ନୂଆଦିଲ୍ଲୀ: ପୁଣି ଇତିହାସ ରଚିଛି ଇସ୍ରୋ, ମିଳିଲା ଆଉ ଏକ ବଡ଼ ସଫଳତା। ମୋବାଇଲ ଫୋନ୍ ଜଗତରେ ଏକ ବଡ ବିପ୍ଳବ ଆରମ୍ଭ ହୋଇଛି । ସଫଳ ଉତକ୍ଷେପଣ ହୋଇଛି ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍ । ଏହି ଉତକ୍ଷେପଣ ଫଳରେ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡିବନି ଟାୱାର ।ମୋବାଇଲ ଫୋନ୍ ଜଗତରେ ଏକ ବଡ ବିପ୍ଳବ ଆରମ୍ଭ ହୋଇଛି । ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ ପରେ ମୋବାଇଲ୍ ଫୋନ୍ ନେଟୱାର୍କ ଯୋଗାଉଥିବା ଟାୱାରଗୁଡିକୁ ଏବେ ହଟାଇ ଦିଆଯାଇପାରେ । କାରଣ ଏବେ ସାରା ବିଶ୍ୱରେ ମୋବାଇଲ ଫୋନଗୁଡିକ ମହାକାଶରୁ ସିଧାସଳଖ ସଂଯୋଗ ପାଇବ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟକୁ ସଫଳତାର ସହ ଉତକ୍ଷେପଣ କରିଛି । ଏହି ସାଟେଲାଇଟକୁ ମହାକାଶର ଲୋ ଆର୍ଥ ଅର୍ବିଟ୍ ରେ ରଖାଯିବ । ଏହି ସାଟେଲାଇଟରେ ୨୨୩ବର୍ଗ ମିଟରର ଏକ ବିଶାଳ ଆଣ୍ଟେନା ଅଛି । ଏହି ମିଶନ୍ ସିଧାସଳଖ ମୋବାଇଲ ଫୋନକୁ ୫ଜି ସଂଯୋଗ ପ୍ରଦାନ କରିବ । ଏହା ପୃଥିବୀରେ ମୋବାଇଲ ଟାୱାରର ଆବଶ୍ୟକତାକୁ ଦୂର କରିବ । ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଏହା ଇସ୍ରୋର ବର୍ଷର ଶେଷ ମିଶନ ।
ଏହି ମିଶନ ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ପ୍ରମାଣିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ସଫଳତା ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ଭାରତ ମହାକାଶରେ ଏକ ବିରାଟ ଲମ୍ଫ ମାରିଛି। LVM3-M6 ମିଶନର ସଫଳତା ସହିତ, ଭାରତ ପୃଥିବୀରୁ ଏହାର ସବୁଠାରୁ ଭାରୀ ଉପଗ୍ରହ ପ୍ରକ୍ଷେପଣ କରିଛି। ଏହି ଉପଗ୍ରହ, ଆମେରିକାର ବ୍ଲୁବର୍ଡ ବ୍ଲକ-୨, ଏହାର ସଠିକ କକ୍ଷପଥରେ ସ୍ଥାପିତ ହୋଇଛି। ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ।”
ସେ ଆହୁରି ଲେଖିଛନ୍ତି, “ଏହି ସଫଳତା ଭାରତର ଭାରୀ ଉପଗ୍ରହ ଉତ୍ କ୍ଷେପଣ କରିବାର କ୍ଷମତାକୁ ସୁଦୃଢ଼ କରେ। ଏହା ବିଶ୍ୱ ବାଣିଜ୍ୟିକ ପ୍ରକ୍ଷେପଣ ବଜାରରେ ଭାରତର ବଢ଼ୁଥିବା ଭୂମିକାକୁ ମଧ୍ୟ ପ୍ରଦର୍ଶନ କରେ।