ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଖେଳ ପ୍ରତିଭା ଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ବିଏସଏଫ ଖେଳ କୋଟା ଅଧୀନରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପୂରଣ କରିବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ୧୬ ଅକ୍ଟୋବର ୨୦୨୫ରୁ ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ୪ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅଫିସିଆଲ ଓ୍ଵେବସାଇଟ rectt.bsf.gov.in କୁ ଯାଇ ଫର୍ମ ପୂରଣ କରିବାକୁ ହେବ।
ଏହି ବିଏସଏଫ ନିଯୁକ୍ତି ସେହି ଖେଳାଳିମାନଙ୍କ ପାଇଁ ବିଶେଷ ଯେଉଁମାନେ କୌଣସି ମାନ୍ୟତାପ୍ରାପ୍ତ ଖେଳରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିଛନ୍ତି। ଯେଉଁ ପ୍ରାର୍ଥୀମାନେ ଖେଳରେ ନିଜ ରାଜ୍ୟ କିମ୍ବା ଦେଶର ପ୍ରତିନିଧିତ୍ୱ କରିଛନ୍ତି, ସେମାନେ ଆବେଦନ କରିପାରିବେ। ଏହି ନିଯୁକ୍ତିରେ ପ୍ରତିଭାଶାଳୀ ଖେଳାଳିଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ସୁରକ୍ଷା ବାହିନୀରେ ସାମିଲ କରିବାର ଏକ ଉତ୍ତମ ସୁଯୋଗ।
ଯୋଗ୍ୟତା କ’ଣ?
ଏହି ପଦ ପାଇଁ ଶୈକ୍ଷିକ ଯୋଗ୍ୟତା ଭାବେ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ (୧୦ମ ଶ୍ରେଣୀ) ପାସ୍ ହେବା ଆବଶ୍ୟକ। ଏହା ସହିତ, ପ୍ରାର୍ଥୀଙ୍କ ଚୟନ ସେହି ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ କରାଯିବ ଯେଉଁଥିରେ ସେ ପ୍ରତିନିଧିତ୍ୱ କରିଛନ୍ତି।
ବୟସ ସୀମା କଥା କହିବାକୁ ଗଲେ, ପ୍ରାର୍ଥୀଙ୍କ ନ୍ୟୁନତମ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୩ ବର୍ଷ ରହିଛି। ଅର୍ଥାତ୍ ୧ ଅଗଷ୍ଟ ୨୦୨୫ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଉପରି ବୟସରେ ଛାଡ଼ ଦିଆଯିବ।
ଶାରୀରିକ ଯୋଗ୍ୟତା ମଧ୍ୟ ଅତ୍ୟନ୍ତ ଜରୁରୀ। ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ଅତି କମରେ ୧୭୦ ସେଣ୍ଟିମିଟର ଏବଂ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ଅତି କମରେ ୧୫୭ ସେଣ୍ଟିମିଟର ହେବା ଦରକାର। ପୁରୁଷ ପ୍ରାର୍ଥୀଙ୍କ ଛାତିର ମାପ ଫୁଲାଇବା ପୂର୍ବରୁ ୮୦ ସେଣ୍ଟିମିଟର ଏବଂ ଫୁଲାଇବା ପରେ ୮୫ ସେଣ୍ଟିମିଟର ରହିଛି। ଏହି ମାପଦଣ୍ଡ ଚୟନ ପ୍ରକ୍ରିୟା ସମୟରେ ଯାଞ୍ଚ କରାଯିବ।
ଚୟନ ପ୍ରକ୍ରିୟା କିପରି ହେବ?
ପ୍ରାର୍ଥୀଙ୍କ ଚୟନ କେତେକ ପର୍ଯ୍ୟାୟରେ ହେବ। ପ୍ରଥମେ ଖେଳାଳିମାନଙ୍କୁ ସେମାନଙ୍କ ଖେଳ ପ୍ରଦର୍ଶନ ଏବଂ ଯୋଗ୍ୟତା ଆଧାରରେ ସର୍ଟଲିଷ୍ଟ କରାଯିବ। ଏହାପରେ ଚୟନିତ ପ୍ରାର୍ଥୀମାନଙ୍କୁ ଦସ୍ତାବିଜ ଯାଞ୍ଚ, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ (ପିଏସଟି) ଏବଂ ବିସ୍ତୃତ ମେଡିକାଲ ପରୀକ୍ଷା (ଡିଏମଇ) ଦେଇ ଯିବାକୁ ହେବ। ଏହି ସମସ୍ତ ପର୍ଯ୍ୟାୟକୁ ସଫଳତାର ସହ ପୂରଣ କରିବା ପରେ ହିଁ ପ୍ରାର୍ଥୀଙ୍କ ଚୟନ ଚୂଡ଼ାନ୍ତ ହେବ।
ଆବେଦନ ଶୁଳ୍କ କେତେ?
ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସାଧାରଣ (ଜେନେରାଲ) ଏବଂ ଓବିସି ଶ୍ରେଣୀର ପ୍ରାର୍ଥୀମାନଙ୍କୁ ୧୫୯ ଟଙ୍କା ଶୁଳ୍କ ଦେବାକୁ ହେବ, କିନ୍ତୁ ଏସସି, ଏସଟି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା ରହିଛି। ଅର୍ଥାତ୍ ସଂରକ୍ଷିତ ଶ୍ରେଣୀ ଏବଂ ମହିଳାମାନେ ବିନା ଶୁଳ୍କରେ ଆବେଦନ କରିପାରିବେ।
କିପରି ଆବେଦନ କରିବେ?
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ହେବ। ପ୍ରାର୍ଥୀମାନଙ୍କୁ ପ୍ରଥମେ ବିଏସଏଫର ଓ୍ଵେବସାଇଟ rectt.bsf.gov.in କୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତିକୁ ଧ୍ୟାନର ସହ ପଢ଼ିବା ଉଚିତ। ଏହାପରେ ହୋମ ପେଜରେ “Current Recruitment Openings” ବିଭାଗକୁ ଯାଇ BSF Constable GD Sports Quota 2025 ଲିଙ୍କ ଉପରେ କ୍ଲିକ କରନ୍ତୁ। ଏହାପରେ ମାଗିଥିବା ତଥ୍ୟ ପୂରଣ କରି ରେଜିଷ୍ଟ୍ରେସନ କରନ୍ତୁ। ଲଗଇନ କରିବା ପରେ ଅନ୍ୟାନ୍ୟ ବିବରଣୀ ପୂରଣ କରନ୍ତୁ, ଆବଶ୍ୟକ ଦସ୍ତାବିଜ ଅପଲୋଡ଼ କରନ୍ତୁ, ଶୁଳ୍କ ଜମା କରନ୍ତୁ ଏବଂ ଆବେଦନ ପତ୍ର ଦାଖଲ କରନ୍ତୁ। ଆବେଦନ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ଏହାର ପ୍ରିଣ୍ଟ ଆଉଟ ନେବାକୁ ଭୁଲନ୍ତୁ ନାହିଁ।
BREAKING NEWS
- ଲୋକନାଥଙ୍କ ଏହି ନୀତି ବର୍ଷରେ ଥରେ ଆସେ
- Shri Jagannath Darshan Scheme: ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
- Bangladesh Election: ନିଜ ଦେଶ ଫେରିଯିବେ କି ନିର୍ବାସିତା ଶେଖ ହସିନା?…ଏବେ ତାରିକ ରହମାନ ଯୁଗରେ କେମିତି ରହିବ ଭାରତ-ବାଂଲାଦେଶ ସମ୍ପର୍କ?
- ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଆଗୁଆ ନାମଲେଖା
- Odisha Contractors Protest: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ
- New PMO at ‘Seva Teerth’: ୮୦ ବର୍ଷ ପରେ ଭାରତର ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ, ଏଣିକି ‘ସେବା ତୀର୍ଥ’ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
- Maoist Posters: ରାୟଗଡ଼ାରେ କେବିକେ ଡିଭିଜନ୍ ପକ୍ଷରୁ ଲାଗିଲା ମାଓ ପୋଷ୍ଟର
- ପାରାଦୀପ ହେବ ବ୍ଲୁ ଫ୍ଲାଗ ବିଚ୍: ସମୀକ୍ଷା କଲେ ମୁଖ୍ୟ ସଚିବ
- ଭିତରକନିକାରେ ହ୍ରାସ ପାଇଲା ଡଲଫିନ ସଂଖ୍ୟା, ଚଳିତ ବର୍ଷ କମିଛନ୍ତି ଏତିକି ଡଲଫିନ୍…
- ୬ ପତ୍ନୀଙ୍କ ପାଇଁ ୨୦ ଫୁଟର ପଲଙ୍କ.. କିଏ ସେହି ମହାନ କଳାକାର !
Comments are closed.