Latest Odisha News

BREAKING NEWS

ଭାରତ ଆସିବେ ସୁନୀତା ! ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଉ କିଛି  ଘଣ୍ଟାର ଅପେକ୍ଷା ସୁନୀତା ୱିଲମ୍ସ ଓ ତାଙ୍କ ଟିମ୍ ପୃଥୀବି ପୃଷ୍ଠରେ ପାଦ ଦେବେ। ଏନେଇ ପୂରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦୀର୍ଘ 9 ମାସ ପରେ ଅନେକ ଆଶା ଆଶଙ୍କା ଭିତରେ ମହାକାଶରୁ ପୃଥୀବିକୁ ଫେରୁଛନ୍ତି ସୁନୀତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତାଙ୍କୁ ଏକ ଚିଠି ଲେଖି ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି।

ପ୍ରଧାମନ୍ତ୍ରୀ ମୋଦି ଚିଠିରେ ଲେଖିଛନ୍ତି, ପୂରା ଦୁନିଆ ସୁନୀତାଙ୍କ ଫେରିବା ବାଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଭାରତର ଝିଅ ସୁନୀତାଙ୍କ ସୁରକ୍ଷିତ ଫେରିବା ନେଇ ଚିନ୍ତା ବ୍ୟକ୍ତ କରିବା ସହ ସ୍ନେହ ସ୍ରଦ୍ଧା ଜଣାଇଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଯଦିଓ ଆପଣ ଆମଠାରୁ ହଜାର ମାଇଲ ଦୂରରେ ଅଛନ୍ତି, ହେଲେ ଆପଣ ଆମ ହୃଦୟର ଖୁବ ନିକଟରେ ଅଛନ୍ତି।

ପ୍ରଧାମନ୍ତ୍ରୀ ମୋଦି ଛିଠିରେ ଲେଖିଛନ୍ତି, ମୁଁ ଆପଣଙ୍କୁ ଭାରତୀୟଙ୍କ ପକ୍ଷରୁ ଶୁଭକାମନା ଜଣାଉଛି। ଆଜି ଏକ କାର୍ଯ୍ୟକ୍ରମରେ ମୁଁ ପ୍ରସିଦ୍ଧ ମହାକାଶଚାରୀ ମାଇକ ମାସିମିନୋଙ୍କୁ ଭେଟିଥିଲି। ଆମେ କଥା ହେବା ସମୟରେ ଆପଣଙ୍କ ବିଷୟରେ ଆଲୋଚନା କରୁଥିଲୁ। ଆମେ ଆପଣଙ୍କ କାର୍ଯ୍ୟ ପାଇଁ କେତେ ଗର୍ବିତ ତାହା ଆଲୋଚନା କରିଥିଲୁ। ଏହି ଆଲୋଚନା ପରେ ମୁଁ ଚିଠି ଲେଖିବାରେ ନିଜକୁ ଅଟକାଇ ପାରିଲି ନାହିଁ। ଯେତେବେଳେ ମୁଁ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଟ୍ରମ୍ପ କିମ୍ବା ରାଷ୍ଟ୍ରପତି ବିଡେନଙ୍କୁ ଭେଟିଥାଏ, ମୁଁ ସର୍ବଦା ଆପଣଙ୍କ ବିଷୟରେ ପଚାରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.