Latest Odisha News

BREAKING NEWS

BSNLର ଧମାକା ! ୨୨୫ ଟଙ୍କାରେ ମିଳିବ ପୂରା ୯୦ ଜିବି ଡାଟା, ଏହି ଦିନ ଅଫରର ଲାଷ୍ଟ ଡେଟ୍

ନୂଆଦିଲ୍ଲୀ: ଯଦି ଆପଣ କମ୍ ମୂଲ୍ୟରେ ଅଧିକ ଡାଟା ଥିବା ରିଚାର୍ଜ ଖୋଜୁଛନ୍ତି, ତେବେ ନ୍ୟୁ ଇୟର୍ ପୂର୍ବରୁ BSNL ଗ୍ରାହକମାନଙ୍କୁ ବଡ଼ ଅଫର ଦେଇଛି। ଶସ୍ତା ପ୍ଲାନ୍ ପାଇଁ ପରିଚିତ BSNL ଏବେ ନିଜର ଆଉ ଏକ ଲୋକପ୍ରିୟ ରିଚାର୍ଜ ପ୍ଲାନ୍‌ରେ କୌଣସି ଅତିରିକ୍ତ ଚାର୍ଜ ବିନା ଅଧିକ ଡାଟା ଦେଉଛି। ବିଶେଷ କଥା ହେଉଛି ଏହି ଲାଭ ସୀମିତ ସମୟ ପାଇଁ ଦିଆଯାଉଛି, ତେଣୁ ଠିକ୍ ସମୟରେ ରିଚାର୍ଜ କରିବା ଜରୁରୀ।

ଏହି ଦିନଗୁଡ଼ିକରେ BSNL ନିଜର ଅନେକ ରିଚାର୍ଜ ପ୍ଲାନ୍‌ରେ ଏକ୍ସଟ୍ରା ଡାଟା ଲାଭ ଦେଉଛି। ପୂର୍ବରୁ କମ୍ପାନୀ ୩୪୭ ଟଙ୍କା, ୪୮୫ ଟଙ୍କା ଏବଂ ୨୩୯୯ ଟଙ୍କାର ୨ଜିବି ଡେଲି ଡାଟା ପ୍ଲାନ୍‌ଗୁଡ଼କ ବଢ଼ାଇ ୨.୫ଜିବି କରିଦେଇଥିଲା। ଏବେ ଏହି ଧାରାରେ BSNL ନିଜର ୨୨୫ ଟଙ୍କାର ଲୋକପ୍ରିୟ ପ୍ଲାନ୍‌କୁ ମଧ୍ୟ ଅଧିକ ଡାଟା ଦେଉଛି।

BSNL ସୂଚନା ଦେଇଛି ଯେ ୨୨୫ ଟଙ୍କାର ପ୍ଲାନ୍‌ରେ ଏବେ ଡେଲି ୩ଜିବି ଡାଟା ମିଳିବ। ପୂର୍ବରୁ ଏହି ପ୍ଲାନ୍‌ରେ ସବୁଦିନ ୨.୫ଜିବି ଡାଟା ଦିଆଯାଉଥିଲା, କିନ୍ତୁ ଲିମିଟେଡ୍ ଟାଇମ୍ ଅଫର୍ ଅନ୍ତର୍ଗତ ଏବେ ଏଥିରେ ୦.୫ଜିବି ଅତିରିକ୍ତ ଡାଟା ଯୋଡ଼ା ଯାଇଛି। ଅର୍ଥାତ୍ ପୁରା ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ପୂର୍ବ ଅପେକ୍ଷା ବହୁତ ଅଧିକ ଇଣ୍ଟରନେଟ୍ ମିଳିବ।

୨୨୫ ଟଙ୍କାର ଏହି ପ୍ଲାନ୍ ୨୮ ଦିନର ଭ୍ୟାଲିଡିଟି ସହିତ ଆସିଥାଏ। ଡେଲି ୩ଜିବି ଡାଟା ହିସାବରେ ଗ୍ରାହକମାନଙ୍କୁ ପୁରା ଅବଧିରେ ମୋଟ ୮୪ଜିବି ଡାଟା ମିଳିବ। ପୂର୍ବରୁ ଏହି ପ୍ଲାନ୍ ମୋଟ ୭୦ଜିବି ଡାଟା ଅଫର୍ କରୁଥିଲା, ଅର୍ଥାତ୍ ଏବେ ସିଧା ୧୪ଜିବିର ଲାଭ ମିଳୁଛି।

ଡାଟା ବ୍ୟତୀତ ଏହି ପ୍ଲାନ୍‌ରେ ସବୁ ନେଟୱର୍କରେ ଅନଲିମିଟେଡ୍ କଲିଂର ସୁବିଧା ଦିଆଯାଉଛି। ଏହା ସହିତ ସବୁଦିନ ୧୦୦ SMS ମଧ୍ୟ ମିଳୁଛି। ଯଦି ଡେଲି ଡାଟା ଲିମିଟ୍ ସରିଯାଏ, ତେବେ ଇଣ୍ଟରନେଟ୍ ସ୍ପିଡ୍ ୪୦Kbpsକୁ କମିଯିବ, କିନ୍ତୁ କନେକ୍ଟିଭିଟି ବଜାୟ ରହିବ।

BSNLର ଏହି ଏକ୍ସଟ୍ରା ଡାଟା ଅଫର୍ ୨୪ ଡିସେମ୍ବର ୨୦୨୫ରୁ ୩୧ ଜାନୁଆରି ୨୦୨୬ ଯାଏ ମାନ୍ୟ। ଅର୍ଥାତ୍ ଏହା ସଂପୂର୍ଣ୍ଣ ଲିମିଟେଡ୍ ଟାଇମ୍ ଅଫର୍। ଅଫର୍ ସରିବା ପରେ ୨୨୫ ଟଙ୍କାର ପ୍ଲାନ୍‌ରେ ଡାଟା ଲାଭ ପୁନର୍ବାର ପୂର୍ବ ଭଳି ହୋଇଯିବ। ଯଦି ଆପଣ ସବୁଜିନ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଏବଂ କମ୍ ମୂଲ୍ୟରେ ଭରସାଯୋଗ୍ୟ ନେଟୱର୍କ ଚାହୁଁଛନ୍ତି, ତେବେ BSNLର ଏହି ପ୍ଲାନ୍ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ।

Leave A Reply

Your email address will not be published.