରକାରେ, ଗୋଳନ୍ଥରା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ସାମନ୍ତଙ୍କୁ ସେ ବ୍ଲକ କାର୍ଯ୍ୟାଳୟ ପରିସରରେ ମଷ୍ଟରରୋଲ୍ ମାଗିଥିଲେ । ଏଥିରେ ଜିଆରଏସ ରାକେଶ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ତାଙ୍କର ନାକ ଓ ମୁଁହ ରକ୍ତାକ୍ତ ହୋଇଯାଇଥିଲା। ସେ ତଳେ ପଡିଯିବା ପରେ ତାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେ ଚିତ୍କାର କରିଥିଲେ । କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କୁ ଡାକ୍ତରଖାନାକୁ ପଠାଇ ଥିଲା । ଅନ୍ୟପଟେ ଗୋଳନ୍ଥରା ଥାନାରେ ଜିଆରଏସ ରାକେଶ ପାଲଟା ସନ୍ତୋଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କାମରେ ବ୍ୟସ୍ତ ଥିବାବେଳେ ଗୋଳନ୍ଥରା ଗ୍ରାମର ସନ୍ତୋଷ ଧମକ ଦେଇ ତାଙ୍କ ସାର୍ଟକୁ ଧରିଥିଲେ । ଗାଳିଗୁଲଜ କରି ପିନ୍ଧିଥିବା ୧୦ ଗ୍ରାମ ଓଜନର ସୁନା ଚେନ୍କୁ ଛିଣ୍ଡାଇ ନେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଗୋଳନ୍ଥରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।
BREAKING NEWS
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଭୂତଳ ଚାମ୍ବରରୁ ଚାଲିଥିଲା କଫ୍ ସିରପ କାରବାର; ୮୧୩ ବୋତଲ ଜବତ, ମହିଳା ଗିରଫ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Comments are closed.