Latest Odisha News

କାନାଡା ରାସ୍ତାର ନାମ ଏ ଆର ରହମାନ

ଭୁବନେଶ୍ୱର : ଏ ଆର ରହମାନଙ୍କୁ ସମ୍ମାନିତ କଲେ କାନାଡା ସରକାର । ସିଟି ଅଫ୍ ମାର୍ଖମ୍ କାନାଡା ପ୍ରଶାସନ ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୩ରେ ମାର୍ଖମ(କାନାଡା)ର ଅନ୍ୟ ଏକ ରାସ୍ତାକୁ ରହମାନଙ୍କ ନାମରେ ଆଲ୍ଲାହ-ରଖା-ରହମାନ ସେଣ୍ଟ ନାମରେ ନାମିତ ରଖାଯାଇଥିଲା।ଏହି ସମ୍ମାନ ପରେ ଏ ଆର୍ ରହମାନ ନିଜେ ଏ ବିଷୟରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଶେୟାର କରିଛନ୍ତି  ।ଏହା ସହ ସିଟି ଅଫ୍ ମାର୍ଖମ୍ ସହର ବାସିନ୍ଦା ,ପ୍ରଶାସନ ଓ କାନାଡା ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି  ।

 

 

 

 

 

 

 

 

Comments are closed.