ବ୍ରହ୍ମପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବିବାଦ ପିଛା ଛାଡୁନାହିଁ। ଗୁରୁବାର ଗ୍ରାମ ରୋଜଗାର ସେବକ(ଜିଆରଏସ୍)ଙ୍କ ଆକ୍ରମଣରେ ଜଣେ ବିଜେଡ଼ି କର୍ମୀ ଲହୁଲୁହାଣ ହୋଇଯାଇଛନ୍ତି। ବିଜେଡି କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ ପ୍ରକାରେ, ଗୋଳନ୍ଥରା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ସାମନ୍ତଙ୍କୁ ସେ ବ୍ଲକ କାର୍ଯ୍ୟାଳୟ ପରିସରରେ ମଷ୍ଟରରୋଲ୍ ମାଗିଥିଲେ । ଏଥିରେ ଜିଆରଏସ ରାକେଶ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ତାଙ୍କର ନାକ ଓ ମୁଁହ ରକ୍ତାକ୍ତ ହୋଇଯାଇଥିଲା। ସେ ତଳେ ପଡିଯିବା ପରେ ତାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେ ଚିତ୍କାର କରିଥିଲେ । କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କୁ ଡାକ୍ତରଖାନାକୁ ପଠାଇ ଥିଲା । ଅନ୍ୟପଟେ ଗୋଳନ୍ଥରା ଥାନାରେ ଜିଆରଏସ ରାକେଶ ପାଲଟା ସନ୍ତୋଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କାମରେ ବ୍ୟସ୍ତ ଥିବାବେଳେ ଗୋଳନ୍ଥରା ଗ୍ରାମର ସନ୍ତୋଷ ଧମକ ଦେଇ ତାଙ୍କ ସାର୍ଟକୁ ଧରିଥିଲେ । ଗାଳିଗୁଲଜ କରି ପିନ୍ଧିଥିବା ୧୦ ଗ୍ରାମ ଓଜନର ସୁନା ଚେନ୍କୁ ଛିଣ୍ଡାଇ ନେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଗୋଳନ୍ଥରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।
BREAKING NEWS
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ

Comments are closed.