Latest Odisha News

BREAKING NEWS

କାନାଡ଼ା ବ୍ୟାଙ୍କ ବାହାର କଲା ୩୫୦୦ ପଦବୀ, ଆବେଦନର ଶେଷ ତାରିଖ…

ନୂଆଦିଲ୍ଲୀ: କାନାଡ଼ା ବ୍ୟାଙ୍କ ଆପ୍ରେଣ୍ଟିସସିପ୍ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପଦବୀରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଆବେଦନ ପ୍ରକ୍ରିୟା ୨୩ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ ୧୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଏଠାରେ ଦିଆଯାଇଥିବା ପ୍ରକ୍ରିୟାକୁ ଅନୁସରଣ କରିପାରିବେ।

ଯୋଗ୍ୟତା କ’ଣ?, 

ଏହି ଆପ୍ରେଣ୍ଟିସସିପ୍‌ରେ ଅଂଶଗ୍ରହଣ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ରହିବା ଆବଶ୍ୟକ। ଅର୍ଥାତ୍ କେବଳ ସ୍ନାତକ ପ୍ରାର୍ଥୀମାନେ ଏଥିପାଇଁ ଯୋଗ୍ୟ ହେବେ।

ବୟସ ସୀମା

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ରହିଛି। ତେବେ, ସଂରକ୍ଷିତ ଶ୍ରେଣୀଙ୍କୁ ନିୟମ ଅନୁଯାୟୀ ବୟସରେ ଛାଡ଼ ମିଳିବ। ଏସସି ଓ ଏସଟି ପ୍ରାର୍ଥୀଙ୍କୁ ସର୍ବାଧିକ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ ମିଳିବ।

କେତେ ମିଳିବ ଷ୍ଟାଇପେଣ୍ଡ?

ଚୟନିତ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଅବଧି ମଧ୍ୟରେ ପ୍ରତି ମାସକୁ ୧୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ। ଏହି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ। ତେବେ, ଏହା ସ୍ପଷ୍ଟ କରାଯାଇଛି ଯେ ଆପ୍ରେଣ୍ଟିସସିପ୍ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାତ୍ର, ଏହାକୁ ସ୍ଥାୟୀ ଚାକିରିରେ ପରିଣତ କରିବାର କୌଣସି ଗ୍ୟାରେଣ୍ଟି ନାହିଁ।

ଆବେଦନ ଶୁଳ୍କ କେତେ?

ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ମଧ୍ୟ ନିର୍ଦ୍ଧାରିତ ହୋଇଛି। ସାଧାରଣ, ଓବିସି ଓ ଇଡବ୍ଲୁଏସ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା, କିନ୍ତୁ ଏସସି, ଏସଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ପୂର୍ଣ୍ଣ ଛାଡ଼ ଦିଆଯାଇଛି।

କିପରି କରିବେ ଆବେଦନ?

ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ହେବ। ପ୍ରାର୍ଥୀମାନେ କାନାଡ଼ା ବ୍ୟାଙ୍କର ଅଫିସିଆଲ ଓ୍ୱେବସାଇଟକୁ ଯାଇ ଆବେଦନ ଫର୍ମ ପୂରଣ କରିବାକୁ ପଡ଼ିବ। ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରି ଏବଂ ଶୁଳ୍କ ପରିଶୋଧ କରିବା ପରେ ଫର୍ମ ଦାଖଲ କରାଯାଇପାରିବ। ଫର୍ମ ଜମା କରିବା ପରେ ପ୍ରାର୍ଥୀଙ୍କୁ ଏହାର ଏକ ପ୍ରିଣ୍ଟ କପି ନିଜ ପାଖରେ ସୁରକ୍ଷିତ ରଖିବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟର ସାହାଯ୍ୟ ନେଇପାରିବେ।

 

Comments are closed.