Latest Odisha News

BREAKING NEWS

ରାଶି ଅନୁସାରେ କ’ଣ ରହିବ ଚନ୍ଦ୍ରଗ୍ରହଣର ପ୍ରଭାବ

ଭାରତୀୟ ସାଧାରଣ ସମୟ ଅନୁସାରେ ଆଷାଢ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଜୁଲାଇ ମାସ ୧୬/୧୭ ତାରିଖ ମଙ୍ଗଳବାର ପୂର୍ବାଷାଢା ନକ୍ଷତ୍ର ପ୍ରଥମ ଓ ଦ୍ୱିତୀୟ ପାଦରେ ଚଳିତ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ଏବଂ ପାଳନୀୟ ମଧ୍ୟ ।

ଗ୍ରହଣ ସ୍ପର୍ଶ – ତା ୧୬.୦୭.୨୦୧୯ ମସିହା ରାତ୍ରୀ ଘ୧/୩୧ମି ଠାରୁ ଗ୍ରହଣ ସର୍ବୋମୋକ୍ଷ ତା୧୭.୦୭.୨୦୧୯ ରିଖ ଭୋର ୪ଟା୩୦ମିନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ରହିବ ।

ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ଅବସରରେ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ କିପରି ପ୍ରଭାବ ପଡ଼ିବ:

  • ମେଷ ରାଶି – ଶାରୀରିକ ଓ ମାନସିକ କଷ୍ଟ ପାଇବେ । ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ ।
  • ବୃଷ ରାଶି – ଶରୀର ପୀଡା ସହ ମୃତ୍ୟୁବତ୍ କଷ୍ଟ ଅନୁଭବ କରିବେ ।
  • ମିଥୁନ ରାଶି – ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଆର୍ଥିକ କ୍ଷେତ୍ର ପ୍ରଭାବିତ ହେବ । ମାନସିକ ସ୍ଥିତି ବିଚଳିତ ହେବ ।
  • କର୍କଟ ରାଶି – ଆର୍ଥିକ ଓ କର୍ମକ୍ଷେତ୍ରରେ ଲାଭ; କିନ୍ତୁ ମାଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ ।
  • ସିଂହ ରାଶି – ସନ୍ତାନମାନଙ୍କୁ ନେଇ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ମନରେ ନାନା ଭୟ ଦେଖାଦେବ, ଚିଡଚିଡା ସ୍ୱଭାବ ବୃଦ୍ଧି ପାଇବ ।
  • କନ୍ୟା ରାଶି – ଆର୍ଥିକ ଲାଭ ହେବ କିନ୍ତୁ ପାରିବାରିକ ସମସ୍ୟା ବୃଦ୍ଧି ପାଇବ । ମାନସିକ ଦୁଶ୍ଚିନ୍ତା ଲାଗି ରହିବ ।
  • ତୁଳା ରାଶି – ଶରୀର ଓ ମନ ସୁସ୍ଥ ରହିବ, କର୍ମ କ୍ଷେତ୍ରରେ ସଫଳତା ଓ ବ୍ୟବସାୟରେ ଲାଭବାନ ହେବେ । ଭାଗ୍ୟ ବୃଦ୍ଧି ।
  • ବିଛା ରାଶି – ମଧ୍ୟମ ଫଳ ମିଳିବ,ଆର୍ଥିକ ସ୍ଥିତି ସନ୍ତୋଷ ଜନକ ରହିବ ନାହିଁ । ପାରିବାରିକ ଅଶାନ୍ତି ଦେଖାଦେବ ।
  • ଧନୁ ରାଶି – ପରିବାରରେ ଅଶାନ୍ତି, ଶରୀର କଷ୍ଟ, ମାନସିକ ଦୁଶ୍ଚିନ୍ତା ବୃଦ୍ଧି । ଧନୁ ରାଶିରେ ଗ୍ରହଣ ଲାଗୁଥିବାରୁ ବିଶେଷ ଭାବରେ ଅଶୁଭ ଫଳ ବୃଦ୍ଧି ପାଇବ ।
  • ମକର ରାଶି – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କୁ କଷ୍ଟ ଦେବ ଅଯଥା ବ୍ୟୟ ବୃଦ୍ଧି ପାଇବ । ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ, ଧନହାନୀର ଯୋଗ ରହିଛି ।
  • କୁମ୍ଭ ରାଶି – ଆର୍ଥିକ ଲାଭ, ପାରିବାରିକ ଶାନ୍ତି, କର୍ମ କ୍ଷେତ୍ରରେ ସଫଳତା, ସୁସମ୍ବାଦ ମିଳିବାର ସୂଚନା ରହିଛି ।
  • ମୀନ ରାଶି – ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଲାଭବାନ ହେବେ । ଆର୍ଥିକ ଲାଭ ଓ ପାରିବାରିକ ଶାନ୍ତି ମିଳିବ । ଅଧାଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ ।

