Latest Odisha News

BREAKING NEWS

ଗ୍ରୀନ ଜୋନରେ ଦ୍ଵିଗୁଣିତ ହେବ ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନ ଭାବେ ଘୋଷିତ ଜିଲ୍ଲାମାନଙ୍କରେ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ତେବେ ବସରେ ଯିବାକୁ ଥିବା ଯାତ୍ରୀମାନଙ୍କୁ ଦୁଇଗୁଣ ଭଡା ଦେବାକୁ ପଡିବ । କାରଣ ଏହି ବସ୍ ଗୁଡିକ ଲକଡାଉନ୍ ଗାଇଡଲାଇନ ଅନୁଯାୟୀ ୫୦ ପ୍ରତିଶତ ଲୋକଙ୍କୁ ନେଇ ଯାତ୍ରା କରିବ। ଭଡା ଦୁଇ ଗୁଣ କରିବା ଦ୍ୱାରା ବସ୍ ମାଲିକଙ୍କ କ୍ଷତି ପୂରଣ କରିବ । ଜରୁରୀ କାର୍ଯ୍ୟରେ ଯାତ୍ରା କରୁବାକୁ ଥିବା ବ୍ୟକ୍ତି ବିଶେଷ ସଂଶୋଧିତ ଭଡା ଦେବାକୁ ଦ୍ୱିଧା ପ୍ରକାଶ କରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ “ଆମେ ଏହି ପ୍ରସ୍ତାବ ବିଷୟରେ ବସ୍ ମାଲିକମାନଙ୍କୁ ଜଣାଇବୁ ଏବଂ ସେମାନଙ୍କ ମତାମତ ପାଇବା ପରେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେବୁ”।

Comments are closed.