Latest Odisha News

କଂଗ୍ରେସକୁ ପଛରେ ପକାଇଲା ବିଆରଏସ, ବିଜେପିର ଆକାଉଣ୍ଟ ଭର୍ତ୍ତି !

 

ନୂଆଦିଲ୍ଲୀ : ନିର୍ବାଚନ ମୈଦାନରେ କଂଗ୍ରେସର ସ୍ଥିତି ଧିରେ ଧିରେ ଖରାପ ହେବାକୁ ଲାଗୁଛି। କେବଳ ଗଂଗ୍ରସ ଦୁର୍ବଳ ସଙ୍ଗଠନର ସାମ୍ନା କରୁନି ପରନ୍ତୁ ଦଳର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହେବାକୁ ଲାଗିଛି। ଏମିତିକି ଅନ୍ୟ ଦଳ ଅପେକ୍ଷା ଚନ୍ଦା ମଧ୍ୟ କମ ମିଳୁଛି। ଦେଶର ସବୁଠାରୁ ପୁରୁଣା ଦଳର ସ୍ଥିତି ଏତେ ତଳକୁ ଖସିଯିବ, କେହି କେବେ ଭାବି ନଥିଲେ। କଂଗ୍ରେସ ଠାରୁ ଆଞ୍ଚଳିକ ଦଳଗୁଡ଼ିକ ଆହୁରି ଭଲ ସ୍ଥିତିରେ ରହିଛନ୍ତି। ଯଦି ଆମେ ଉଦାହରଣ ଭାବେ ଦେଖିବା ବିଆରଏସ। ଏହି ଦଳର ନା ସଙ୍ଗଠନ ମଜବୁତ ରହିଛି ନା କେଉଁ ରାଜ୍ୟରେ ସରକାର କରୁଛି। ଏହାପରେ ବି ନିର୍ବାଚନୀ ଚାନ୍ଦା ଆଣିବାରେ କଂଗ୍ରେସଠାରୁ ବିଆରଏସ ଆଗରେ। ୨୦୨୩-୨୪ ବର୍ଷରେ କଂଗ୍ରେସଠାରୁ ବିଆରଏସକୁ ଅଧିକ ଚାନ୍ଦା ମିଳିଛି।

କଂଗ୍ରେସ ତୁଳନାରେ ଯଦି ବେଜିପେରି ନିର୍ବାଚନୀ ଚାନ୍ଦା ଉପରେ ନଜର ପକାଇବା ଏହା କେଇ ଗୁଣା ଅଧିକ । ବ୍ୟକ୍ତି , ଟ୍ରଷ୍ଟ ଓ କର୍ପୋରେଟ ଭଳି ସଂସ୍ଥାରୁ ବିଜେପିକୁ ସର୍ବାଧିକ ୨୨୪୪ କୋଟି ଟଙ୍କାର ଚାନ୍ଦା ମିଳିଛି । ସେହିଭଳି କଂଗ୍ରେସକୁ ୨୦୨୩-୨୪ରେ ୨୮୮.୯ କୋଟି ଟଙ୍କାର ଚନ୍ଦା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ଯେ କଂଗ୍ରେସଠାରୁ ଅଧିକ ଚାନ୍ଦା ବିଆରଏସକୁ ମିଳିଛି । ଏହି ଦଳକୁ ପ୍ରାୟ ୫୮୦ କୋଟି ଟଙ୍କାର ଚାନ୍ଦା ମିଳିଛି । ଅର୍ଥାତ ଆଞ୍ଚଳିକ ଦଳ ବିଆରଏସ
କର୍ପୋରେଟ ଭଳି ସଂସ୍ଥାର ଅଧିକ ପସନ୍ଦ ।

କଂଗ୍ରେସ ହେଉଛି ଦେଶର ସର୍ବ ପୁରାତନ ଦଳ। କଂଗ୍ରେସ ଦଶନ୍ଧି ଧରି ଦେଶକୁ ଶାସନ କରିଆସିଛି। ଅନେକ ରାଜ୍ୟରେ ସରକାର ମଧ୍ୟ ରହିଛନ୍ତି। ହେଲେ କଂଗ୍ରେସକୁ ଅପେକ୍ଷାକୃତ କମ ଚାନ୍ଦା ମିଳିବା ବିଜେପିର ଉତ୍ଥାନର କାରଣ ବୋଲି ଅନେକ ସମୀକ୍ଷକମାନେ କହିଛନ୍ତି।

୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି। ଲୋକସଭା ନିର୍ବାଚନରେ ​​ପରାଜୟ ଏହାପରେ ପୁଣି ବିଧାନସଭା ନିର୍ବାଚନରେ ​​ପରାଜୟ ଦଳ ପାଇଁ ଚିନ୍ତାର ବିଷୟ ଥିଲା । ଏବେ କଂଗ୍ରେସ ଆର୍ଥିକ ସମସ୍ୟା ଦଳକୁ ଆହୁରି ଚିନ୍ତାରେ ପକାଇଛି ।

Leave A Reply

Your email address will not be published.