ଚନ୍ଦ୍ରଗ୍ରହଣ ପାଳନ ବିଧି:

ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅର୍ଥାତ୍ ତା୧୬.୦୭.୨୦୧୯ ମସିହା ଅପରାହ୍ନ ୪ଟା୩୧ ମିନିଟ୍ ଠାରୁ ପାକତ୍ୟାଗ, ଅନ୍ନଭୋଜନାଦି ଓ ଦେବନୀତି ନିଷେଧ ହେବ । ପ୍ରତ୍ୟେକ ହିନ୍ଦୁ ଧର୍ମାଲମ୍ବି ଗୃହୀ ଏହ ନିୟମ ପାଳନ କରିବା ଆବଶ୍ୟକ ଅପରାହ୍ନ ୪ଟା୩୧ମିନିଟ୍ ମଧ୍ୟେ ପାକକର୍ମାଦି ଓ ଅନ୍ନଭୋଜନ ଓ ଦେବନୀତି କରିବେ । ତା’ପରଠାରୁ ଅର୍ଥାତ୍ ଅପରାହ୍ନ ୪ଟା୩୧ମିନିଟ୍ ଠାରୁ ୧୭.୦୭.୨୦୧୯ରିଖ ଭୋର ୪ଟା୩୦ମିନିଟ୍ ପର୍ଯ୍ୟନ୍ତ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ନିଷେଧ ।କିନ୍ତୁ ଗର୍ଭବତୀ ମା’, ବୃଦ୍ଧ-ବୃଦ୍ଧା, ଛୋଟଶିଶୁ, ରୋଗୀଙ୍କ ପକ୍ଷେ ନିୟମ ଲଙ୍ଘନୀୟ । ପୂର୍ବରୁ ପ୍ରସ୍ତୁତ ରଖିଥିବା ଖାଦ୍ୟ ପଦାର୍ଥରେ ତୁଳସୀପତ୍ର ପକାଇ ରଖିବେ । ଏବଂ ପିଇବା ପାଣିରେ ମଧ୍ୟ ତୁଳସୀପତ୍ର ପକାଇ ପିଇବେ । ଧଳାବସ୍ତ୍ର ପରିଧାନ କରିବା ସର୍ବଶ୍ରେଷ୍ଠ ହୋଇଥାଏ । ଗର୍ଭବତୀ ମା’ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଗ୍ରହଣକୁ ଦେଖିବେ ନାହିଁ ଏବଂ ଶୋଇବେ ନାହିଁ ଉଜାଗର ହୋଇ ପାଖରେ ଗୋଟିଏ ଶ୍ରୀଫଳ(ନଡିଆ) ରଖି ବସି ରହିବେ । ଗ୍ରହଣ ସମାପ୍ତ ହେବା ପରେ ୧୭.୦୭.୨୦୧୯ ମସିହା ଭୋର ୪ଟା୩୦ମିନିଟ୍ ସମୟେ ବେଳକୁ ବ୍ରାହ୍ମ ମୁହୂର୍ତ୍ତ ଥିବାରୁ ସର୍ବମୋକ୍ଷ ପରେ ସ୍ନାନାଦି ସାରି ଦେବପୂଜା କରିବା ଶାସ୍ତ୍ର ସମ୍ମତ ଅଟେ ।

ଗ୍ରହଣ ଦର୍ଶନେ ରାଶି ଶୁଦ୍ଧି:
କର୍କଟ, ତୁଳା, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ । ଅନ୍ୟ ସମସ୍ତ ରାଶି ପାଇଁ ଅଶୁଭ ।

…………………….
ଶ୍ୟାମଜ୍ୟୋତି ଗବେଷଣା କେନ୍ଦ୍ର, କଟକ
ମୋ – ୯୯୩୮୫୭୧୯୩୫

Leave A Reply

Your email address will not be published.