Latest Odisha News

BREAKING NEWS

ସୀମାରେ ଅନୁପ୍ରବେଶକାରୀଙ୍କୁ ମାଡ଼ି ବସିଲେ ଯବାନ, ହାଉସକିପିଂ କାମ ପାଇଁ ଆସୁଥିସେ ଭାରତ

ନୂଆଦିଲ୍ଲୀ : ବାଂଲାଦେଶରୁ ଭାରତକୁ ପଶିଆସୁଥିଲେ ଅନୁପ୍ରବେଶକାରୀ । ଏହି ସମୟରେ ସୀମାରେ ମୁତୟନ ଥିବା ସୀମା ସୁରକ୍ଷା ବଳ (ବିଏସଏଫ) ମାଡ଼ି ବସିଥିଲେ । ମୋଟ ୨୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଥିଲେ ବିଏସଏଫ ଯବାନ । ଏହାପରେ ସେମାନଙ୍କୁ ପୁଣି ବାଂଲାଦେଶକୁ ଫେରାଇ ଦେଇଥିଲେ ବିଏସଏଫ ଯବାନ । ଏନେଇ ବିଏସଏଫ ପ୍ରବକ୍ତା କହିଛନ୍ତି ଏହି ସବୁ ଅନୁପ୍ରେବଶକାରୀମାନେ ମୁମ୍ୱାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ହାଉସକିପିଂ କାମ କରିବାକୁ ଯାଉଥିଲେ ।

ବିଏସଏଫ ଅଧିକାରୀ ଆହୁରି କହିଛନ୍ତି, ବାଂଲାଦେଶ ପକ୍ଷରୁ ଲଗାତାର ଅନୁପ୍ରେଶକାରୀମାନେ ଭାରତକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ସୀମାରେ ମୁତୟନ ଥିବା ଯବାନମାନେ ସେମାନଙ୍କୁ ଧରିବାରେ ସଫଳ ହେଉଛନ୍ତି । କେବଳ ଏନୁହେଁ ଏହି ଅନୁପ୍ରବେଶକାରୀମାନେ ବିଭିନ୍ନ ମାଦକ ଦ୍ରବ୍ୟ ଚୋରାଚାଲାଣ କରିବାକୁ ମଧ୍ୟ ଭାରତକୁ ଆସିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଅନୁସାରେ ଗତ ଶନିବାର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ୨୦ ବାଂଲାଦେଶୀ ଓ ଦୁଇ ଜଣ ରୋହଙ୍ଗୀୟାଙ୍କୁ ଧରିଥିଲେ ବିଏସଏଫ ଯବାନ । ଏହାପରେ ସେମାନଙ୍କୁ ପୁଣି ବାଂଲାଦେଶକୁ ଫେରାଇ ଦେଇଥିଲେ ।

ବାଂଲାଦେଶ ସୀମାରେ ଅବୈଧ କାରବାର ଧୀରେ ଧୀରେ ବଢୁଥିବା ବେଳେ ଏହାକୁ ରୋକିବାରେ ସଫଳ ମଧ୍ୟ ହେଉଛନ୍ତି ଯବାନ । ନିକଟରେ ବାଂଲାଦେଶରୁ ଆସୁଥିବା ଚୋରା ଚାଲାଣ ଉଦ୍ୟମକୁ ମଧ୍ୟ ରୋକିଥିଲେ ଯବାନ । ସେମାନଙ୍କଠାରୁ ୫୬୫ ବୋତଲ ଫେନସେଡିଲ, ୩ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏହାସହ ଦୁଇ ହଜାର ୯୦୦ ଗ୍ରାମ କୁଇନ ସଲଫେଟ୍ ଟାବଲେଟ୍, ୭୦୦ ଇଞ୍ଜେକ୍ସନ୍ କ୍ୱିନ୍ ଡିହାଇଡ୍ରୋକ୍ଲୋରିଡ୍ ଏବଂ ୧୨୦୦ ଆର୍ଟେମେଟର ଇଞ୍ଜେକ୍ସନ ଜବତ ହୋଇଥିଲା ।

Leave A Reply

Your email address will not be published.