Latest Odisha News

BREAKING NEWS

ବରକନ୍ୟାଙ୍କୁ ଆଶୀର୍ବାଦ କରିବାକୁ ଷ୍ଟେଜ୍‌ ଉପରକୁ ଚଢିଲେ ବିଜେପି ନେତା, ଓଜନ ସହି ନ ପାରି ଭାଙ୍ଗିଗଲା ଷ୍ଟେଜ୍‌, ଆଉ ତା’ପରେ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଲିଆରେ ଏକ ବିବାହ ଭୋଜିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଏବେ ଭାଇରାଲ ହେଉଛି। ସୂଚନାନୁସାରେ, ବରିଷ୍ଠ ବିଜେପି ନେତାମାନେ ବିବାହରେ ଯୋଗ ଦେଇଥିଲେ। ଆଉ ସମସ୍ତେ ଏକାସାଙ୍ଗରେ ବର କନ୍ୟାଙ୍କ ସହ ଫଟୋ ଉଠାଇବାକୁ ଠିଆ ହୋଇଥିଲେ, ହେଲେ ସେତିକି ବେଳେ ଷ୍ଟେଜ୍‌ଟି ଭାଙ୍ଗିଯାଇଥିଲା। ବର କନ୍ୟାଙ୍କ ସହ ନେତାମାନେ ମଧ୍ୟ ତଳେ ପଡ଼ିଯାଇଥିଲେ। ଏହି ଘଟଣା କ୍ୟାମେରାରେ କଏଦ ହୋଇଥଇଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବିଜେପି ଜିଲା ସଭାପତି ସଞ୍ଜୟ ମିଶ୍ର, ପୂର୍ବତନ ସାଂସଦ ଭାରତ ସିଂହ, ବଂଶଡିହ ବିଧାୟକ କେତକୀ ସିଂହଙ୍କ ପ୍ରତିନିଧି ବିଶ୍ରାମ ସିଂହ, ପୂର୍ବତନ ଜିଲା ସାଧାରଣ ସମ୍ପାଦକ ସୁରଜିତ ସିଂହ ଏବଂ ଅନ୍ୟ ଅନେକ ନେତା ଦମ୍ପତିଙ୍କୁ ସ୍ବାଗତ କରିବାକୁ ଉପରକୁ ଚଢ଼ିଥିଲେ। ସମସ୍ତେ ଦମ୍ପତିଙ୍କ ଚାରିପାଖରେ ଏକତ୍ରିତ ହେବା ପରେ ଷ୍ଟେଜ୍‌ଟି ଓଜନ ସହି ନପାରି ଭାଙ୍ଗିଯାଇଥିଲା। ଭାଗ୍ୟବଶତଃ କେହି ଗୁରୁତର ଆହତ ହୋଇନାହାନ୍ତି।

Comments are closed.