Latest Odisha News

HSRP ଆଶ୍ୱସ୍ତି, ଅବଧି ବୃଦ୍ଧି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ନମ୍ବର ପ୍ଲେଟ୍ ଟେନସନରୁ ସାମାନ୍ୟ ଆଶ୍ୱସ୍ତି । ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ମହଲତକୁ ମାସେ ବଢ଼ାଇଛନ୍ତି । ଆଜି ସରୁଥିବା ଡେଡ୍ ଲାଇନ୍ ଅକ୍ଟୋବର ୩୧ ଯାଏ ବଢ଼ିଛି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗାଇବା ଅବଧି ବୃଦ୍ଧି ନେଇ ରାଜ୍ୟ STA ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Check The New Extended Timeline For Affixing HSRP In Odisha

ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪ ଥିଲେ ଅକ୍ଟୋବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ପଡ଼ିବ । ସେହିଭଳି ଗାଡ଼ିର ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ୍ ନଭେମ୍ବର ୩୦ ଏବଂ ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧ ଶେଷ ତାରିଖ ରହିବ । ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଅବଧି ଜାନୁଆରୀ ୩୧ ଯାଏ ବୃଦ୍ଧି କରାଯାଇଛି ।

୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଜୁନ୍ ୧ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଥିଲା । ପୂର୍ବରୁ ଦୈନକ ୭ରୁ ୮ ହଜାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବୁକିଂ ହେଉଥିବା ବେଳେ ଏବେ ଦୈନିକ ୬୦ରୁ ୭୦ ହଜାର ବୁକିଂ ହେଉଛି ।

Leave A Reply

Your email address will not be published.