Latest Odisha News

BREAKING NEWS

ନିଜ ବୟସଠାରୁ କମ୍ ବର୍ଷର ଜୀବନସାଥୀ ବାଛିଥିବା ଅଭିନେତ୍ରୀ

ସୁସ୍ମିତା ଓ ରୋହମାନ୍‌

ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଏବଂ ରୋହମନ୍‌ଙ୍କ ପ୍ରେମ ସମ୍ପର୍କ କାହାଠାରୁ ଲୁଚି ନାହିଁ। ଏହି ଦୁଇ ଜଣଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି। କାରଣ ସୁସ୍ମିତା ରୋହମନ୍‌ଙ୍କ ଠାରୁ ବୟସରେ ବଡ଼। ରୋହମନ୍‌ ଜଣେ ମଡେଲ୍ ଏବଂ ସୁସ୍ମିତା ତାଙ୍କଠାରୁ ୧୬ ବର୍ଷ ବଡ଼।

ପ୍ରିୟଙ୍କା ଏବଂ ନିକ୍‌

India Today

ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କ ମଧ୍ୟରେ ବ୍ୟବଧାନ ମଧ୍ୟ ଢେର୍‌ ଅଧିକ। ଏହି ଦୁଇ ଯୋଡ଼ିଙ୍କ ବିବାହ ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ଉଭୟଙ୍କ ବୟସ ପାର୍ଥକ୍ୟ ହେତୁ ଦୁଇ ଜଣଙ୍କ ବିବାହକୁ ନେଇ ବେଶ୍‌ ଆଲୋଚନା ମଧ୍ୟ ହୋଇଥିଲା। ତେବେ ପ୍ରିୟଙ୍କା ନିକ୍‌ ଜୋନାସ୍‌ଙ୍କଠାରୁ ୧୧ ବର୍ଷ ବଡ଼।

ଅଜୁର୍ନ କପୁର ଓ ମଲାଇକା ଅରୋରା:

ଏହି ତାଲିକାରେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର ଏବଂ ମଲାଇକା ମଧ୍ୟ ଯୋଡ଼ି ହୋଇଛନ୍ତି। ଦୁହିଁଙ୍କ ମିଳାମିଶାକୁ ନେଇ ଚର୍ଚ୍ଚା ଏବେ ବି ଲାଗି ରହିଛି। ତେବେ ମଲାଇକା ଅର୍ଜୁନଙ୍କଠାରୁ ବୟସରେ ୧୨ ବର୍ଷ ବଡ଼।

ଫରାହ୍‌ ଖାନ୍‌ ଓ ଶିରିଶ କୁନ୍ଦର:

ଫରାହ୍‌ ଖାନ୍‌ଙ୍କୁ ୫୫ ବର୍ଷ ହୋଇଥିବା ବେଳେ ଶିରିଶଙ୍କୁ ୪୭ ବର୍ଷ। ଅର୍ଥାତ୍ ଫରାହ୍ ଶିରିଶଙ୍କଠାରୁ ୮ ବର୍ଷ ବଡ଼। ୨୦୦୬ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛି।

ଐଶ୍ବର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ

୨୦୦୭ ମସିହାରେ ଐଶ୍ବର୍ଯ୍ୟା ଏବଂ ଅଭି‌ଷେକଙ୍କ ବିବାହ ହୋଇଥିଲା। ଏହି ଦମ୍ପତି ବଲିଉଡ୍‌ର ସବୁଠାରୁ ସିଦ୍ଧ ଦମ୍ପତି ବୋଲି କୁହାଯାଏ। ତେବେ ଐଶ୍ବର୍ଯ୍ୟା ଅଭିଷେକଙ୍କଠାରୁ ବୟସରେ ଦୁଇ ବର୍ଷ ବଡ଼। ଉଭୟଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି।

Leave A Reply

Your email address will not be published.